ଦେଖନ୍ତୁ ଭିଡିଓ : ପ୍ରେମିକର ବାହାଘରରେ ପ୍ରେମିକା ଡାକୁଛି ” ମୋ ଵାବୁ ସୋନା ” କହି ଯେତେ ଚିତ୍କାର କଲେ ଶୁଣିଲାନି ପ୍ରେମିକ ଆଉ ତା’ପରେ…

0

ଆଜିର ସମାଜରେ ଏମିତି କିଛି ପ୍ରେମିକ ପ୍ରେମିକା ମାନେ ରହିଛନ୍ତି , ଯେଉଁମାନେ ନିଜ ପ୍ରେମ ପାଇଁ କିଛି ମଧ୍ୟ କରି ପାରନ୍ତି । କିନ୍ତୁ ଅନ୍ୟପଟେ ଏମିତି କିଛି ପ୍ରେମିକ ମାନେ ରହିଛନ୍ତି ଯେଉଁମାନେ ନିଜର ପ୍ରେମିକାକୁ ଅନେକ ସ୍ୱପ୍ନ ଦେଖାଇ ଶେଷରେ ଅଧା ରାସ୍ତାରେ ଛାଡି ଚାଲି ଯାଇଥାନ୍ତି । ସେମିତି ଏକ ଘଟଣା ଦେଖିବାକୁ ମିଳିଛି ହସନ୍ଦାବାଦ ସହରର ଏକ ସ୍ଥାନରେ ପ୍ରେମିକର ବିବାହ ଉତ୍ସବରେ ପହଞ୍ଚିଗଲେ ପ୍ରେମିକା । ଆଉ ଚାଲିଲା ହାଇ ଭଲଟେଜ ଡ୍ରାମା , ଯୁବତୀ ବାରମ୍ୱାର ବାବୁ ସୋନା କହି ଏପଟ ସେପଟ ହୋଇ ପ୍ରେମିକ ବରକୁ ଡାକ ପକାଉଥିଲେ ।

ଗେଟକୁ ବାରମ୍ୱାର ହଲାଇ ଚାଲିଥିଲେ , ହେଲେ ଯୁବତୀଙ୍କ କଣ୍ଠ ସ୍ୱର ପହଞ୍ଚୁନଥିଲା ଠକ ପ୍ରେମିକ କାନରେ । ଏଭଳି ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ ଖବର ପାଇଁ ସେହି ସ୍ଥାନରେ ପହଞ୍ଚିଯାଇଥିଲେ । ଯୁବତୀଙ୍କୁ ଗାଡିରେ ବସାଇ ପ୍ରଥମେ ଘଟଣା ବିଷୟରେ ଜାଣିବାକୁ ଚାହିଁଲେ , ଯୁବତୀ କହିଲେ ସେ ଓ ତାଙ୍କ ପ୍ରେମିକ ତିନି ବର୍ଷ ହେଲା ପତି ପତ୍ନୀ ଭାବରେ ଏକାଠି ରହୁଥିଲେ । ଏବେ କିଛି ନକହି ପ୍ରେମିକ ନିଜ ଗାଁକୁ ଆସି ବିବାହ କରୁଛି , ପୋଲିସ ପ୍ରେମିକ ଜଣଙ୍କୁ କହିଲେ ଯଦି ଆପଣ ଅଭିଯୋଗ କରିବା ପାଇଁ ଚାହୁଁଛନ୍ତି ତେବେ ଥାନା କୁ ଆସନ୍ତୁ ଏବଂ ଅଭିଯୋଗ କରନ୍ତୁ ।

ହେଲେ ଯୁବତୀ ଜଣକ ବହୁ ଚିନ୍ତା କରିବା ପରେ କାନ୍ଦି କାନ୍ଦି ମନା କରିଥିଲେ , ପୋଲିସ ସାହେବାଙ୍କୁ କହିଥିଲେ ମାଡାମ କାହା ପାଇଁ ଆଉ ଅଭିଯୋଗ କରିବି । ଏହାପରେ ଯୁବତୀ ପରିଚିତ ଜଣେ ଯୁବକଙ୍କ ସହ ବାଇକରେ ବସି ଫେରିଯାଇଥିଲେ । ପ୍ରେମିକ ଓ ପ୍ରେମିକା ଦୁଇ ଜଣ ଭୋପାଳର ଏକ କମ୍ପାନୀରେ କାମ କରୁଥିଲେ ଏବଂ ସେହିଠାରୁ ଆରମ୍ଭ ହୋଇଥିଲା ପ୍ରେମ । ସେହିଠାରୁ ହିଁ ସପଥ ନେଇଥିଲେ ଜୀବନ ସାରା ଏକାଠି ରହିବା ପାଇଁ , କିନ୍ତୁ ପ୍ରେମିକ ବିବାହ କରିନେଲା ଆଉ କାହାକୁ । ଆଜିର ଦୁନିଆ ଏତେ ସ୍ୱାର୍ଥପର ହୋଇଚାଲିଛି ଯେ ମିଛ ପ୍ରତିଶ୍ରୁତି ଦେଇ ଶେଷରେ ଧୋକା ହିଁ ମିଳୁଛି ।

ସେଥିପାଇଁ ଆଜିର ଯୁବପିଢୀ ମାନେ ଏ ନେଇ ବାରମ୍ୱାର ଚିନ୍ତା କରିବା ଉଚିତ କି ସେମାନେ ଯେପରି ଏମିତି ଠକାମିର ଶିକାର ନ ହୁଅନ୍ତୁ । ଏଥିପ୍ରତି ସର୍ବଦା ସତର୍କ ରୁହନ୍ତୁ , ତେବେ ଯାଇ ଆପଣ ମାନେ ଠକାମିର ଶିକାର ରୁ ନିଜକୁ ଦୂରେଇ ପାରିିବେ .। ଏମିତି ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ ବହୁତ ଭଲ ପାଉଛନ୍ତି କହି ଶେଷରେ ତାଙ୍କ ଠାରୁ ଦୂରେଇ ଅନ୍ୟ କାହାକୁ ବିବାହ କରିନେଉଛନ୍ତି । ସେଥିପାଇଁ ଆପଣ ଠକାମିର ଶିକାର ହେବା ପୂର୍ବରୁ ନିଜକୁ ସତର୍କ କରି ନିଅନ୍ତୁ ଏବଂ ହୃଦୟ ଭାଙ୍ଗିବା ପୂର୍ବରୁ ସଜାଗ ହୋଇଯାଆନ୍ତୁ । ଏହା ଦ୍ୱାରା ଆପଣ ସୁରକ୍ଷିତ ରହିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।