ଦେଖନ୍ତୁ ଭିଡିଓ : ତଳେ ଲକଡାଉନ ଥିବାରୁ ମଝି ଆକାଶରେ ଧୁମ ଧାମରେ ହେଉଥିଲେ ବାହା ଆଉ ତା’ପରେ..

0

ଚାରିଆଡେ ବର୍ତ୍ତମାନ କରନାରେ ଭୟଙ୍କର ରୂପ ଦେଖିବା ପାଇଁ ମିଳିଛି। ସମଗ୍ର ବିଶ୍ୱ କୁ କରନା ଭଳି ମହାମାରୀ ଲୋକଙ୍କୁ କବଳିତ କରିଛି। ପୂର୍ବ ବର୍ଷ ତୁଳନାରେ ବର୍ତ୍ତମାନର କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି, ଅଧିକ ଲୋକ ମରୁଛନ୍ତି। ସଂକ୍ରମଣର ପ୍ରଥମ ଲହର ସେତେଟା ବିପଜ୍ଜନକ ନଥିଲା କିନ୍ତୁ ବର୍ତ୍ତମାନ କରନାର ଦ୍ୱିତୀୟ ସଂକ୍ରମଣ ଚାଲିଛି, ଏହାର ରୂପ ଏତେ ଭୟଙ୍କର ଯେ ଲୋକମାନେ ଏତେ ମରୁଛନ୍ତି ଯେ ସମସାନରେ ସ୍ଥାନ ମିଳୁନାହିଁ। ଦ୍ୱିତୀୟ ଲହର ସଂକ୍ରମଣ ସିଧାସଳଖ ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ, ଏହା ଦ୍ୱାରା ମନୁଷ୍ୟର ଅମ୍ଳଜାନ ସ୍ତର କମ କରି ଦେଉଛି ଏବଂ ଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହେଉଛି। ସେଥିପାଇଁ ଅକ୍ସିଜେନ ର ଆବଶ୍ୟକତା ପଡୁଛି, ଅକ୍ସିଜେନ ର ଏତେ ମାତ୍ରାରେ ଦରକାର ପଡୁଛି, ଯାହା ଫଳରେ ଅକ୍ସିଜେନ ସିଲିଣ୍ଡର ର ଅଭାବ ପଡୁଛି। ସେଥିପାଇଁ ଅଲଗା ଦେଶରୁ ମଧ୍ୟ ଅଣାଯାଉଛି।

ତେବେ କରନା ସଂକ୍ରମ କୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଏବଂ ସଟଡାଉନ ଭଳି ବ୍ୟବସ୍ଥା କୁ ଆପଣେଇଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାର ଗାଇଡ଼ ଲାଇନ ଜାରି କରାଯାଇଛି, ବାହାଘର ଭଳି ଅନ୍ୟାନ୍ୟ ଭିଡ଼ ଜମୁଥିବା କାର୍ଯ୍ୟକ୍ରମ କୁ ବନ୍ଦ କରାଯାଇଅଛି, ତେବେ ଏଭଳି ପରିସ୍ଥିତି ରେ ଏକ ଭିନ୍ନ ଧରଣର ବାହାଘର ଦେଖବା ପାଇଁ ମିଳିଛି। ଯାହାକି ଉଡାଯାହାଜରେ ବାହାଘର, ଯାହା ବର୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ;

ତେବେ ବନ୍ଧୁଗଣ ତାମିଲନାଡୁର ମୁଦୁରାଇରେ ଦେଖିବାକୁ ମିଳିଛି ଏକ ନିଆରା ବାହାଘର। ଯାହାକି କଟକଣା ଭିତରେ ହୋଇଛି ବାହାଘର। ଲକଡାଉନ ପାଇଁ ବାହାଘରରେ କଟକଣା ଲାଗିଥିବା ବେଳେ ସବୁଠି କଟକଣାରେ ହୋଇଛି ବାହାଘର।ଏହି ଲକଡାଉନ ବେଳେ ଭୁପୃଷ୍ଠାରେ ନୁହେଁ ବରଂ ଆକାଶରେ ହୋଇଛି ବାହାଘର। ପରିବାର ଓ ସମ୍ପକୀୟଙ୍କ ଗହଣରେ ଉଡ଼ାଜାହାଜରେ ହୋଇଛି ବାହାଘର। ତାମିଲନାଡୁରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ସରକାର ମେ 31ତାରିଖ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି। ଆଉ ଏହି ସମୟରେ କୌଣସି ବି ସମାହାର ବା ଉତ୍ସବକୁ ଅନୁମତି ମିଳୁ ନାହିଁ।

ଏହି କରୋନା ସମୟରେ ମୁଦୁରାଇର ରାକେଶ ଏବଂ ଦୀକ୍ଷା ନିଆରା ଉପାୟରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।ଏଥିପାଇଁ ସେ ଚାଟାଡ଼ ଲାଇଟ ଭଡାରେ ନେଇଥିଲେ ଏବଂ ଉଡ଼ନ୍ତା ବିମନରେ ପ୍ରାୟ 30 ଜଣଙ୍କ ଗହଣରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଯେଉଁ ସମ୍ପର୍କୀୟ ମାନେ ବିବାହ ଉତ୍ସବରେ ଯୋଗ ଦେଇଥିଲେ, ସେମାନଙ୍କର ପ୍ରଥମେ ଆରଟି ପିସିଆଲ ଟେଷ୍ଟ କରାଯାଇଥିଲା ଏବଂ ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ ଆସିଥିଲା ସେହିମାନେ ହିଁ ବିବାହାରେ ଯୋଗ ଦେଇଥିଲେ।

ତେବେ ଏଭଳି ବାହାଘର ବତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକି ଏଭଳି ବାହାଘର ପ୍ରଥମ ଦେଖିବାକୁ ମିଳିଛି ବୋଲି ଚର୍ଚ୍ଚା ଜୋର ଧରିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।