ଦେଖନ୍ତୁ ଭିଡ଼ିଓ : ଦେଖନ୍ତୁ ରଜ ରେ ଉଭା ହେଲେ ସ୍ୱୟଂ ଭଗବାନ, ବିଶ୍ୱାସ ହେଉ ନ ଥିଲେ ବି ସତ ! ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ….

0

ବନ୍ଧୁଗଣ ଫୁଲବାଣୀ ଜିଲ୍ଲାର ସାଧାରଣ ଗାଆଁ ଟିଏ। ଗତକାଲି ଯାଏଁ କାହାର ନଜର ନଥିଲା ଏହା ଉପରେ। କିନ୍ତୁ ଆଜି ଛୁଟୁଛି ଲୋକଙ୍କ ସୁଅ। ଏଠାରେ ଚାଲିଛି ପୂଜାର୍ଚ୍ଚନା। ମହିଳା ମାନେ ଆସି ଦ୍ଵୀପ ଜାଲୁଛନ୍ତି। ଲୋକଙ୍କ ଭିଡ଼ ବେଶ ଜମିବାରେ ଲାଗିଛି। ଯୁବକ ଯୁବତୀ ମାନେ ମଧ୍ୟ ଏଠାକୁ ଆସି ମୋବାଇଲ୍ ରେ ସେଲଫି ଉଠାଉଛନ୍ତି। ତେବେ ଏହାର କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏଠାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ତେବେ ସୁଚନା ଅନୁସାରେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବଡ଼ସାହି ଗ୍ରାମର ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଏକ ନିମ୍ବଗଛ ରୁ ଝରୁଛି କ୍ଷୀର। ଯାହାକୁ ଆପଣ ଏଠାରେ ଦେଖିବାକୁ ପାଉଛନ୍ତି।

ତେବେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଥିବା ବେଳେ ସ୍ଥାନୀୟ ଲୋକେ ଭକ୍ତିର ସହ ଏଠାକୁ ମାଡି ଆସିଛନ୍ତି ଭଗବାନ ଙ୍କ ବିଶ୍ବାସ ନେଇ। ଏହିଭଳି ଏକ ବିରଳ ଘଟଣା ବାସ୍ତବରେ ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି ଯେ ଏହା କିପରି ସମ୍ଭବ। ଆପଣ ତ ଜାଣିଛନ୍ତି ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ।

ଏହି ଘଟଣା ମଧ୍ୟ ଠିକ୍ ସେହିପରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଉକ୍ତ ଗ୍ରାମର ଗ୍ରାମବାସୀଙ୍କ କହିବା ଅନୁଯାୟୀ ମାସେ ହେବ ଏହି ନିମ୍ବ ଗଛରୁ ଅଳ୍ପ କ୍ଷୀର ବୋହୁଥିଲା। ତେବେ ପ୍ରଥମେ ଏହି ଘଟଣାକୁ କେହି ଜନେ ଦେଖିଥିବା ବେଳେ ସେ କାହାକୁ ଏ ବିଷୟରେ କହି ନଥିଲେ। ପରେ ଏହି ଘଟଣା ପ୍ରଘଟ ହୋଇଥିଲା। ସାବିତ୍ରୀ ଅମାବାସ୍ୟା ଦିନ ଏହି ନିମ୍ବ ଗଛରୁ ଅଧିକ ମାତ୍ରାରେ କ୍ଷୀର ବୋହିବାକୁ ଲାଗିଥିଲା। ଏହାକୁ ଦେଖି ସେଠାକାର ଲୋକେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ କେହି ଏହାକୁ ବୁଝି ପାରି ନଥିଲେ। ଆଉ ପରେ ଗ୍ରାମବାସୀ ମାନେ ଏଠାରେ ଏହି ନିମ୍ବ ଗଛ ତଳେ ପୂଜାର୍ଚ୍ଚନା କରିବା ଆରମ୍ଭ କରି ଦେଇଥିଲେ।

ଧୀରେ ଧୀରେ ଏହି ଘଟଣା ବିଷୟରେ ଜଣା ପଡିଲା ଏବଂ ଲୋକଙ୍କ ଗହଳି ମଧ୍ୟ ବଢ଼ିବାକୁ ଲାଗିଥିଲା।ତେବେ ଲୋକଙ୍କ କହିବା କଥା ହେଉଛି ଯେ ଏହି ଗଛରୁ ବାହାରୁ ଥିବା କ୍ଷୀର ବହୁତ୍ ମିଠା ଲାଗୁଚି। ଅଚାନକ ଭାବରେ ଦୀର୍ଘ ଦିନରୁ ଥିବା ଏହି ଗଛରୁ କ୍ଷୀର ବୋହିବା ପରେ ଲୋକେ ଏଠାରେ ଭଗବାନ ଆବିର୍ଭାବ ହେଇଛନ୍ତି ବୋଲି ଭାବି ଭକ୍ତିରେ ଏଠାରେ ପୂଜାର୍ଚ୍ଚନା ଆଦି ଆରମ୍ଭ କରି ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।