ଦେଖନ୍ତୁ ଭିଡ଼ିଓ : ବୃଦ୍ଧା ବୁଢ଼ୀ ମା’ ଙ୍କୁ ସର୍ବ ସମ୍ମୁଖରେ ମାଡ ମାରିଲେ ଟାଟା କର୍ମଚାରୀ, ଆଉ ତା’ ପରେ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାଡ଼ପିଟ ଓ ଗଣ୍ଡଗୋଳ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ମଣିଷ ଟଙ୍କା ପାଇଁ କାହାରିକୁ ଛାଡୁ ନାହିଁ। ଛୋଟ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି।ନିରୀହ ଲୋକ ମାନଙ୍କର ତଣ୍ଟି ଚିପି ଟଙ୍କା ଆଦାୟ କରୁଛି।ଅଧିକାଂଶ ସମୟରେ ଦେଖିବା ପାଇଁ ମିଳେ ଯେ ଯେଉଁ ମାନେ ସମାଜରେ ନ୍ୟାୟ ଦେବା ପାଇଁ ନିଯୁକ୍ତି ରେ ଅଛି, ସେମାନେ ଅନେକ ସମୟରେ ଲୋକଙ୍କ ଠାରୁ ତଣ୍ଟି ଚିପି ପଇସା ଠକି ଥାନ୍ତି। ଟଙ୍କା ପାଇଁ ମନୁଷ୍ୟ ସମସ୍ତଙ୍କୁ ହୀନ ନଜରେ ଦେଖୁଛି।ଆଇନ କାନୁନ ଓ ଶୃଙ୍ଖଳା ସମାଜରେ ଅଛି ବୋଲି ସେ ମଧ୍ୟ ଭୁଲି ଗଲାଣି। ମନୁଷ୍ୟ ସବୁ କିଛି ଭୁଲି କେବଳ ଟଙ୍କା ପଛରେ ହିଁ ଘୁରି ବୁଲୁଛନ୍ତି।

ତେବେ ବନ୍ଧୁଗଣ ଆମେ ଆପଣମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ପ୍ରକାଶ ମଧ୍ୟ କରିବେ।ତେବେ ଘଟଣାଟି ହେଉଛି,ଲାଞ୍ଚ ନଦେବାରୁ ମହିଳା ଜଣଙ୍କୁ ମାଡ ମାରିଲେ ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ଜଣେ ବୃଦ୍ଧା ମହିଳା ପାର୍ବତୀ ଦାସ, ତାଙ୍କ ଇଲେକ୍ଟ୍ରି କନେକ୍ସନରେ ନାଁ ବଦଳାଇବାକୁ ରାଉଲକେଲା ଟାଟା ବିଦ୍ୟୁତ ବିଭାଗ ନିକଟରେ ଅନୁରୋଧ କରୁଥିଲେ। ନାଁ ବଦଳାଇବାକୁ ହେଲେ ଟାଟା ପାୱାର ତରଫରୁ ଟଙ୍କାଏ କି ଦୁଇ ଟଙ୍କା ନୁହେଁ, ଏକାଥରକେ 1.20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ କର୍ମଚାରୀ ବୃଦ୍ଧା ମହିଳା ଜଣଙ୍କୁ, ମହିଳା ଜଣଙ୍କ ଲାଞ୍ଚ ନଦେବା ପାଇଁ ସ୍ପଷ୍ଟ ମନା କରିଦେଲେ, ସେଥିପାଇଁ ସେମାନେ ମହିଳାଙ୍କର 1.61 ହଜାର ଟଙ୍କାର କରେଣ୍ଟ ବିଲ ଦର୍ଶାଇ, କରେଣ୍ଟ କାଟିଦେଲେ।

ଏହି ସବୁ ଘଟଣାକୁ ନେଇ ବୃଦ୍ଧା ମହିଳା ଜଣଙ୍କ ବିଦ୍ୟୁତ ବିଭାଗ ଅଫିସରେ ଆସି ପଂହଁଚିଥିଲେ। ମହିଳା ଜଣଙ୍କ ପଚାରିବାରୁ, କର୍ମଚାରୀମାନେ ଉତକ୍ଷିପ୍ତ ହୋଇ ତାଙ୍କ ଉପରେ ଆକ୍ରମଣ କଲେ, ସେମାନେ ଭୁଲି ଗଲେ ଆଇନ କାନୁନ ଓ ମାନବିକତା। ମହିଳା ଜଣଙ୍କ ମାଡ ଖାଇଲା ବେଳେ JE ଏବଂ SDO ନିରବ ଦ୍ରଷ୍ଟା ସାଜି ସବୁ ଦେଖୁଥିଲେ କିନ୍ତୁ କିଛି କହୁନଥିଲେ। ମହିଳା ଜଣଙ୍କ ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଛନ୍ତି। ସେ ପୋଲିସ ନିକଟରେ ଗୁହାରି କରିଛନ୍ତି ଯେ ତାଙ୍କୁ ନ୍ୟାୟ ମିଳୁ ଏବଂ ବିଦ୍ୟୁତ ବିଭାଗ ତରଫୁରୁ କିଛି ନିଷ୍ପତି ନିଆଯାଉ। ତେବେ ଆମର ଅନୁରୋଧ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।