ଦେଖନ୍ତୁ ଭିଡ଼ିଓ ! ଏମିତି ଏକ ଅଦ୍ଭୁତ ଗାଁ, ଯେଉଁଠାରେ ରିଷ୍ଟ ଖଣ୍ଡନ ପାଇଁ ଶିଶୁ ପୁତ୍ରକୁ ବିବାହ କରାଯାଏ କୁକୁର କନ୍ୟା ସହିତ

0

ଆଜିର ଏହି ବିଜ୍ଞାନ ଯୁଗରେ ବି ମଣିଷ ମାନଙ୍କ ମନରେ ଜୀବିତ ରହିଛି ଅନ୍ଧ ବିଶ୍ୱାସ।ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ମଣିଷ ମଣିଷ ମାନେ ତାଙ୍କ ମନରେ ଥିବା ଅନ୍ଧ ବିଶ୍ୱାସ କୁ ଛାଡି ପାରୁ ନାହାଁନ୍ତି।ଅନେକ ସମୟ ରେ ଏମିତି କିଛି କଥା ଆମ ସାମ୍ନା କୁ ଆସି ଥାଏ,ଯାହା ଦର୍ଶାଇ ଥାଏ ମଣିଷ ମନର ଅନ୍ଧ ବିଶ୍ୱାସ।ଭାରତ ରେ ଆଜି ବି ଏମିତି ଅନେକ ଗାଁ ରହିଛି ଯେଉଁଠାରେ ଲୋକ ମାନେ ଆଜି ମଧ୍ୟ ଗୁଣି ଗାରିଡ଼ି ଓ ଅନ୍ଧ ବିଶ୍ୱାସ କୁ ମାନି ଚାଲିଛନ୍ତି।

ଅନ୍ଧ ବିଶ୍ୱାସ ର କରୁଣ ଦୃଶ୍ୟ ଆଧୁନିକ ମଣିଷ କୁ ପରିହାସ କରୁଛି ଏହି ଭାଇରାଲ ଭିଡ଼ିଓ।ପୁତ୍ର ସନ୍ତାନ ପାଇଁ ମୟୁରଭଞ୍ଜ ରେ ଦେଖିବା ପାଇଁ ମିଳିଛି ଏମିତି ଅଜବ ଜିନିଷ।ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ଏକ ଗାଁ ର ଲୋକ ଙ୍କ ଅନ୍ଧ ବିଶ୍ୱାସ ଉପରେ ଆଧାରିତ।ତେବେ ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ।

ରିଷ୍ଟ ଖଣ୍ଡନ ପାଇଁ କିଏ କେତେ ପୂଜା ପାଠ କରନ୍ତି।ମାତ୍ର ଏଠାରେ କୁକୁର ଛୁଆଙ୍କୁ ବିବାହ କରିବା ଲାଗି ନୂଆ ଡ୍ରେସ ପିନ୍ଧା ଯାଉଛି।ପରମ୍ପରା ନାଁ ରେ ଏଠି ଯାହା ଚାଲିଛି ତାହା ଆପଣଙ୍କ ମନରେ ଘୃଣା ଭାବ ଜାଗ୍ରତ କରିବ।କୁକୁର ସହ ଶିଶୁର ବାହାଘର କୁ ଦେଖି ଆପଣ ନିଜକୁ ସମ୍ଭାଳି ପାରିବେ ନାହିଁ।

ମୟୁରଭଞ୍ଜ ର ଏହି ପରମ୍ପରା ଆଜିର ନୁହେଁ,ଏହା ଶହ ଶହ ବର୍ଷ ପୁରୁଣା।ମକର ପର୍ବ ଠାରୁ ଶିବ ରାତ୍ରି ପର୍ଯ୍ୟନ୍ତ ଏହି ପରମ୍ପରା ପ୍ରଚଳିତ କରା ଯାଇ ଥାଏ।ମୟୁରଭଞ୍ଜ ଜିଲ୍ଲାରେ ହୋ ସମ୍ପ୍ରଦାୟର ଲୋକ ମାନଙ୍କର ଏହା ହେଉଛି ଏକ ନିଆରା ପରମ୍ପରା।

ଶିଶୁ ଜନ୍ମ ହେବା ପରେ ଯଦି ପ୍ରଥମ ଦାନ୍ତ ଉପର ମାଢି ରେ ବାହାରିଲା, ତାକୁ ଅଶୁଭ ଭାବନ୍ତି ହୋ ସମ୍ପ୍ରଦାୟର ଲୋକମାନେ।ଆଉ ସେହି ଦାନ୍ତକୁ କୁକୁର ଦାନ୍ତ ବୋଲି କହିଥାନ୍ତି।ତେଣୁ ସେମାନେ ସେହି ଶିଶୁକୁ କୁକୁର ସହିତ ବିବାହ କରିଥାନ୍ତି।ଲୋକମାନେ ବିଶ୍ୱାସ କରନ୍ତି କି ଏହି ଦାନ୍ତ ବାହାରିଲେ ଶିଶୁ ପ୍ରତି ବିପଦ ରହିଛି।ପୂର୍ବପୁରୁଷ ବି ସେହିଭଳି କରୁ ଥିଲେ,ତେଣୁ ଏମାନେ ମଧ୍ୟ ସେମିତି କରୁଛନ୍ତି।

ରିଷ୍ଟ ଖଣ୍ଡନ ପାଇଁ ପ୍ରଥମେ ଦୁଇ ଛକ ପାଖରେ ପୂଜାର୍ଚ୍ଚନା ହୁଏ।ଏହାପରେ ସେହି ପୁତ୍ର ସନ୍ତାନ ର ଘର ଲୋକ ହାଣ୍ଡିଆ ନେଇ ଯାଆନ୍ତି ଝିଅ ଘରକୁ ଅର୍ଥାତ କୁକୁର ରଖିଥିବା ଲୋକର ଘରକୁ।ସେଠାରେ ପହଂଚିବା ପରେ କୁକୁର ର ମାଲିକ ପୁଅ ଘରର ଲୋକଙ୍କ ପାଦ ଧୋଇ ଅତିଥି ସେବା କରିଥାନ୍ତି।ସେଠାରେ ଉଭୟ ପରିବାର ମଧ୍ୟରେ ଆଲୋଚନା ହୋଇ ବାହାଘର ପାଇଁ ସ୍ଥିର ହୋଇଯାଏ ସମୟ।

ବାହାଘର ସମୟ ଠିକ ହେବାପରେ କନ୍ୟା କୁକୁର କୁ ମାଦଳ ବଜାଇ ପୁଅ ଘରକୁ ଅଣାଯାଏ।ବର କନ୍ୟାଙ୍କୁ ପାଖରେ ବସାଇ ପାରମ୍ପରିକ ରୀତିରେ ସିନ୍ଦୂର ଓ ମଙ୍ଗଳସୁତ୍ର ପିନ୍ଧେଇ ବିବାହ କରାଯାଏ।ମୟୁରଭଞ୍ଜ ଜିଲ୍ଲାର ସୁକୁରୁଳି ବ୍ଲକ ଅନ୍ତର୍ଗତ ନାଉପନା ଗାଁ ର ଦାଡୁ ସାହିରେ ଚାଲିଥିଲା ଏହି ବିବାହ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।