ଦେଖନ୍ତୁ ରାଇମୋହନଙ୍କ ଘର ଓ ପରିବାର, କଳାକାର ଚାଲିଯିବା ପରେ ବି ଜୀବନ୍ତ ତାଙ୍କ ସମ୍ମାନ ଓ ସମ୍ବର୍ଦ୍ଧନା….

ଓଡ଼ିଆ ଚଳଚିତ୍ର ଜଗତର ସ୍ୱନାମଧନ୍ୟ ଅଭିନେତା ରାଇମୋହନ ପରିଡାଙ୍କର ଦେହାନ୍ତ ହୋଇଛି | ସେ ଆତ୍ମହତ୍ୟା କରି ଥିବା ନେଇ ଗୋଟିଏ ବଡ ଖବର ଏବେ ସାମ୍ନାକୁ ଆସୁଛି | ତେବେ ଭୁବନେଶ୍ୱରର ପ୍ରାଚୀବିହାର ସ୍ଥିତ ତାଙ୍କ ଘରେ ସେ ଆତ୍ମହତ୍ୟା କରି ଥିବାର ଖବର ଆସୁଛି | ହୁଏତ ଓଡ଼ିଆ ଚଳଚିତ୍ର ଜଗତରେ ଆମେ ବିଗତ ଦିନରେ ବରିଷ୍ଠ ଅଭିନେତା ମାନଙ୍କୁ ହରେଇଛୁ କିନ୍ତୁ ଏସବୁ ଭିତରେ ଯେତେବେଳେ ରାଇମୋହନଙ୍କର କଥା କୁହାଯାଏ ସେ ମଧ୍ୟ ଜଣେ ବରିଷ୍ଠ ଅଭିନେତା ଥିଲେ | ସେ ପାଖାପାଖି ଶହେରୁ ଉର୍ଦ୍ଧ ଚଳଚିତ୍ରଏବଂ ଯାତ୍ରାରେ ମଧ୍ୟ ଅଭିନୟ କରିଛନ୍ତି | ସେ ପନ୍ଦରଟି ବଙ୍ଗାଳୀ ଚଳଚିତ୍ର ମଧ୍ୟ କରିଛନ୍ତି ତତ ସହିତ ସେ ଘରୋଇ ଟିଭିରେ ମଧ୍ୟ ଅଭିନୟ କରିଛନ୍ତି | କିଛିଦିନ ପୂର୍ବରୁ ସେ “ସିଂହଦ୍ୱାର ” ନାମକ ଏକ ସିରିଏଲ ରେ ଅଭିନୟ କରୁଥିଲେ |ମିଳିଥିବା ସୂଚନା ଅନୁଯାୟୀ ଆତ୍ମହତ୍ୟା ବୋଲି କୁହାଯାଉଛି ହେଲେ କେଉଁ କାରଣ ପାଇଁ କରିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ|

ରାଇମୋହନ ପରିଡ଼ାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା | ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ | ସେ ତାଙ୍କର ଅଭିନୟ ଯୋଗୁଁ ଦର୍ଶକମାନଙ୍କର ମନ ମୋହୁଥିଲେ | ଓଡ଼ିଆ ସିନେ ଜଗତର ଜଣେ ଦୁର୍ଦାନ୍ତ ଖଳନାୟକ ଥିଲେ ରାଇମୋହନ ପରିଡା | ଖଳନାୟକ ଭାବେ ଜୀବନ୍ତ ଅଭିନୟ ପାଇଁ ସେ ବେଶ ପରିଚିତ ଥିଲେ | ଯାତ୍ରା ଜଗତରେ ମଧ୍ୟ ପ୍ରସିଦ୍ଧ ଥିଲେ ରାଇମୋହନ | ତାଙ୍କର ଅଭିନୟ ପ୍ରତି ଥିଲା ବହୁତ ଦୁର୍ବଳତା | ତାଙ୍କର ପୈତୃକ ବାସଭବନ ହେଉଛି କେନ୍ଦୁଝରରେ |ମାତ୍ର ଆଠ ବର୍ଷ ବୟସରୁ ସେ ଅଭିନୟ ଜଗତରେ ପାଦ ଦେଇଥିଲେ | ସେ ତାଙ୍କର ଗାଁ ଆଖଡ଼ାରେ ପ୍ରଥମେ ଅଭିନୟ କରିଥିଲେ | ସେ ଗ୍ରାଜୁଏସନ ବାରିପଦା ୟୁନିଭାରସିଟିରେ ସମାପ୍ତ କରିଥିଲେ | ତାପରେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ | ସେ ଓଡ଼ିଆ ଚଳଚିତ୍ର ଜଗତରେ ବହୁତ ବଡ ଚରିତ୍ର ଥିଲେ | ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଚାହିଁବୁ ତାଙ୍କ ଘର ଓ ପରିବାର ବିଷୟରେ | ତ ଚାଲନ୍ତୁ ଜାଣିବା |

ରାଇମୋହନ ଏକ ଏମିତି ଚରିତ୍ର ଥିଲେ ଯାହାକି ତାଙ୍କ ସ୍ଥାନ କେହି ନେଇ ପାରିବେ ନାହିଁ | ତାଙ୍କର ବିୟୋଗରେ ଅପୂରଣୀୟ କ୍ଷତି ହେଇଛି ଓଡ଼ିଆ ଚଳଚିତ୍ର ଜଗତରେ | ତାଙ୍କର ପରିବାର ଭିତରେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି | ତାଙ୍କର ଦୁଇ ଝିଅ ମଧ୍ୟରୁ ବଡ ଝିଅଙ୍କର ବାହାଘର ସରିଛି ଓ ସାନ ଝିଅ ଏବେ ଅଧ୍ୟୟନରତ | ସେ ତାଙ୍କର ” ରଣଭୂମି ” ଚଳଚ୍ଚିତ୍ରରେ ବେଶ ପ୍ରସିଦ୍ଧି ଲାଭ କରି ଥିଲେ | ତାଙ୍କ ଡାୟଲଗ ” ହେଇ ଅନାନି ” ଘରେ ଘରେ ପରିଚିତ |

ସେ ତାଙ୍କ ଜୀବନ କାଳ ମଧ୍ୟରେ ବହୁତ ପୁରସ୍କାର ଓ ମାନପତ୍ରର ଅଧିକାରୀ ହୋଇଛନ୍ତି | ତାଙ୍କର ମାନପତ୍ର ଦେଖିଲେ ଜଣା ପଡେ ଯେ ସେ ଜଣେ କେତେ ଉଚ୍ଚଧରଣର ବ୍ୟକ୍ତିତ୍ୱ ଓ କଳାକାର ଥିଲେ |ସେ ଓଡ଼ିଆ ସିନେ ଜଗତରେ ସର୍ବଦା ଅବିସ୍ମରଣୀୟ ହୋଇ ରହିବେ | ତାଙ୍କ ଆତ୍ମାର ସଦଗତି ନିମନ୍ତେ ଆମେ ଶୋକ ପ୍ରକାଶ କରୁଛୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment