ମୃତ୍ୟୁ ପୂର୍ବରୁ ଦୁଇ ପୁଅ ବିଷୟରେ ଏମିତି କହିଥିଲେ ମିହିର ଦାସ… ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ଜଣେ ସାଧାରଣ ମଣିଷ ହେଉ ବା ଜଣେ କଳାକାର ହେଉ ସମସ୍ତେ ଦିନେ ନା ଦିନେ ମୃତ୍ୟୁ ବରଣ କରି ଥାଆନ୍ତି। ତେବେ ଅଭିନେତା ମିହିର ଦାସଙ୍କ ମୃତ୍ୟୁ ପୂର୍ବରୁ ତାଙ୍କର ସମ୍ପତ୍ତି ଦୁଇ ପୁଅ ବୋଲି କହିଥିବାର ଭିଡ଼ିଓରେ ଶୁଣିବା ପାଇଁ ମିଳିଛି। ତେବେ ଏଭଳି କହିବାର କଣ ତାତ୍ପର୍ଯ୍ୟ ରହିଛି ଆସନ୍ତୁ ଜାଣିବା;

ସୂଚନା ଅନୁସାରେ, ଓଲିଉଡ଼ ଫିଲ୍ମ ଜଗତର ଅଭିନେତା ଭର୍ସା ଟାଇଲ ଅଭିନେତା ମିହିର ଦାସଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ, ସେ ଓଲିଉଡ଼ ଫିଲ୍ମ ଜଗତର ଆଗ ଧାଡ଼ିର ଅଭିନେତା ଭାବରେ ବେଶ ପରିଚିତ ଅଟନ୍ତି। ଅଭିନେତା ତାଙ୍କ ଜୀବନରେ ବହୁତ ଓଡ଼ିଆ ଫିଲ୍ମ କରିବା ସହିତ ବଙ୍ଗାଳୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ ଗୁଡିକ ବହୁତ ସୁନ୍ଦର ଲାଗିଥାଏ। ସେ ସବୁବେଳ ପାଇଁ ସୁନ୍ଦର ଅଭିନୟ କରି ଦର୍ଶକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଚେଷ୍ଟା କରି ଥାଆନ୍ତି।

ତେବେ ବର୍ତ୍ତମାନ ସବୁ ଠାରୁ ବଡ଼ ଦୁଃଖର ବିଷୟ ଯେ ତାଙ୍କର ମୃତ୍ୟୁ ହୋଇ ଯାଇଛି। ଏଥି ସହିତ ଗତକାଲି ତାଙ୍କର ସତୀ ଚଉରା ସ୍ମଶାନ ଘାଟରେ ଶବ ସତ୍କାର କରାଯାଇଛି। ତାଙ୍କ ମୃତ୍ୟୁରେ ଦୁଇ ପୁଅ ଓ ବୋହୂ ବହୁତ ଦୁଃଖରେ ଭାଙ୍ଗି ପଡିଛନ୍ତି। ତାଙ୍କ ମୃତ୍ୟୁ ଖବର ଶୁଣି ସାରା ଓଡ଼ିଶାରେ ଶୋକର ସୁଅ ଛୁଟି ଯାଇଛି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ କାନ୍ଦୁଅଛି ଓ ତାଙ୍କର ସେହି ସ୍ଥାନକୁ ସେ ସବୁଦିନ ପାଇଁ ଖାଲି କରି ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି। ଅନେକ କଳାକାର ମାନେ ତାଙ୍କ କଥା ମନେ ମନେ ପକାଇ ବହୁତ ଜୋର କାନ୍ଦୁ ଅଛନ୍ତି।

ତେବେ ତାଙ୍କ ମୃତ୍ୟୁ ପୂର୍ବରୁ କିଛି କହିଥିବାର ଭିଡ଼ିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ସେ କହିଥିଲେ ଯେ, ଧନ ଓ ସମ୍ପତ୍ତିରେ ତାଙ୍କର କୌଣସି ପ୍ରଭାବ ପଡେ ନାହିଁ ମାତ୍ର ଦଶ ଟଙ୍କା ହେଲେ ମଧ୍ୟ ସେ ରାଜା ଭଳି ବଞ୍ଚି ପାରିବେ ବୋଲି ସେ ନିଜକୁ ଭାବି ଥାଆନ୍ତି। ସମ୍ପତ୍ତି ବୋଲି ତାଙ୍କର ଦୁଇ ପୁଅ ଓ ଦର୍ଶକ ମାନଙ୍କର ଭଲ ପାଇବାର ମୂଲ୍ୟ ବହୁତ ଅଧିକ ରହିଛି। ଆଉ ମରିଗଲା ପରେ ଏହାକୁ ସବୁ ହିଁ ନେଇକି ସାଙ୍ଗରେ ଯିବି ଓ ମରିଗଲା ପରେ ଲୋକ ମାନେ ତାଙ୍କ ପାଇଁ ଲୁହ ଟୋପାଏ ଗଡେଇବେ ବୋଲି କହିଛନ୍ତି ବୋଲି ଶୁଣିବା ପାଇଁ ମିଳିଛି। ଅଭିନେତାଙ୍କର ଏଭଳି କଥା ଶୁଣି ଆଖିରୁ ଲୁହ ଝରି ଆସୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।