ଦେଖନ୍ତୁ ଭିଡ଼ିଓ – ରାଜଧାନୀର ଇଂଲିଶ ଭିକାରି, ତାଙ୍କ ମୁହଁରୁ ବାହାରୁଛି ଅନର୍ଗଳ ଇଂଲିଶ ଭାଷା ! IPS ଅଫିସର ବି ହାର ମାନିବ….

0

କଥା ରେ ଅଛି ଭାଗ୍ୟ ବିପରୀତ ହେଲେ ସବୁ କିଛି ସରିଯାଏ । ଭଲ ମଣିଷ ଟିଏ ଯେ କେତେବେଳେ କେଉଁ ପରିସ୍ଥତିରେ ପଡେ କହି ହୁଏ ନାହିଁ । ଏବେ ଜଣେ ଭିକାରୀ ଯାହାଙ୍କ ନାମ ଅଟେ ଶ୍ରୀପତି ପାତ୍ର ଙ୍କୁ ରାଜଧାନୀ ରେ ଦେଖିବା ପାଇଁ ମିଳିଛି। ଶ୍ରୀପତି ପାତ୍ର ଙ୍କ କଥା ବାର୍ତ୍ତା ଯିଏ ଶୁଣିବ ସେ କେବେ ଭାବିବ ନାହିଁ ଯେ ସେ ଜଣେ ଭିକାରୀ ଅଟନ୍ତି ଓ ପେଟ ପୋଷିବା ପାଇଁ ଅନ୍ୟ ଆଗରେ ହାତ ପତାଉ ଅଛନ୍ତି।

ତେବେ ଶ୍ରୀପତି ପାତ୍ର ଜଣେ ଭିନ୍ନକ୍ଷମ ବ୍ୟକ୍ତି ଅଟନ୍ତି ସେ ଲେପ୍ରୋଷି ନାମକ ରୋଗ ରେ ପୀଡ଼ିତ ଅଟନ୍ତି ଯେଉଁଥିରେ ତାଙ୍କ ହାତ ପାପଲିର ଆଙ୍ଗୁଳି କାର୍ଯ୍ୟକ୍ଷମ ପାଇଁ ସକ୍ଷମ ନୁହଁନ୍ତି। କିନ୍ତୁ ସେ ଏମିତି ଇଂରାଜୀ କହୁଛନ୍ତି ଯାହାକୁ କେହି ଇଂଲିଶ ଗ୍ରଜୁଏଟ ମଧ୍ୟ କହି ପାରିବେ ନାହିଁ। ତାଙ୍କ କଥା ବାର୍ତ୍ତା ଶୁଣିଲେ ଲାଗିବ ଯେମିତି ସେ ଜଣେ ବଡ଼ ପଦବୀ ରେ କାର୍ଯ୍ୟରତ ଅଛନ୍ତି ।

ତେବେ ତାଙ୍କ ହାତ ଯୋଗୁଁ ସେ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ନୁହଁନ୍ତି । ତେବେ ତାଙ୍କ କହିବା ଅନୁସାରେ ତାଙ୍କ ଭଳି ରୋଗୀ ମାନଙ୍କୁ ସରକାର ମାନେ ନିହାତି ଭାବେ ସୁବିଧା ଯୋଗାଇବା ଉଚିତ୍ ଯେଉଁଥି ପାଇଁ ସେମାନଙ୍କ ର ଖାଦ୍ୟ ପେୟ ର ଅସୁବିଧା ହେବ ନାହିଁ। ତେବେ ଆମେ ସର୍ବଦା ଅନେକ ଯୋଜନା ସରକାର ଙ୍କ ଅନେକ ପ୍ରକାର ସୁବିଧା ବିଷୟ ରେ ଶୁଣିବା ପାଇଁ ପାଇ ଥାଉ କିନ୍ତୁ ଏହି ସୁବିଧା ଶ୍ରୀପତି ପାତ୍ର ଙ୍କ ପାଖରେ ପହଞ୍ଚି ପାରି ନାହିଁ।

ତେବେ ଏତେ ସମସ୍ୟା ଥିବା ସତ୍ତ୍ବେ ମଧ୍ୟ ସେ କିପରି ଏତେ ଇଂରାଜୀ ଭାଷା ଜାଣିଲେ ପଚାରିବାରୁ ସେ ଯାହା ଉତ୍ତର ଦେଲେ ଆପଣ ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ। ଶ୍ରୀପତି ପାତ୍ର ୩୦ ବର୍ଷ ଧରି ୟୀୟୁନିଭର୍ଶିଟି ସାମ୍ନା ରେ ଭିକ୍ୟବୃତି କରୁଥିଲେ।

ଏହି ଭିକ୍ୟବୃତି କରିବା ସମୟ ରେ ଅନେକ ଛାତ୍ର ଛାତ୍ରୀ ୟୀୟୁନିଭର୍ଶିଟି କୁ ପଢିବା ପାଇଁ ଯିବାର ସେ ଦେଖନ୍ତି ଓ ପିଲା ମାନଙ୍କୁ ତାଙ୍କ ପାଠ ପଢ଼ା ବିଷୟ ରେ ପଚାରନ୍ତି ଓ ସେମାନଙ୍କ ପାଖରୁ ଅନେକ ଇଂରାଜୀ ଭାଷା ଶିଖି ଯାଇଥିଲେ। ପିଲା ମାନଙ୍କ ଠାରୁ ସେ ସମ୍ପୂର୍ଣ ଭାବେ ଇଂରାଜୀ କହିବା ଶିଖି ଯାଇ ଅଛନ୍ତି।

ତେବେ ୩୦ ବର୍ଷ ଜାଏ ପିଲା ମାନେ ତାଙ୍କୁ ଇଂରାଜୀ ଭାଷା କହିବା ସହିତ ଲେଖି ମଧ୍ୟ ଦେଇ ଥାଆନ୍ତି ।ଓ ସେ ୩୦ ବର୍ଷ ଜାଏ ଇଂରାଜୀ ଭାଷା କୁ ଭଲ ଭାବରେ ଶିଖି ଯାଇଛନ୍ତି ଓ ଏବେ ସେ ଏମିତି ଇଂରାଜୀ କହୁଛନ୍ତି ଯାହାକୁ ଶୁଣିଲେ ଆପଣ ଙ୍କୁ ଲାଗିବ ଯେପରି ସେ ସ୍ପୋକନ୍ ଇଂଲିଶ କୋର୍ସ କରିଛନ୍ତି। ଆଉ ସେ ନିର୍ଭୟ ରେ ଇଂଲିଶ କହି ପାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।