ଦେଖନ୍ତୁ Shocking ଭିଡ଼ିଓ : କରୋନା ସଂକ୍ରମିତ ରୋଗୀକୁ ତନ୍ତ୍ର ମନ୍ତ୍ର କରି ଭଲ କରିବା ବେଳେ ହଠାତ ଉଡ଼ିଗଲା ପ୍ରାଣବାୟୁ, ଥରୁଟିଏ ନିଶ୍ଚୟ ଦେଖନ୍ତୁ

0

କୋଭିଡ-୧୯ ଆସିବା ପରଠୁ ଲୋକଙ୍କ ଜୀବନ ଧାରଣ ଶୈଳୀକୁ ଅସ୍ତବ୍ୟସ୍ତ କରିଦେଇଛି, ଗତ ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ କରନା ସହିତ ସମଗ୍ର ବିଶ୍ୱ ଲଢ଼େଇ କରୁଛି, କରନା ଦାଉରୁ କୌଣସି ଦେଶ ବାଦ ପଡିନାହିଁ। ସମଗ୍ର ବିଶ୍ୱରେ ବର୍ତ୍ତମାନ କରନା ବହୁ ମାତ୍ରାରେ ବଢି ଚାଲିଛି। ଲୋକେଙ୍କ ରୋଜଗାର ବନ୍ଦ ହେବା ସହିତ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଅନେକ ସଂଘର୍ଷ କରୁଛନ୍ତି। ସରକାର ଙ୍କ କୋଭିଡ-୧୯ ର ଗାଇଡ଼ ଲାଇନ ଅନୁସାରେ ଗତବର୍ଷ ହରଦୀର୍ଘ ଦିନ ଧରି ଲୋକେ ଘରେ ବନ୍ଦୀ ହୋଇ ରହିଲେ, ଏହାର ପ୍ରଭାବରେ କରନା ରେ କିଛି ମାତ୍ରାରେ ସୁଧାର ଆସିଥିଲା। କିନ୍ତୁ ଲୋକ ମାନେ ଦୀର୍ଘ ଦିନ ରହିବା ପରେ ଜୀବିକା ହରାଇ ଖାଇବା ପାଇଁ ପାଇଲେ ନାହିଁ, ପୁଣି ଲୋକେ କାମକୁ ବାହାରିଲେ, ଜୀବନ ଯାତ୍ରା ସ୍ବଭାବିକ ହୋଇ ଆସିଥିଲା, ଗତ ଜାନୁୟାରୀ ମାସ ଠୁ କରନା ସଂକ୍ରମଣ ବଢି ଚାଲିଛି।

ଗତ ମାସ ଅପେକ୍ଷା ଏହି ମାସ ବେଶି, କରନାର ପ୍ରଥମ ଚେନ ଅପେକ୍ଷା ଦ୍ୱିତୀୟ ଚେନ ଅତି ମାରାତ୍ମକ ରୂପ ଧାରଣ କରୁଛି।ଲୋକମାନେ ଯେଉଁ କରନା ଟୀକା ପାଇଁ ଅପେକ୍ଷା କରିଥିଲେ। ଏବଂ ସମସ୍ତଙ୍କ ମନରେ ଧାରଣ ଥିଲା ଯେ କରନା ଟୀକା ବାହାରିବା ପରେ ଲୋକେ ନିର୍ଭୟରେ ବାହାରେ ବୁଲି ପାରିବେ।କିନ୍ତୁ ଟୀକା ବାହାରିବା ପରେ ମଧ୍ୟ ଲୋକମାନେ ସୁରକ୍ଷିତ ନୁହନ୍ତି। ସଂକ୍ରମିତ ହାର କୁ ଆଖି ଆଗରେ ରଖି ସରକାର ନୂଆ ଗାଇଡ଼ ଲାଇନ ବାହାର କରିଛନ୍ତି। ବାଧ୍ୟତା ମୂଳକ ଭାବେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଭଳି ନିୟମ ପ୍ରଣୟନ କରାଯାଇଛି। ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲଂଘନ କରେ ତେବେ ଫାଇନ ର ବ୍ୟବସ୍ତା ମଧ୍ୟ କରାଯାଇଛି।

ପ୍ରତ୍ୟେକ ଦିନ ଲୋକେ କରନା ରେ ମରୁଛନ୍ତି, ଏବଂ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି। ସରକାର ଅନେକ କିଛି କଲେ ମଧ୍ୟ କିଛି କାମ ଦେଉନାହିଁ। ତେବେ ଏଭଳି ସଙ୍କଟ ପରିସ୍ଥିତିରେ ଦୁଇଜଣ ମହିଳା ମନ୍ତ୍ରତନ୍ତ୍ର କରି କରନା ଭଲ କରିବା ଦ୍ୱାରା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଯାହାକି ବର୍ତ୍ତମାନ ଏଭଳି ଏକ ଦୁଃଖଦ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ଘଟିଛି କାନପୁର ରେ ଏକ କୋଭିଡ ହସ୍ପିଟାଲରେ, ତେବେ ସୂଚନା ମୁତାବକ ଜଣେ ମହିଳା କରନା ସଂକ୍ରମିତ ହୋଇ ବେଡ଼ ରେ ଶୋଇଥିଲେ। ହାଠାତ ଦୁଇଜଣ ମହିଳା ଧସେଇ ହସ୍ପିଟାଲ ବେଡ଼ ଭିତରକୁ ପଶି , କରନା ସଂକ୍ରମିତ ମହିଳାଙ୍କୁ ଜଣେ ସ୍ତ୍ରୀ ଲୋକ ହାତକୁ ଭିଡି ମନ୍ତ୍ର ପଢୁଛି, ଆଉ ଜଣେ ବେକରେ ଭଡ଼ା ଦେଇ ଛିଡା ହୋଇ ମନ୍ତ୍ର ଉଚ୍ଚାରଣ କରୁଛି। କିଛି ସମୟ ପରେ ସଂକ୍ରମିତ ମହିଳା ଜଣଙ୍କ ମୃତ୍ୟୁ ହୋଇଗଲା, ତାପରେ ସେମାନେ ଡାକ୍ତରଙ୍କୁ ଦୋଷ ଦେଉଛନ୍ତି, କି ଡାକ୍ତର ମାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।