ଦେଖନ୍ତୁ ଭିଡିଓ : ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ଜଣକ କାନ୍ଦିକାନ୍ଦି ଭିଡିଓ ମାଧ୍ୟମରେ ଯାହା କହିଛନ୍ତି ପୁରା ଘଟଣା ଶୁଣିଲେ ଆପଣ ହୋଇଯିବେ ତାଯୁବ…

0

ବନ୍ଧୁଗଣ ବେଳେବେଳେ ମଣିଷ ଉପରେ କିଛି ଚାପ, ମାନସିକ ଯନ୍ତ୍ରଣା ଏତେ ଭାରି ହୋଇ ପଡ଼ିଥାଏ ଯେ ସେତେବେଳେ ସେ ନିଜ ଜୀବନକୁ ହାରି ଦେବାକୁ ଉଚିତ୍ ବୋଲି ମନେ କରିଥାଏ। ଯଦିଓ ଆତ୍ମହତ୍ୟା ସବୁ ସମସ୍ୟାର ଏକ ସମାଧାନ ନୁହେଁ, ତଥାପି ମଣିଷ ଏଭଳି ଏକ ପଦକ୍ଷେପ କୁ ବାଛି ନେଇଥାଏ ଯେତେବେଳେ ସେ ମାନସିକ ସ୍ତରରେ ଗମ୍ଭୀର ଭାବରେ ଭାଙ୍ଗି ପଡ଼ିଥାଏ। ଆମେ ଆଜି ଏଭଳି ଘଟଣା ଆପଣଙ୍କୁ କହୁଛୁ କାରଣ ଏଭଳି ଏକ ଘଟଣା ନିକଟରେ ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି। ଯେଉଁ ଘଟଣା ଘଟିଛି ଓଡ଼ିଶାର କୋରାପୁଟ ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ।

ଏଠାରେ ଜଣେ ମହିଳା ଯାହାଙ୍କ ନାମ ହେଉଛି ଶ୍ରାବଣୀ ମଲ୍ଲିକ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।ଆଉ ଆତ୍ମହତ୍ୟା କରିବା ପୂର୍ବରୁ ସୋସିଆଲ ମିଡିଆରେ ସେ ତାଙ୍କର ମୃତ୍ୟୁ ର କାରଣ କିନ୍ତୁ ଉଲ୍ଲେଖ କରି ଯାଇଛନ୍ତି। ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ଯେଉଁମାନଙ୍କ ପାଇଁ ସେ ତାଙ୍କ ଜୀବନ ହାରି ଦେଇଛନ୍ତି ଏବଂ ତାଙ୍କ ମୃତ୍ୟୁର ପ୍ରକୃତ କାରଣ କଣ ତାହା ମଧ୍ୟ ସେ ସେଠାରେ ଉଲ୍ଲେଖ କରିଛନ୍ତି। କେଉଁ ଭଳି ଭାବରେ ସମସ୍ତେ ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲେ ଏବଂ ସେସବୁ କୁ କିପରି ଭାବରେ ସେ ବହୁ କଷ୍ଟରେ ସହ୍ୟ କରୁଥିଲେ ଏବଂ ଶେଷରେ ତାଙ୍କ ପାଇଁ ସେସବୁ ଯନ୍ତ୍ରଣା ଏତେ ବଢି ଯାଇଥିଲା ଯେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ଏବଂ ବିଚଳିତ ହୋଇ ଯାଇଥିଲେ।

ଆଉ ଶେଷରେ ସେ ଆତ୍ମହତ୍ୟା କରିବା ଭଳି ଏକ ନିଷ୍ପତ୍ତି ନେଇଥିଲେ। ଆପଣ ମାନେ ଏହି ଭିଡିଓ ରେ ଦେଖିବାକୁ ପାଇବେ କିପରି ଭାବରେ କାନ୍ଦି କାନ୍ଦି ସେ ତାଙ୍କର ଦୁଃଖ ଭରା କାହାଣୀ କହିଛନ୍ତି। କେଉଁ ମାନେ ତାଙ୍କୁ ମାନସିକ ଯନ୍ତ୍ରଣା ଦେଉଥିଲେ ଏବଂ ତାଙ୍କ ପରିବାର କିପରି ଭାବରେ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ ସେସବୁ କଥାକୁ ସେ ଏହି ଭିଡିଓ ରେ କାନ୍ଦି କାନ୍ଦି ବର୍ଣ୍ଣନା କରିଛନ୍ତି।ଏହା ମଧ୍ୟ ସେ କହିଛନ୍ତି ଯେ ଭାଇ ମୋତେ କ୍ଷମା କରିଦେବ କାରଣ ତୁମେ ମୋତେ ମନା କରିଥିଲ ଏମିତି ଏକ ପଦକ୍ଷେପ ନନେବା ପାଇଁ ଯେକୌଣସି ପରିସ୍ଥିତି ରେ ବି। କିନ୍ତୁ ମୁଁ ଆଉ ସହି ପାରୁନି।

ଏବେ ବଞ୍ଚିବା ମୋ ପାଇଁ କଷ୍ଟ ହୋଇ ଯାଇଛି। ଫଳରେ ଏଭଳି ଏକ ନିଷ୍ପତ୍ତି ନେବାକୁ ମୁଁ ବାଧ୍ୟ ହେଉଛି।ତେଣୁ ଦୟାକରି ତୁମେ ମୋତେ କ୍ଷମା କରିଦେବ।ଆଉ ଏହା ସହିତ ମହିଳା ଜଣଙ୍କ ମଧ୍ୟ ତାଙ୍କର ଏହି କୋହ ଭରା ଭିଡିଓ ରେ ତାଙ୍କ ପରିବାର ଲୋକଙ୍କୁ ଅଭିଶାପ ଦେଇଛନ୍ତି ଯେ ସେ ଯେମିତି କଷ୍ଟ ଯନ୍ତ୍ରଣା ପାଇଛନ୍ତି ସେହିଭଳି ଭାବରେ ସମସ୍ତେ କଷ୍ଟ ପାଇବେ। ଏହିଭଳି ଏକ ଦୁଃଖ ଏବଂ କୋହ ଭରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।