ଶୀଘ୍ର ଦେଖନ୍ତୁ : ଦେଖନ୍ତୁ ଭିଡିଓ LIVE ରେ ଆସି ଅଭିନେତା ସବ୍ୟସାଚୀ ଓଡିଶା ପାଇଁ ଏକ ବଡ ଘୋଷଣା କଲେ….ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏବଂ ସମସ୍ତଙ୍କୁ ସେୟାର କରନ୍ତୁ

0

ଓଡ଼ିଶାର ଏବେ ଜଣେ ଜଣାଶୁଣା ପରିଚିତ ଚେହେରା ପାଲଟି ଯାଇଛନ୍ତି ସବ୍ୟସାଚୀ ମିଶ୍ର। ରିଲ୍ ଲାଇଫ ଭଳି ରିଏଲ୍ ଲାଇଫ ରେ ମଧ୍ୟ ସେ ଲୋକମାନଙ୍କ ପାଇଁ ସାଜିଛନ୍ତି ହିରୋ। ତାଙ୍କ ପାଇଁ ଓଡ଼ିଶା ବାସୀ ଆଜି ଗର୍ବ ମଧ୍ୟ ଅନୁଭବ କରୁଛନ୍ତି। ଗତ ମହାମାରୀ ସମୟରେ ସବୁ ବର୍ଗର ବ୍ୟକ୍ତି ବିଶେଷ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ ସେ। ଏହି ମହାବିପତ୍ତି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ସହାୟତା ପ୍ରଦାନ କରିଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର।ତାଙ୍କର ଏଭଳି ପଦକ୍ଷେପ ପାଇଁ ଅନେକ ଅସହାୟ ଲୋକ ଆଜି ସହାୟତା ପାଇ ତାଙ୍କୁ ଅନେକ ଆଶିର୍ବାଦ ଏବଂ ଅନେକ ଭଲପାଇବା ମଧ୍ୟ ଦେଉଛନ୍ତି।

ଲକଡାଉନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ଲୋକମାନେ ସାହାଯ୍ୟ ଚାହୁଁଥିବା ବେଳେ ସେମାନଙ୍କ ପାଖରେ ଦେବଦୂତ ସାଜି ପହଞ୍ଚୁଥିଲେ ଏହି ଓଲିଉଡ ଷ୍ଟାର ଜଣଙ୍କ। ଏଥିପାଇଁ ସେ ନିଜ ଘରେ ଏକ ଛୋଟ କଣ୍ଟ୍ରୋଲ ରୁମ ମଧ୍ୟ ଖୋଲିଥିଲେ। ଏହି ସାହାଯ୍ୟରେ ସେ ଅସହାୟଙ୍କୁ ସାହାଯ୍ୟ କରି ପାରୁଥିଲେ ଆଉ ଏବେ ମଧ୍ୟ ତାହା ବଜାୟ ରହିଛି। ସବ୍ୟସାଚୀଙ୍କର ଏହି ଚେଷ୍ଟାରେ ଓଡ଼ିଶା ପୋଲିସ, ପ୍ରଶାସନିକ ଅଧିକାରୀ ଓ ମେଡିକାଲ କର୍ତ୍ତୃପକ୍ଷ ତାଙ୍କୁ ବେଶ ସହଯୋଗ କରୁଥିଲେ ବୋଲି ସେ କହିଛନ୍ତି। ସେହିପରି ପୁଣିଥରେ କରନା ଭଳି ମହା ବିପତ୍ତି ସମୟରେ ସେ ସହାୟତାର ହାତ ବଢାଇଛନ୍ତି।

ଆପଣ ତ ଜାଣିଛନ୍ତି ଅନେକ ସମୟରେ ଅନ୍ୟର ଅସୁବିଧା ଏବଂ ସମସ୍ୟା ସମୟରେ ସହାୟତା ର ହାତ ବଢାଇଥାନ୍ତି ତ ପୁଣି କେତେବେଳେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେ ଚେଷ୍ଟା କରିଥାନ୍ତି।ସେହିଭଳି ଏବେ ସାମ୍ନା କୁ ଆସିଲା ତାଙ୍କର ଉଦାରତା ଏବଂ ମାନବିକତା ର ଆଉ ଏକ ନିଛକ ପ୍ରତିଛବି। ଲୋକଙ୍କ ପ୍ରତି ରହିଥିବା ଲୋକଙ୍କ ଧାରଣା ସବୁବେଳେ ସମାନ ନୁହଁ ତାହା ଏହି ଘଟଣାରୁ ସ୍ପଷ୍ଟ ଭାବରେ ଅନୁମୟ କରା ଯାଇପାରେ। କାରଣ ଦୁନିଆରେ ସମସ୍ତେ ସମାନ ନୁହନ୍ତି।ଏବେ ଅଭିନେତା ସବ୍ୟସାଚୀ ମିଶ୍ର କରନା ମହାମାରୀ ସମୟରେ ଅସହାୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ଯୋଜନା କରିଛନ୍ତି ଆଉ ଏଥିପାଇଁ ସେ ଏକ ଫର୍ମ ତିଆରି କରିଛନ୍ତି।

online form ଏହା କେବଳ ସେମାନଙ୍କ ପାଇଁ ଯେଉଁମାନେ କରନା ରେ ବା କୋଭିଡ ଜନିତ ସମସ୍ୟାରେ ସମ୍ମୁଖୀନ ହେଉଥିବା ଲୋକ ମାନଙ୍କ ପାଇଁ।ଏକ ୱେବ୍ ସାଇଟ୍ ଜରିଆରେ ପୂରଣ କରିବାକୁ ଥିବା ଏକ ଫର୍ମ କୁ ପୂରଣ କରି ସେମାନେ ତାଙ୍କର ଅସୁବିଧା କୁ ଜଣାଇ ପାରିବେ।ସେ ଅସୁବିଧା ସମୟରେ ଲୋକଙ୍କ ସହିତ ଅଛନ୍ତି ଏବଂ ତାଙ୍କୁ ଏଥିରେ ସହଯୋଗ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ଯେଉଁ ମାନଙ୍କର ଅସୁବିଧା ନାହିଁ ସେମାନେ ଅଯଥାରେ ଏହାକୁ ପୂରଣ ନ କରିବାକୁ ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।