ଦେଖନ୍ତୁ ଭିଡ଼ିଓ – ବାହାଘର ପରେ ପ୍ରଥମ ଥର ବରଫ ପାହାଡ଼ରେ ହନିମୁନ କଲେ ସବ୍ୟ-ଅର୍ଚ୍ଚିତା

0

ସାଧାରଣ ଲୋକଙ୍କ ଦୈନ୍ୟଦିନ ର ଜୀବନ ଶୈଳୀ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଥାଏ। ଅଭିନୟ କ୍ଷେତ୍ରରେ ସେଲିବ୍ରେଟି ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେମାନଙ୍କ ଅଭିନୟ ମାଧ୍ୟମରେ ଲୋକମାନେ ଅନେକ କିଛି ଶିକ୍ଷା କରିଥାନ୍ତି। ସିନେମା ଜଗତରେ ଅନେକ କଳାକାର ଅଭିନୟ କରିଥାନ୍ତି, ଏବଂ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ଭଲ ପାଇବା ପାଇଁ ଚେଷ୍ଟା କରିଥାନ୍ତି। ଯେଉଁ କଳାକାରଙ୍କ ଅଭିନୟ ଦର୍ଶକ ଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି, ସେମାନଙ୍କ ଦୈନ୍ୟଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ କୌତୁହଳ ପ୍ରକାଶ କରିଥାନ୍ତି।

କିଛି ଦିନ ଧରି ଆମ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ରେ ଚର୍ଚ୍ଚା ରେ ରହି ଆସିଛି। ସେ ବର୍ଷା ଏବଂ ଅନୁଭବ ବିବାଦ ହେଉ କିମ୍ବା ବାବୁସାନ ଙ୍କ ପୁଅ ହେବା ଏହା ବ୍ୟତୀତ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ବିବାହ ହେଉ, ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଦର୍ଶକ ମାନଙ୍କ ମନ ମଧ୍ୟରେ କୌତୁହଳ ରହିଛି ସେମାନଙ୍କ ବିଷୟରେ ଅଧିକ ଖବର ଜାଣିବା ପାଇଁ, ତେବେ ଆଜି ଆମେ ଆପଣ ଙ୍କୁ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ବିଷୟରେ କିଛି ନୂତନ ଖବର କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା;

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ିର ନାୟକ ସବ୍ୟସାଚୀ ଏବଂ ଅର୍ଚ୍ଚିତା ବିବାହ ବନ୍ଦନ ରେ ବାନ୍ଧି ହୋଇଛନ୍ତି। ସେମାନଙ୍କ ବିବାହ କରନା କଟକଣା ଯୋଗୁଁ ରାଜସ୍ଥାନ ହୋଟେଲ ରେ ହୋଇଥିଲା, ବହୁ କମ ସଂଖ୍ୟା ରେ ଉପସ୍ଥିତ ଥିଲେ। ପରେ ତାଙ୍କ ରିସେପସନ ଓଡ଼ିଶାରେ ହୋଇଥିଲା, ତେବେ ତାଙ୍କ ରିସେପସନ ରେ ଓଲିଉଡରେ ନାମୀ ଦାମୀ କଳାକାର ଯୋଗ ଦେଇଥିଲେ। ଏହା ପରେ ଉଭୟ ଙ୍କୁ ତରଙ୍ଗ ସିନେ ଉତ୍ସବରେ ଦେଖିବାକୁ ମିଳିଥିଲା।

ବର୍ତମାନ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଉଭୟ ବାହାଘର ପରେ ପ୍ରଥମ ଥର ପାଇଁ ହୋନିମୁନ ଯାଇଛନ୍ତି। ଉଭୟଙ୍କୁ ବରଫ ପାହାଡ ଚଢୁଥିବାର ଦେଖିବା ପାଇଁ ମିଳିଛି। ମନ ଭରି ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରୁଛନ୍ତି, ଉଭୟ ଅନେକ ଖୁସି ଥିବାର ଦେଖିବା ପାଇଁ ମିଳିଛି। ତେବେ ଏହି ବିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଲୋକ ଦେଖି ସାରିଲେଣି ଅନେକ ଦର୍ଶକ ସେୟାର ମଧ୍ୟ କରୁଛନ୍ତି। ସବ୍ୟସାଚୀ ଏକ ଇଣ୍ଟେରର୍ଭୁ ରେ କହିଥିଲେ ଯେ ତାଙ୍କର ଏକ ପିଲ୍ମ ପ୍ରସ୍ତୁତ ହୋଇ ସାରିଛି, ଖୁବଶୀଘ୍ର ରିଲଜ ହେବ କେବଳ କୋରଣା କଟକଣା ଯୋଗୁଁ ତାହା ରିଲିଜ ହୋଇପାରୁ ନାହିଁ, କରନା କମିଲେ ଫିଲ୍ମ ଟି ରିଲିଜ ହୋଇଯିବ, ତେବେ ତାଙ୍କର ନୂଆ ଫିଲ୍ମ ଆଗକୁ କଣ ଆସୁଛି, ସେ ବାବଦରେ କିଛି କହିନାହାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।