ଦେଖନ୍ତୁ ଭିଡ଼ିଓ : ଘଟିଲା ଅଜବ ଘଟଣା ! ଶିବ ମନ୍ଦିର ଆଗରେ ବସିଛି ଅଦୃଶ୍ୟ ଶବ ସମ୍ପୂର୍ଣ ଘଟଣା ଜାଣିଲେ ହେବେ ତାଯୁବ….

0

ବନ୍ଧୁଗଣ ଆମେ ଅନେକ ସମୟରେ ଏମିତି କିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସଂସ୍ପର୍ଶରେ ଆସିଥାଉ ଯାହା ଆମକୁ ଚକିତ କରିଥାଏ। ଏମିତି ରେ ଏହି ଦୁନିଆ ରେ ଅନେକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଘଟିଥାଏ।ଅନେକ ଥର ଆମ ସାମ୍ନା କୁ ଏମିତି ସବୁ ଘଟଣା ମାନ ଆସି ଥାଏ,ଯାହାକୁ ସହଜ ରେ ବିଶ୍ୱାସ କରି ହୋଇ ନଥାଏ। ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଘଟଣା ମାନ ଦେଖିବାକୁ ମିଳୁଛି।ଏହି ଘଟଣା କେତେବେଳେ ଜୀବ ଜନ୍ତୁ ମାନଙ୍କ ବିଷୟରେ ତ ପୁଣି କେତେବେଳେ ପଶୁ ପକ୍ଷୀ ଙ୍କ ବିଷୟରେ।ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

ତେବେ ଏହି ଘଟଣା କୌଣସି କଳ୍ପନା କଳ୍ପିତ ନୁହେଁ କିମ୍ବା ଭୁଲ୍ ନୁହେଁ ଶୁ ଏହାକୁ ଭୁଲ ରେ ବି ମିଥ୍ୟା ବୋଲି ଭାବିବେ ନାହିଁ।ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା।ଏବେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଫଟୋ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ଆଉ ଏହି ଘଟଣା ହେଉଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ର।ତେବେ ଏହି ବ୍ଲକ ଅନ୍ତର୍ଗତ କିଷାନ୍ ତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ୨୦୦ ମିଟର ଦୂରରେ ଥିବା ବାରମାଇଲ ଛକର ଶିବ ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଦେଖିବାକୁ ମିଳିଥିଲା। ତେବେ କେଉଁ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ଏଠାକୁ ଆସିଲେ ଏହାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ପରେ ଏହି ବ୍ୟକ୍ତି ଜଣଙ୍କ ମୋରଦା ବ୍ଲକ୍ ଅନ୍ତର୍ଗତ ସନ୍ତୋଷ ମହାନ୍ତ ବୋଲି ଜଣା ପଡିଥିଲା। ସୂଚନା ଅନୁସାରେ ମନ୍ଦିର ସଫା କରିବାକୁ ଆସୁଥିବା ବ୍ୟକ୍ତି ଜଣଙ୍କ ଏହି ମୃତ ବ୍ୟକ୍ତିଙ୍କୁ ଦେଖି ମନ୍ଦିର କମିଟି କୁ ଜଣାଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ ପୋଲିସ୍ କୁ ଖବର ଦେବା ପରେ ଫାଣ୍ଡି ଥାନା ଅଧିକାରୀ ସେଠାରେ ପହଞ୍ଚିଥିଲେ। ତେବେ ଏହି ଘଟଣାକୁ ନେଇ ଥାନାରେ କିମ୍ବା ଫାଣ୍ଡିରେ କୌଣସି ମାମଲା ରୁଜୁ ହୋଇ ନଥିବା କୁହା ଯାଉଛି।

ଅନ୍ୟ ପଟେ ଏହି ମୃତକଙ୍କ ବାପା ଏ ସମ୍ପର୍କରେ କହିଛନ୍ତି ଯେ ମୃତ ସନ୍ତୋଷ ଙ୍କ ଦେହ ଅସୁସ୍ଥ ଥିବାରୁ କିଛିଦିନ ତଳେ ସେ ହସ୍ପିଟାଲ୍ କୁ ଯିବେ ବୋଲି କହି ଘରୁ ପଲାଇ ଆସିଥିଲେ।୪ ଦିନ ତଳେ ସେ ଘରୁ ହସ୍ପିଟାଲ୍ ଯିବେ କହି ବାହାରି ଆସିଥିଲେ।ଆଉ ପରେ ଏପରି ଏକ ଘଟଣା ଘଟିଥିବା ଜଣା ପଡ଼ିଛି। ବାପାଙ୍କ ଏଭଳି ପ୍ରତିକ୍ରିୟା ପରେ ସମସ୍ତେ ଏହି ଘଟଣାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ଏବେ ଏହି ମୃତ ଦେହକୁ ଶିବ ମନ୍ଦିର ସମ୍ମୁଖରୁ ଉଦ୍ଧାର କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।