ଦେଖନ୍ତୁ ଭିଡ଼ିଓ ! ବାହାଘର ର ୫ ମାସ ପରେ ତାଙ୍କ ଶାଶୂ ଘରେ କେମିତି ଅଛନ୍ତି ଅଭିନେତ୍ରୀ ଝିଲିକ

0

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି।ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ ।ପୁଣି କେତେବେଳେ ନିଜର ଚଳଚ୍ଚିତ୍ର ପାଇଁ ତ କେତେବେଳେ ନିଜର ଲାଇଫ ଷ୍ଟାଇଲ ଓ ବ୍ୟକ୍ତିଗତ ଜୀବନ ପାଇଁ।ସବୁ ବେଳେ ସେମାନେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି ।

ତେବେ ନିକଟ ଅତୀତ ରେ ଏକ ଓଲିଉଡ ଅଭିନେତ୍ରୀ ଙ୍କ ର ମହାନତାର ଭିଡିଓ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି । ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଓଲିଉଡ ର ହଟ୍ ଏବଂ ସେକ୍ସି ଗାର୍ଲ ଅଥବା ଝିଲିକ ଭଟ୍ଟଚାର୍ଯ୍ୟ।

ଯିଏ କି ନିଜ ର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ। ତାଙ୍କୁ ବଙ୍ଗୀୟ ସୁନ୍ଦରୀ ବୋଲି ମଧ୍ୟ କୁହା ଯାଏ।ସେ ଜଣେ ବଙ୍ଗୀୟ ନାୟିକା ହୋଇ ଥିଲେ ମଧ୍ୟ ସେ ଓଲିଉଡ ରେ ମଧ୍ୟ ନିଜ ଚମତ୍କାର ଅଭିନୟ ର ଛାପ ଛାଡ଼ିଛନ୍ତି।ସେ ଖୁବ କମ ସମୟ ରେ ଓଡ଼ିଶାର ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ବାନ୍ଧି ପାରିଛନ୍ତି। ନିକଟ ଅତୀତରେ ସେ ତାଙ୍କର ବିବାହ ପାଇଁ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରାରେ ଚର୍ଚ୍ଚାରେ ଥିଲେ।

ସେ ବଙ୍ଗୀୟ ନାୟିକା ହୋଇ ମଧ୍ୟ ଜଣେ ଓଡ଼ିଆ ପୁଅକୁ ବିବାହ କରିଛନ୍ତି ଓ ଓଡ଼ିଆ ଘରର ବୋହୁ ହୋଇଛନ୍ତି।ସେ ସୁକେଣ୍ଡା ବିଧାୟକ ପ୍ରୀତିରଞ୍ଜନ ଘୋଡ଼ାଇଙ୍କୁ ବିବାହ କରି ଥିଲେ।ସେତେବେଳେ ତାଙ୍କର ଅଚାନକ ଓ ଚୁପଚାପ ଵିଵାହ ପାଇଁ ସେ ସାରା ରାଜ୍ୟରେ ଚର୍ଚ୍ଚା ରେ ରହି ଥିଲେ।

ସମସ୍ତେ ଝିଲିକଙ୍କ ବିବାହ ଭିଡ଼ିଓ କୁ ଖୁବ ଉପଭୋଗ ମଧ୍ୟ କରି ଥିଲେ।ଝିଲିକ ଜଣେ ବଙ୍ଗାଳି ଝିଅ ହୋଇ ଥିଲେ ମଧ୍ୟ ଏବେ ସେ ଜଣେ ଖାଣ୍ଟି ଓଡ଼ିଆ ଘର ବୋହୁ ଭାବେ ସମସ୍ତ ରୀତିନୀତି ସହିତ ପୂଜାର୍ଚ୍ଚନା ମଧ୍ୟ କରି ପାରୁଛନ୍ତି।ତେବେ ବିବାହ ପରେ ଝିଲିକ ଆଉ କୌଣସି ଫିଲ୍ମରେ କାମ କରି ନାହାଁନ୍ତି।ସେ ଏବେ ସମ୍ପୂର୍ଣ୍ଣ ଭାବେ ତାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକ ସହିତ ସମୟ ଅତିବାହିତ କରୁଛନ୍ତି।

ତେବେ ଏବେ ଝିଲିକ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।ସେ ବାହାଘର ର ୫ ମାସ ପରେ ତାଙ୍କ ବାପ ଘର ଅର୍ଥାତ କଲିକତା କୁ ବୁଲିବାକୁ ଯାଇଛନ୍ତି।ସେଠାରେ ସେ ତାଙ୍କ ପରିବାର ଲୋକ ଓ ସାଙ୍ଗସାଥୀ ସହିତ ଖୁବ ମଜାମସ୍ତି କରୁଛନ୍ତି।ଆଉ ଏହି ଭିଡ଼ିଓ କୁ ସେ ନିଜେ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି।

ଏବେ ତାଙ୍କର ଦୁଇଟି ନୂଆ ଓଡ଼ିଆ ଫିଲ୍ମ ମୁକ୍ତିଲାଭ କରିବା ପାଇଁ ଯାଉଛି।ଗୋଟିଏ ଚଳଚ୍ଚିତ୍ର ର ନାମ “ବାଜିବ ଲୋ ସାହାନାଇ” ହୋଇଥିବା ବେଳେ ଅନ୍ୟଟିର ନାମ “ଆଈ ଲଭ୍ ୟୁ-୨” ରହିଛି।ଏହି ଫିଲ୍ମର ସମସ୍ତ ସୁଟିଂ ଶେଷ ହୋଇ ଯାଇଛି।କିନ୍ତୁ କରୋନା ମହାମାରୀ ପାଇଁ ଏହି ଦୁଇଟି ଫିଲ୍ମ ରିଲିଜ ହୋଇ ପାରି ନାହିଁ।ମାତ୍ର ଖୁବଶୀଘ୍ର ଏହି ଦୁଇଟି ଫିଲ୍ମ ରିଲିଜ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।