ଦେଖନ୍ତୁ Reception Party ଭିଡ଼ିଓ – ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ରିସେପ୍ସନରେ କ’ଣ ସବୁ ଘଟିଲା ଓ କେଉଁସବୁ actress ଏବଂ ଅଭିନେତା ମାନେ ଆସିଥିଲେ ଦେଖନ୍ତୁ…

0

ବହୁତ୍ ଧୁମଧାମର ସହ ଓଲିଉଡ ର ସୁପରହିଟ ଯୋଡ଼ି ଅର୍ଚ୍ଚିତା ଏବଂ ସବ୍ୟସାଚୀ ଙ୍କ ବାହାଘର ରାଜ୍ୟ ବାହାରେ ଅନୁଷ୍ଠିତ ହୋଇଥିବା ଖବର ପ୍ରାୟତ ସମସ୍ତଙ୍କୁ ଜଣା।ରାଜସ୍ଥାନରେ ପୁରା ଓଡ଼ିଆ ପରମ୍ପରା ଅନୁସାରେ ଏହି ଯୋଡ଼ିଙ୍କର ବିବାହ ଉତ୍ସବ ପାଳନ କରା ଯାଇଥିଲା। ଆପଣ ଜାଣିଛନ୍ତି ଯେ ରାଜସ୍ଥାନର ଉଦୟପୁରରେ ଏକ ବିଳାସପୂର୍ଣ୍ଣ ପାଲାସ ରେ ଏହି ବିବାହ ଉତ୍ସବ ଚାଲିଥିଲା ।

ତେବେ ବାହାଘରରେ ନିକଟ ସମ୍ପର୍କୀୟମାନେ ସାମିଲ ହୋଇ ଥିବାବେଳେ ସମସ୍ତଙ୍କ ଆଶିର୍ବାଦ ପ୍ରାର୍ଥନା କରିଥିଲେ ଉଭୟ ସ୍ବାମୀ ସ୍ତ୍ରୀ ହେବାକୁ ଯାଉଥିବା ସବ୍ୟସାଚୀ ଏବଂ ଅର୍ଚ୍ଚିତା।ଏହାପରେ ବିବାହର କିଛିଦିନ ପରେ ସେମାନେ ଓଡ଼ିଶା ଫେରିବା ପରେ ଗୁରୁଜନ ମାନଙ୍କର ଆଶିର୍ବାଦ ନେଇଥିଲେ।

ବିବାହ ପରେ ପରସ୍ପର ଙ୍କ ଭିତର ବହୁତ୍ ଖୁସି ଦେଖିବାକୁ ମିଳିଛି। ଦୀର୍ଘଦିନ ପରେ ଏହି ସଫଳ ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ଏମାନେ ହେଉଛନ୍ତି ଏମିତି ଜଣେ ଯୋଡ଼ି ଯିଏକି ଓଡ଼ିଆ ସିନେମା ଜଗତରେ ଅଭିନୟର ଏକ ଭିନ୍ନ ଝଲକ୍ ଦେଖାଇ ସମସ୍ତଙ୍କ ନିକଟତର ହୋଇ ପାରିଛନ୍ତି। ବାସ୍ତବିକ କ୍ଷେତ୍ରରେ ତାଙ୍କର ଅଭିନୟର ଯାଦୁ ଏତେ ନିଆରା ଓ ହୃଦସ୍ପର୍ଶୀ ଯେ, ଯିଏ ବି ହେଉନା କାହିଁକି ତାଙ୍କର ପ୍ରଶଂସା କରିବାକୁ ପଛେଇବ ନାହିଁ। ଜଣେ ବାସ୍ତବ କଳାକାର ଭାବରେ ଉଭୟ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଏକ ପରିଚୟ ରହିଛି। ନିଜକୁ ଏକ ସ୍ବତନ୍ତ୍ର ସ୍ଥାନରେ ଉଭୟ ସବୁବେଳେ ଦେଖିବାକୁ ଚାହିଥାନ୍ତି।

ଯେଉଁ କାରଣରୁ ସେମାନେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ତାଙ୍କର ଅଭିନୟ ପାଇଁ। ବିବାହ ପରେ ସେମାନେ ଅଧିକ ଚର୍ଚ୍ଚାରେ ରହିଛନ୍ତି।ପୂର୍ବରୁ ଅଭିନେତା ସବ୍ୟସାଚୀ ଏବଂ ସୁନ୍ଦରୀ ଅଭିନେତ୍ରୀ ଅର୍ଚ୍ଚିତାଙ୍କ ର୍ନିବନ୍ଧ ହୋଇ ସାରି ଥିଲା। ଏନେଇ ପ୍ରଶଂସକ ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଅର୍ଚ୍ଚିତା ମଧ୍ୟ ତାଙ୍କର ଏହି ଖୁସିର ଉତ୍ସବ ରେ ଅଗଣିତ ଦର୍ଶକ ଏବଂ ପ୍ରଶଂସକ ମାନଙ୍କର ଆଶିର୍ବାଦ ଲୋଡିଛନ୍ତି।ଏହି ବାହାଘର ରାଜସ୍ଥାନ ର ନିମ୍ରଣା ଫର୍ଟ୍ ପାଲାସ୍ ରେ ଅନୁଷ୍ଠିତ ହୋଇଛି। ବାହାଘର ପରେ ଓଡ଼ିଶା ଫେରି ସେମାନେ ଗୁରୁଜନଙ୍କ ଆଶିର୍ବାଦ ନେବା ପରେ ଗତକାଲି ରାତିରେ ସେମାନେ ଏକ ରିସେପସନ ପାର୍ଟି ଦେଇଛନ୍ତି।

ଭୁବନେଶ୍ୱର ର ଏକ ପାଲାସ ରେ ସେମାନେ ତାଙ୍କର ଏହି ରିସେପସନ ପାର୍ଟି ର ଆୟୋଜନ କରିଥିଲେ। ଏଥିରେ ଓଡ଼ିଆ ସିନେମା ଜଗତର ନାମୀ ଦାମୀ କଳାକାର ସାଙ୍ଗକୁ ଫିଲ୍ମ୍ ନିର୍ଦ୍ଦେଶକ ମାନେ ମଧ୍ୟ ଯୋଗ ଦେଇଥିଲେ।ଏହି ଦୁଇ ଯୋଡ଼ି ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଅନେକ କଳାକାର ଏବଂ ଫିଲ୍ମ୍ ଜଗତ ସହ ଜଡ଼ିତ ଅନ୍ୟ ଲୋକ ମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ।

ସମସ୍ତେ ଏହି ପାର୍ଟି ରେ ଯୋଗ ଦେଇ ସେମାନଙ୍କୁ ଆଶିର୍ବାଦ ଦେବା ସହିତ ଭୋଜିର ମଜା ନେଇଥିଲେ ଏବଂ ବହୁତ ସୁନ୍ଦର୍ ଭାବରେ ଏହାକୁ ଉପଭୋଗ ମଧ୍ୟ କରିଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।