ଦେଖନ୍ତୁ ଭିଡ଼ିଓ ! ସାମାନ୍ୟ କଥାରେ କୁନି ଝିଅର ଗଳା କାଟି ଦେଲା ଯୁବକ , କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

0

ଆଜିକାଲି ଦିନକୁ ଦିନ ଅତ୍ୟାଚାର ବଢ଼ିବା ସହିତ ଅନେକ ଅନ୍ୟାୟ କାର୍ଯ୍ୟ ମଧ୍ୟ ବଢ଼ିବାରେ ଲାଗିଛି । ଜଣେ ମନୁଷ୍ୟ ଅନ୍ୟ ଜଣେ ମନୁଷ୍ୟ ର ହତ୍ୟା କରିବାକୁ ମଧ୍ୟ ଆଗେଇ ଆସୁଛି । ଯାହା କରିବା ହୁଏତ ମନୁଷ୍ୟ ମାନସିକତା ରେ ମଧ୍ୟ ଆସିବା ସହଜ ନୁହେଁ ।

ତେବେ ଆପଣ ମାନେ ନିଶ୍ଚିତ ଭାବରେ ଆଜିକାଲି ଆପଣଙ୍କ ଚତୁଃପାଶ୍ୱର୍ରେ ଘଟୁଥିବା ଘଟଣା ଏବଂ ଖବରକାଗଜରେ ଜାଣିବାକୁ ପାଉଥିବେ ଏହିପରି ଘଟଣା ସମ୍ବନ୍ଧରେ ।ପୁଣି ଗତ କିଛିଦିନ ହେବ ଦେଶରେ ପିଲା ଚୋରି ଘଟଣା ମଧ୍ୟ ଶୁଣା ଯାଉଛି । ତେବେ ଛୋଟ ପିଲା କଣ ଆଉ ବଡ଼ ପିଲା କଣ ଘରୁ ବାହାରକୁ ବାହାରିବା ଅସମ୍ଭବ ହୋଇ ପଡ଼ିଲାଣି ।

କିନ୍ତୁ ଆଜିକାର ଏହି ପୋଷ୍ଟରେ ଆମେ ଆପଣଙ୍କୁ କୌଣସି ପିଲା ଚୋରୀ ଘଟଣା ନୁହେଁ ବରଂ ଏକ କୁନି ଝିଅକୁ କିପରି ହତ୍ୟା ଉଦ୍ୟମ କରି ବେକ କାଟି ଦେଇଛି ଜଣେ ଯୁବକ ସେହି ବିଷୟରେ କହିବୁ । ତେଣୁ ସେହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ଟି ଗଞ୍ଜାମ ଜିଲ୍ଲା ଗଳନ୍ତରା ଥାନା ଅନ୍ତର୍ଗତ ସୁରଳ ଗାଁ ରେ ଘଟିଛି । ଯେଉଁ ଘଟଣା ଘଟିବା ପରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଜଣେ ଦୁର୍ବୁତ୍ତ ବର୍ବର ଯୁବକ ଏକ କୁନି ଝିଅର ବେକ କାଟି ଦେଇଛି । ଯେଉଁ ଦୃଶ୍ୟ ଦେଖିବା ପରେ ଲୋକେ ଉତ୍ୟକ୍ତ ହୋଇ ଯାଇଛନ୍ତି ।


ତେବେ ସେହି କୁନି ଝିଅଟି ସେଦିନ ସକାଳ ସମୟରେ ନାଲି ଫ୍ରକ ଟିଏ ପିନ୍ଧି ଘରୁ ବାହାରି ଯାଇଥିଲା । ସେ ଟିକିଏ ବି ଭାବି ନଥିଲା ଯେ ତାସହିତ ଏପରି କିଛି ଘଟଣା ଘଟିଯିବ ବୋଲି । ମନ ଖୁସିରେ ଘରୁ ବାହାରି ଯାଇଥିଲା ସତ କିନ୍ତୁ ଆଉ ଖୁସିରେ ପୂର୍ବଭଳି ଘରକୁ ଫେରି ପାରି ନଥିଲା । ତାସହିତ କିଛି ଏପରି ଘଟି ଯାଇଥିଲା ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଏକ ଯୁବକ ଛୁରୀ ରେ ତା ବେକ କାଟି ଦେଇଥିଲା ।

ଯାହା ଦେଖିବା ପରେ ସ୍ଥାନୀୟ ଲୋକେ ଯୁବକ କୁ ନିୟନ୍ତ୍ରଣ କରିଥିଲେ ।କୁନି ଝିଅଟିଏ ବେକ କଟା ଥିବା ସହିତ ଫ୍ରକଟି ଅଣ୍ଟା ଉପରକୁ ଉଠି ଯାଇଥାଏ ଏବଂ ସେ ନିଃସହାୟ ଅବସ୍ଥାରେ ପଡ଼ି ରହିଥିଲା ଏକ କୁଡ଼ିଆ ତଳେ । ଏପରି ଦୁର୍ଦଶା ଦେଖି ଲୋକେ ଉତ୍ୟକ୍ତ ହୋଇ ଯାଇଥିଲେ ଏବଂ ଯୁବକକୁ ମାଡ଼ ମାରିଥିଲେ ।

ମାରି ମାରି ଦରମରା କରିବା ପରେ ପୋଲିସ କୁ ଡାକିଥିଲେ । ପୋଲିସ ଅଭିଯୁକ୍ତ କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଏପଟେ କୁନି ଝିଅଟିକୁ ମଧ୍ୟ ଗୁରୁତର ଅବସ୍ଥାରେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁଯାୟୀ କୁନି ଝିଅଟିର ଅବସ୍ଥା ଏବେ ସୁଦ୍ଧା ଗୁରୁତର ରହିଛି । କିନ୍ତୁ ଯୁବକର ଏପରି କରିବା ପଛରେ କାରଣ ଜଣା ପଡ଼ିନାହିଁ । ପୋଲିସ ଏହାର ତଦନ୍ତ ଚଳାଇଛି ଏବଂ ଯୁବକକୁ ପଚରା ଉଚୁରା ଜାରି ରଖିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।