ଦେଖନ୍ତୁ ଭିଡ଼ିଓ – ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ଙ୍କ ପରେ action ମୋଡ଼ ରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କ ଭିଡ଼ିଓ viral….

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏବେ ପୁଣି ଚର୍ଚ୍ଚାରେ। ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ଦେଖିବାକୁ ମିଳିଛି ତାଙ୍କର ପ୍ରଭାବ। ଆଇନ୍ ଆଉ ନିୟମର ପାଠ ପଢ଼ାଇ ସେ ନିକଟରେ ଜଣେ ଅଧିକାରୀଙ୍କୁ ପାନେ ଦେଇଛନ୍ତି। ବାଲେଶ୍ଵର ଜିଲ୍ଲାର ନିରୀକ୍ଷଣ କରୁଥିବା ବେଳେ ସେ ବାଲେଶ୍ଵର ସଦର ରେ ପହଞ୍ଚି ଏକ ଧାନ ମଣ୍ଡି ନିକଟରେ ପହଞ୍ଚି ସେଠାରେ ହେଉଥିବା କାର୍ଯ୍ୟକୁ ତଦାରଖ କରିବା ସହିତ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇଥିଲେ।

ତେବେ ସେ ପୁରା ଏକ୍ସନ୍ ମୁଡ ରେ ଥିବା ବୋଲି ଜଣା ପଡୁଥିଲା।ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓ ରେ ମାନ୍ୟବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ଅଧିକାରୀଙ୍କୁ ତାଗିଦ୍ କରୁ ଥିବାର ଦେଖିବାକୁ ମିଳିଛି।

ସେ ଏଠାରେ ଧାନ ମାପି ନେଉଥିବା ଅଧିକାରୀ ଏବଂ ମିଲାର ଙ୍କ ଉପରେ ବହୁତ୍ ବର୍ଷି ଛନ୍ତି। ତେବେ ଜାଣନ୍ତୁ କଣ କହିଛନ୍ତି ଏବଂ କେଉଁ ଭଳି ଭାଷା ପ୍ରୟୋଗ କରିଛନ୍ତି ପ୍ରତାପ ଷଡ଼ଙ୍ଗୀ।ସେ କହିଛନ୍ତି ଯେ ଚାଷୀ ଙ୍କର ତୁମେ ହେଉଛ ଚାକର।ଆଉ ଚାଷୀଙ୍କ ପଇସାରେ ତୁମ ପରିବାର ପୋଷି ହେଉଛନ୍ତି ।ଯାହା ପଚାରୁଛି ସିଧା ସିଧା ଉତ୍ତର ଦିଅ। ଚୁପ୍ କର, ଗାଲୁଆ ଙ୍କ ଭଳି କଥା କୁହନି।

ଏଭଳି କଥା କହିଲେ ଲୋକେ ତୁମକୁ କ୍ଷମା ଦେବେ ନାହିଁ। ତୁମେ କାହାର ସ୍ବାର୍ଥ ଜଗିବା ପାଇଁ ଏଠି ରହିଛ। ତୁମେ କାହାର। ମିଲରଙ୍କ ନା ଚାଷୀଙ୍କ । ମେସିନ ରେ ଟେଷ୍ଟ କରି ଧାନ କିଣୁନାହଁ ଆଉ ଆସି ଏଠି ଚାଷୀଙ୍କୁ ଥକୁଚ। ଏଥିରେ କେତେ ଭାଗ ତୋର।

ଏଭଳି କିଛି ଭାଷା ପ୍ରୟୋଗ କରି ସେମାନଙ୍କ ନମ୍ୱର୍ ନୋଟ୍ କରି ତାଙ୍କ ଉପରେ ଚିହିକି ଉଠିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।ସୂଚନା ଥାଉ କି କେନ୍ଦ୍ର ମନ୍ତ୍ରୀଙ୍କ ସଂସଦୀୟ କ୍ଷେତ୍ର ଅଧିନ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସମୟରେ ଏହା ଘଟିଥିଲା।ସିନ୍ଧିଆ ସୋଷାଇଟିରେ ଧାନ କିଣିଲା ବେଳେ ଆର୍ ଏମ୍ ସିର କର୍ମଚାରୀ ମାନେ ଚାଷୀଙ୍କ ନିକଟକୁ ଧାନ କିଣିବାକୁ ନ ଯାଇ ଦୂରରେ ଧାନ କିଣୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ଲୋକଙ୍କ ଅଭିଯୋଗ କ୍ରମେ ସେଠାରେ ପହଞ୍ଚି ଯାଇଥିଲେ । ଆଉ ତାପରେ କେନ୍ଦ୍ର ମନ୍ତ୍ରୀଙ୍କ ରାଗ ପଞ୍ଚମ ହୋଇଥିଲା।

ଆଉ ତାପରେ ଘଟଣା ସ୍ଥଳରେ ଚାଷୀଙ୍କ ଠାରୁ ଆର ଏମ୍ ସି ର କର୍ମଚାରୀ ମାନଙ୍କୁ ଏଭଳି ଢଙ୍ଗରେ ତାଗିଦ୍ କରିଥିଲେ କେନ୍ଦ୍ର ମନ୍ତ୍ରୀ।ଏହାପରେ ଚାଷୀଙ୍କୁ ଗାଡ଼ିରେ ଧାନ ବୋହିବା ପାଇଁ ଭଡା ଦେବା ସହ ଉପଯୁକ୍ତ ପଦ୍ଧତିରେ ଧାନର ମାନ ନିର୍ଧାରଣ କରି ଚାଷୀଙ୍କୁ ସେମାନଙ୍କର ଉପଯୁକ୍ତ ପ୍ରାପ୍ୟ ପ୍ରଦାନ ପାଇଁ କହିଥିଲେ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। କାଟଛାଟ କରି, ଅନିୟମିତ ଭାବରେ ଚାଷୀଙ୍କୁ ହଇରାଣ ନକରିବାକୁ କହିଥିଲେ କେନ୍ଦ୍ରମନ୍ତ୍ରୀ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment