ଦେଖନ୍ତୁ ଭିଡ଼ିଓ : ହେ ଭଗବାନ ! cctv ରେ ରେକର୍ଡ ହୋଇଗଲା ନହେଲେ ଆପଣ ବି ବିଶ୍ୱାସ କରି ନ ଥାନ୍ତେ…ଥରୁଟିଏ ନିଶ୍ଚୟ ଦେଖନ୍ତୁ…

0

ବର୍ତ୍ତମାନର ଆଧୁନିକ ସମାଜରେ ଲୋକେ ଶିକ୍ଷିତ ହୋଇ ମଧ୍ୟ ଅମାନୁଷିକ ଭାବରେ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଦେଖିବା ପାଇଁ ମିଳିଥାଏ। ବର୍ତ୍ତମାନ ର ଲୋକଙ୍କ ଚିନ୍ତା ଧାରା ଯେ ନିଜେ କିପରି ଭଲରେ ଚଳିବା ସେଥିପାଇଁ ଅନ୍ୟ କଥା ଚିନ୍ତା କରନ୍ତି ନାହିଁ। ଜଣେ ମଣିଷ ଆଉ ଜଣେ ମଣିଷକୁ ପଚାରୁ ନାହିଁ, ପଶୁ ପକ୍ଷୀଙ୍କୁ ପଚାରୁବା ତୋ ଦୂର କଥା, ନିଜର ଆବଶ୍ୟକତା ପୂରଣ କରିବା ପାଇଁ ପଶୁପକ୍ଷୀ ଉପରେ ଅନ୍ୟାୟ, ଅତ୍ୟାଚାର କରୁଛନ୍ତି।

ବିଭିନ୍ନ ସମୟରେ ଦେଖିବା ପାଇଁ ମିଳେ ଯେ ଲୋକେ ପଶୁ ପକ୍ଷୀ ଙ୍କ ଜୀବନକୁ ଅତି ତୁଚ୍ଛ ଭାବୀ ମାରିବା ପାଇଁ ପଛେଇ ନଥାନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବା ପାଇଁ ମିଳିଛି, ଯାହା ଦେଖିବା ମାତ୍ରେ ଆପଣଙ୍କ ଲୁମ ଟାଙ୍କୁରି ଉଠିବ। ଯାହାକି ଜଣେ ଲୋକ ତିନୋଟି ବିଲେଇ ଛୁଆକୁ ମାଡ଼ ମାରି ବୁଲା କୁକୁର ମୁଁହକୁ ଫୋପାଡ଼ି ଦେଇଥିବା ଦୃଶ୍ୟ ସିସିଟିଭି ରେ କଏଦ ହୋଇଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପ୍ରାକୃତ ଘଟଣା ବିଷୟରେ;

ତେବେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଞ୍ଚଳରେ, ମେ ୧୩ ତାରିଖ ସମୟ ସକାଳ ୯.୪୦ ପ୍ରଥମେ ବିଲେଇ ଛୁଆ ଗୋଟିଏ ଘର ଭିତରକୁ ପଶିଗଲା, କିଛି ସମୟ ପରେ ଗୋଟିଏ ବୟସ୍କ ଲୋକ ବିଲେଇ ଛୁଆକୁ ପିଟି ପିଟି ଆଣି ବୁଲା କୁକୁରଙ୍କ ସାମନା ରେ ଫିଙ୍ଗି ଦେଲେ, ସଙ୍ଗେ ସଙ୍ଗେ ମାଆ ବିଲେଇ ଛୁଆକୁ ବଞ୍ଚେଇବା ପାଇଁ ଆସିବାରୁ ତାଙ୍କୁ କୁକୁର ମାନେ ଗଡେଇ ଲେ ଭୟରେ ମାଆ ବିଲେଇ ପଳେଇଲେ, ଏପରି ଦୁଇଟି ବିଲେଇ ଛୁଆ କୁ କୁକୁର ମୁହଁକୁ ଫୋପାଡ଼ି ଦେଇଥିଲେ। ତାପରେ କୁକୁର ବିଲେଇ ଛୁଆକୁ ମାରୁଛି ନା ନାହିଁ, ଲୋକଟି ଛିଡା ହୋଇ ସବୁ ଦେଖୁଥିଲା।

ସେହି ସମୟରେ ଗୌରବ ନାମକ ଜଣେ ବ୍ୟକ୍ତି ଦେଖିଥିଲେ ଗୋଟେ ବିଲେଇ ଛୁଆକୁ ଲୋକଟି କୁକୁରକୁ ଦେଇ ପାଖରେ ଛିଡା ହୋଇଛି। ତେବେ ଗୌରବ ଗୋଟିଏ ବିଲେଇ ଛୁଆକୁ ବଞ୍ଚେଇଥିଲେ କିନ୍ତୁ ଆଉ ଦୁଇଟି ବିଲେଇ ଛୁଆ ମସାରିଥିଲା। ତେବେ ଏନେଇ ସ୍ଥାନୀୟ ସିସିଟିଭି ଚେକ କରିବାରୁ ଲୋକ ଜଣକ ଟିର ଅସଲ ଚେହେରା ସାମ୍ନାକୁ ଆସିଥିଲା। ତେବେ ତାପରେ ଗୌରଭ ପୋଲିସ ରେ ଏତେଲା ଦେଇଥିଲେ।

ପୋଲିସ ମଧ୍ୟ ଏହି ଘଟଣାକୁ ଅତି ଗୁରୁତର ସହିତ କାର୍ଯ୍ୟ କରୁଥିବାର ସୂଚନା ମିଳିଛି। ତେବେ ଗୌରବ ଙ୍କ କହିବା ଅନୁସାରେ ସମସ୍ତ ପ୍ରାଣୀ ହେଉଛି ଏକ, ତେବେ ଏପରି କରିଥବା ବ୍ୟକ୍ତି ମିଡ଼ିଆ ସମ୍ନାରର ନିଜର ଭୁଲ ସ୍ୱୀକାର କରିଥିଲେ। ତେବେ ଦର୍ଶକ ବନ୍ଧୁ ଗୌରଭ ଭଳି ଆମେ ସମସ୍ତେ ଚିନ୍ତା ଧାରା ରହିବା ଉଚିତ। ଏହା ମାଧ୍ୟମରେ ସମାଜରେ କୁକୁର ବିରାଡ଼ି ଭଳି ଜୀବଜନ୍ତୁଙ୍କ ମୃତ୍ୟୁ ହ୍ରାସ ପାଇବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।