ଦେଖନ୍ତୁ ଭିଡ଼ିଓ : ଅଭିନେତା ବାବୁଶାନ୍ ଜେଲ୍ ଭିତରେ ମାଡ଼ ଖାଉଥିବାର ଭିଡିଓ ହେଲା ଭାଇରାଲ…

0

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାର ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ତେବେ ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ କୁ ନେଇ ଚର୍ଚ୍ଚା ଜୋର ଧରିଛି।ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଯେ ଅଭିନେତା ବାବୁଶାନ୍ ମହାନ୍ତି ଜେଲ୍ ରେ ରହିଛନ୍ତି ଏବଂ ତାଙ୍କ ହାତ ବନ୍ଧା ହୋଇ ତାଙ୍କୁ ଚେୟାର ରେ ବସା ଯାଇଛି।

ସେଠାରେ ସେ ପୋଲିସ୍ ପାଖରୁ ମାଡ଼ ଖାଉଛନ୍ତି। ପୋଲିସ୍ ର ଲାଠି ମାଡ଼ କୁ ସେ ଆଖି ବୁଜି ସହି ଯାଉ ଥିବାର ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଯେ କଣ ପାଇଁ ବାବୁଶାନ୍ ଜେଲ୍ ଗଲେ ଏବଂ ସେ ପୋଲିସ୍ ପାଖରୁ ମାଡ଼ ଖାଇବାର କାରଣ କଣ ଅଟେ? ଆପଣଙ୍କୁ କହି ରଖୁଛୁ ଯେ ବାବୁଶାନ୍ ଙ୍କ ଏହା ଏକ ଫିଲ୍ମ ର ଦୃଶ୍ୟ ଅଟେ। ଯାହାର ନାମ ହେଉଛି ବିଦ୍ୟାରାଣ।ଏହି ଫିଲ୍ମରେ ତାଙ୍କର ନାୟିକା ସାଜିଛନ୍ତି ଶିବାନୀ।ଏହି ଫିଲ୍ମର ଏକ ଦୃଶ୍ୟ ଏମିତି ରହିଛି ଯେଉଁଥିରେ ବାବୁଶାନ୍ କୌଣସି କାରଣରୁ ଗିରଫ ହୋଇ ପୋଲିସ୍ ଠାରୁ ମାଡ଼ ଖାଉଛନ୍ତି।

ବାବୁଶାନ୍ ମହାନ୍ତି ଙ୍କ ଅଭିନୟ ବେଶ୍ ନିଆରା।କିଛି ଏମିତି କଳାକାର ଓଡ଼ିଆ ସିନେମା ଜଗତ ରେ ଅଛନ୍ତି ସେମାନଙ୍କ ଅଭିନୟ ପାଇଁ ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ।ଅଭିନୟ ଦୁନିଆ ରେ ବହୁ ଜଣ ଏମିତି କଳାକାର ଅଛନ୍ତି ଯେଉଁ ମାନେ ସେମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି। ଯେଉଁ ମାନଙ୍କ ଅଭିନୟ, ନାଚ, ଗୀତ ଇତ୍ୟାଦି ରେ ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହୋଇ ଥାଆନ୍ତି। ଯାହା ପାଇଁ ଏହି କଳାକାର ମାନେ ଅନେକ ସଫଳତା ସାଉଁଟି ଛନ୍ତି। ସେହିପରି ଜଣେ କଳାକାର ହେଉଛନ୍ତି ବାବୁଶାନ୍ ମହାନ୍ତି।ସେ ଯେମିତି ଆମକୁ ମନୋରଞ୍ଜନ କରାଇଥାନ୍ତି,ଠିକ ସେଇଭଳି ମଉଜ ମସ୍ତି ଭିତରେ ତାଙ୍କର ବାସ୍ତବ ଜୀବନରେ ନିଜକୁ ଅତିବାହିତ କରିଥାନ୍ତି।

ତେବେ ପାରିବାରିକ ରହସ୍ୟ ହେଉ କି ଜୀବନର ଶୈଳୀ ଏବଂ ପ୍ରେମ ସମ୍ପର୍କ ମଧ୍ୟ ହେଉ ପ୍ରତିଟି କଥାରେ ଏକ ନିଆରା ଢଙ୍ଗ ରେ ସୋସିଆଲ ମିଡିଆରେ ଦର୍ଶକ ମାନଙ୍କ ପାଇଁ ସେ ଉପସ୍ଥାପିତ କରନ୍ତି। ବାବୁଶାନ୍ ଙ୍କ ପ୍ରତିଟି ଫିଲ୍ମ୍ ସୁପରହିଟ ହୋଇଥିବା ବେଳେ ସେହିଭଳି ଏବେ ଆସିବାକୁ ଯାଉଥିବା ବାବୁଶାନ୍ ଙ୍କ ନୂତନ ଫିଲ୍ମ୍ ଦର୍ଶକ ମାନଙ୍କ ମନକୁ ଛୁଇଁବ ବୋଲି ଆଶା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।