ଦେଖନ୍ତୁ ଭିଡ଼ିଓ ! ବାହାଘର ମଝିରେ ଭିଣେଇ ଉପରକୁ ଡେଇଁଲା ଶାଳୀ।ଆଉ ତାପରେ ଯାହା ହେଲା ଆପଣ ନଦେଖିଲେ ବିଶ୍ୱାସ କରି ପାରିବେ ନାହିଁ

0

ଭାରତୀୟ ସଂସ୍କୃତିରେ ବିବାହ କୁ ଏକ ପବିତ୍ର ବନ୍ଧନ ବୋଲି କୁହାଯାଏ ।ସଂସାର ରେ ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।

ବିବାହର ଅର୍ଥ ଦୁଇ ଦେହର ମିଳନ ହୋଇ ନଥାଏ,ଏହା ଦୁଇ ଆତ୍ମାର ମିଳନ ହୋଇ ଥାଏ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି କି ବିବାହ କେବଳ ଦୁଇ ଦେହ ଏବଂ ଦୁଇ ମନକୁ ଏକ କରି ନଥାଏ,ବରଂ ଏହା ଦୁଇ ପରିବାର କୁ ମଧ୍ୟ ଏକ କରି ଥାଏ।ବିବାହର ଅନେକ ପରମ୍ପରା ଏବଂ ରୀତିନୀତି ରହି ଥାଏ।

ବର୍ତ୍ତମାନର ଆଧୁନିକ ଦୁନିଆ ରେ ବିବାହର ରୀତିନୀତି ମଧ୍ୟ ଅଧିକ ହେବାରେ ଲାଗିଛି ।ଆଜିର ଦୁନିଆ ହେଉଛି କମ୍ପୁଟର ଓ ମୋବାଇଲ ର ଦୁନିଆ।ଆଜି ପ୍ରତ୍ୟେକ ଲୋକ ଇଣ୍ଟରନେଟ ର ବ୍ୟବହାର କରୁଛନ୍ତି।ତେଣୁ ବର୍ତ୍ତମାନ ସମସ୍ତେ ସୋସିଆଲ ମିଡ଼ିଆ ସହ ଜଡ଼ିତ, ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖି ଥାଉ,ଯେପରିକି ବାହାଘରରେ ବର କନ୍ୟାଙ୍କ ମସ୍ତି,ବାହା ଘରରେ ସାଜ ସଜ୍ଜା ଇତ୍ୟାଦି।

ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।ଯାହାକୁ ଜାଣିଲେ ଆପଣ ହସି ହସି ବେଦମ ହୋଇ ଯିବେ।ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁ ଥିରେ ଦେଖିବା ପାଇଁ ମିଳୁଛି କି ଏକ ବିବାହ ମଣ୍ଡପରେ ବାହାଘର ଚାଲିଛି।

କିଛି ସମୟ ପରେ ବରଙ୍କୁ କନ୍ୟାଙ୍କ ମୁଣ୍ଡରେ ଦୁବ,ଅରୁଆ ଚାଉଳ ଦେବା ପାଇଁ ବ୍ରାହ୍ମଣ କହିଲେ।ତେଣୁ ବର ଜଣଙ୍କ ମଧ୍ୟ ସେମିତି କଲେ।ମାତ୍ର ଏହି ସମୟରେ ଏମିତି ଏକ ଘଟଣା ଘଟିଲା ଯାହା ସମସ୍ତଙ୍କୁ ହସେଇ ହସେଇ ବେଦମ କରି ଦେଉଛି।ବର ଜଣଙ୍କ କନ୍ୟାଙ୍କ ମଥାରେ ଏହି ସବୁ ଜିନିଷ ଦେଉ ଥିବା ବେଳେ କନ୍ୟାର ସାନ ଭଉଣୀ, ସେହି ବର ବେକରେ ଫୁଲ ମାଳ ପିନ୍ଧାଇବା ପାଇଁ ବର ଉପରକୁ ଡେଇଁ ପଡ଼ୁ ଥିଲେ।

ମାତ୍ର ବର ଜଣଙ୍କ ଏହା ଜାଣି ପାରି ପଛକୁ ଚାଲି ଆସିଲେ ଓ ସେହି ଯୁବତୀ ଜଣଙ୍କ କନ୍ୟାଙ୍କ ଉପରେ ପଡ଼ି ତଳକୁ ଗଡ଼ି ଗଲେ।ସେ ଏତେ ଜୋରରେ ଲମ୍ପ ମାରି ଥିଲେ କି ସେ କନ୍ୟା କୁ ଆହତ କରିବା ସହିତ ବେଦୀର ମଝିରେ ପଡ଼ି ଗଲେ।ଏହା ଦେଖି ବର ସହିତ ଅନ୍ୟ ମାନେ ଜୋରରେ ହସିବାକୁ ଲାଗିଲେ ।

ଆଉ ଶାଳୀ ଜଣଙ୍କ ଲଜ୍ଜାରେ ସେଠାରୁ ଦୌଡ଼ି ପଳେଇ ଗଲେ।ଏହି ଭିଡ଼ିଓ ଟି ଏବେ ସୋସିଆଲ ମିଡ଼ିଆରେ ପ୍ରବଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଜିଏବି ଏହି ଭିଡ଼ିଓ କୁ ଦେଖୁଛି,ସେ ହସି ହସି ବେଦମ ହୋଇ ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।