ଦେଖନ୍ତୁ ଭିଡ଼ିଓ ! କାନ୍ଦି କାନ୍ଦି କହିଲେ ପୁଣିଥରେ ଓଡ଼ିଶା ଫେରିବେ ରାନି ପଣ୍ଡା, Live ଆସି ଫ୍ୟାନ ଙ୍କୁ ଦେଲେ ଖୁସି ଖବର ଏବଂ ଜଣାଇଲେ ଆସିବାର କାରଣ…

0

ଓଡ଼ିଶା ଜଗତର କଳାକାର ରାଣୀ ପଣ୍ଡା ଙ୍କୁ ପ୍ରାୟ ଓଡ଼ିଶା ସାରା ଲୋକ ସମସ୍ତେ ଜାଣିଛନ୍ତି । ତାଙ୍କର ସ୍ପଷ୍ଟ ଭାସି ଗୁଣ ପାଇଁ ତାଙ୍କୁ ପ୍ରାୟ ସମସ୍ତେ ଆଡ଼ ଦୃଷ୍ଟି ରେ ଦେଖନ୍ତି ନାହିଁ । ସବୁବେଳେ ଏଣୁତେଣୁ କହିବାରେ ଲାଗିଥାନ୍ତି । ଗତ କିଛି ବର୍ଷରେ ତାଙ୍କ ନାମରେ ଅନେକ ଏପରି ଅଭିଯୋଗ ମଧ୍ୟ ରହି ଆସିଛି ।

କିନ୍ତୁ ସେ ଏତେ କଥା ଶୁଣିବା ପରେ ବି ଓଡ଼ିଶାର କଳାକାର ମାନଙ୍କ ପାଇଁ ଅନେକ କିଛି କରିଛନ୍ତି । ଯାହାକି ତାଙ୍କୁ ଏମିତି କିଛି ଶୁଣାଉଥିବା ଅନ୍ୟ ଲୋକ କିଛିବି କରିବାକୁ ସମର୍ଥ ହୋଇ ନାହାଁନ୍ତି ।ତେବେ ବର୍ତ୍ତମାନ ଏକ ସୂଚନା ରହିଛି ଯେ ରାଣୀ ପଣ୍ଡା ପୁଣିଥରେ ଓଡ଼ିଶା ଫେରୁଛନ୍ତି ବୋଲି । ଓଡ଼ିଶାରେ ରାଣୀ ପଣ୍ଡା ଙ୍କର ଅନେକ ଫ୍ୟାନ ଫୋଲଇଂ ରହିଛନ୍ତି ।

କିନ୍ତୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ତାଙ୍କ ଓଡ଼ିଶା ଫେରିବାର କାରଣ ବିଷୟରେ କହିବୁ ଯେହେତୁ ସେ ଏହା କହି ଓଡ଼ିଶା ରୁ ଯାଇଥିଲେ ଯେ ସେ କେବେ ଆଉ ଓଡ଼ିଶା ଫେରିବେ ନାହିଁ ବୋଲି । ତେଣୁ ଏହି ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ରାଣୀ ପଣ୍ଡା କିଛି ଦିନ ତଳେ ଓଡ଼ିଶା ଛାଡ଼ି ସବୁଦିନ ପାଇଁ ଯାଇଥିଲେ । ନିଜର ବ୍ୟକ୍ତିଗତ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏବଂ ଲାଇଭ ଜରିଆରେ ସେ ଓଡ଼ିଶା ଛାଡ଼ିବା କଥା ଜଣାଇ ଥିଲେ ଏବଂ ଓଡ଼ିଶା କୁ ଆଉ ଫେରିବେ ନାହିଁ ବୋଲି ମଧ୍ୟ କହିଥିଲେ । କିନ୍ତୁ ଏବେ ସେ ନିଜେ ଲାଇଭ ଆସି ଏହା ଜଣାଇଛନ୍ତି ଯେ ସେ ଓଡ଼ିଶା ଫେରୁଛନ୍ତି ବୋଲି । ଯେହେତୁ ତାଙ୍କ ଓଡ଼ିଶା ଛାଡ଼ିବାର କାରଣ କାହାକୁ ଜଣା ନଥିଲା କିନ୍ତୁ ସେ ଓଡ଼ିଶା କୁ ଫେରି ଯାତ୍ରା ଦୁନିଆରେ ପାଦ ଦେବେ ବୋଲି କହିଛନ୍ତି ।


ରାଣୀ ପଣ୍ଡା ଏହା କହିଛନ୍ତି ଯେ ସେ ଓଡ଼ିଶା ବାହାରେ ଝାଡ଼ଖଣ୍ଡ ରେ ରହୁଛନ୍ତି । ବର୍ତ୍ତମାନ ସେ ବୋଲିଉଡ଼ ରେ ନାମ ଅର୍ଜନ କରିବାକୁ କାର୍ଯ୍ୟରତ ଅଛନ୍ତି । ସେ କହିଛନ୍ତି ଯେ ଏମିତିରେ ତାଙ୍କୁ ଯାତ୍ରା ପାଇଁ କାମ କରିବାକୁ କୌଣସି ଆଗ୍ରହ ନାହିଁ ।

କିନ୍ତୁ ଯେହେତୁ ଏହି ଯାତ୍ରା ତାଙ୍କୁ ଏକ ଅଲଗା ପରିଚୟ ଦେଇଛି ତେଣୁ ତାଙ୍କୁ ଯଦି ସୁଯୋଗ ମିଳେ ତେବେ ସେ ନିଶ୍ଚିତ ଭାବରେ ଯାତ୍ରାରେ ପାଦ ଦେବେ । ପୁଣି ସେ ଏହା ମଧ୍ୟ ସ୍ପଷ୍ଟ ଭାବରେ କହି ଦେଇଛନ୍ତି ଯେ ସେ କେବଳ ସଚ୍ଚିଦାନନ୍ଦ ରେ ହିଁ ଯାତ୍ରା କରିବେ ।

ରାଣୀ ପଣ୍ଡା ଲାଇଭ ଆସି ନିଜ ଫ୍ୟାନ ମାନଙ୍କୁ ନିଜ ଆସିବାର ଖବର ଜଣାଇଛନ୍ତି ଏବଂ ସମଗ୍ର ଜନତା ଙ୍କୁ କହିଛନ୍ତି ଯେ ତାଙ୍କର ଏପରି ସ୍ପଷ୍ଟଭାସି ଗୁଣ ପାଇଁ ଅନେକ ଲୋକ ତାଙ୍କୁ ଆଦର କରନ୍ତି ନାହିଁ । ତେଣୁ ଯିଏ ତାଙ୍କୁ ସମ୍ମାନ ଦେବ ସେ ମଧ୍ୟ ତାଙ୍କ ଠାରୁ ସମ୍ମାନ ପାଇବ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।