ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଏକ ଭିଡ଼ିଓ ଯାହାକୁ ନେଇ ଏବେ ସୋସିଆଲ ମିଡ଼ିଆ ଠୁ ଆରମ୍ଭ କରି ସମସ୍ତ ସ୍ଥାନରେ ଲୋକମାନଙ୍କ ଭିତରେ ଏକ ପ୍ରକାର ର ଭୟ ସୃଷ୍ଟି କରେଇଛି |ଆଉ ଏହି ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ଯେ ଜଣେ ବୟସ୍କ ବ୍ୟକ୍ତିଙ୍କ ସୁନା ଚେନ ରାସ୍ତାରେ ମଝିରେ ଦିନ ଦିପ୍ରହର ରେ ତିନି ଲୁଟେରା ତାଙ୍କୁ ଧୋକା ଦେଇ ଚେନ ଟି ଝାମ୍ପି ନେଇଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଆଉ ଯାହାକୁ ଦେଖି ଆଜି କାଲି କେଉଁ ଭଳି ଭାବରେ ଚୋରି ଡକାୟତି ହେଉଛି ତାହା ଜାଣି ହେଉଛି |ତାହାଲେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ବିଷୟରେ ଯାହା ଭ ସିସିଟିଭି ରେ ରେକର୍ଡ ହେବା ପରେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ତେବେ ମିଳିଥିବା ସୂଚନା ଅନୁଯାୟୀ ଏମିତି ଏକ ଘଟଣା ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ସ୍ଥିତି ରୁହିଣୀ ସେକଟର 14 ରେ ଥିବା ବାଲାଜୀ ମନ୍ଦିର ନିକଟରେ ଥିବା ରାସ୍ତାରେ | ବ୍ୟକ୍ତି ଜଣଙ୍କ ବାଲାଜୀ ମଦିର ଦର୍ଶନ ସାରି ରାସ୍ତାରେ ଥିବା ଗାଇ କୁ ରୁଟି ଖାଇବାକୁ ଦେଇସାରି ସେ ରାସ୍ତାରେ ଗଲା ବେଳେ ସେଠାରେ ଜଣେ ଅଜଣା ବ୍ୟକ୍ତି ନିଜ ଫୋନ କଥା ହେଇ ସେହି ରାସ୍ତାରେ ଗଲା ବେଳେ ସେ ସେହି ବୟସ୍କ ବ୍ୟକ୍ତି ଙ୍କୁ ଜାଣି ଶୁଣି ଧୋକା ମାରିଥିଲେ | ତାପରେ ସେ ସେ ଅଜଣା ବ୍ୟକ୍ତି ଜଣଙ୍କ ସେହି ରାସ୍ତା ମଝିରେ ସେହି ବୟସ୍କ ବ୍ୟକ୍ତି ଙ୍କ ସହିତ ଝଗଡା କରିବାର ନଜର ଆସିଥିଲେ | ହେଲେ ବ୍ୟକ୍ତି ଜଣଙ୍କ ବୁଝିପାରିନଥିଲେ ଯେ ସାମାନ୍ୟ ଧୋକା ପାଇଁ ଏହି ବ୍ୟକ୍ତି ଜଣଙ୍କ ଏମିତି କହିଁକି ଯୁକ୍ତି କରୁଛନ୍ତି |
ଏମିତି କିଛି ସମୟ ପରେ ବାଇକ ନେଇ ଆଉ ଦୁଇ ଜଣ ପହଞ୍ଚି ଥିଲେ ସେ ବୟସ୍କ ବ୍ୟକ୍ତି ଙ୍କ ସହିତ ପୁଣି ଯୁକ୍ତି ଆରମ୍ଭ ହେବା ପରେ ସେ ତିନି ଜଣ ଚୋର ଙ୍କ ମଧ୍ୟରୁ ଯିଏ ପ୍ରଥମେ ତାଙ୍କୁ ଧୋକା ମାରିଥିଲେ ସେ ତାଙ୍କର ଚୋରି କରିବା ଉଦ୍ୟମ ଆରମ୍ଭ କରିଥିଲେ ହେଲେ ତାଙ୍କ ପକେଟ ରୁ କିଛି ପାଇନଥିଲେ | ତାପରେ ସେଠାରୁ ସେ ତିନି ଦୁର୍ବୁତ୍ତ ଚାଲିଯିବାର ଅଭିନୟ କରି ପୁଣି ଆସି ତାଙ୍କୁ କ୍ଷମା ମାଗିବା ଆଳରେ ତାଙ୍କର ବେକର ଥିବା ସୁନା ଚେନ କୁ ଝାମ୍ପ ମାରି ନେଇଯିବା ସହିତ ସେ ବୟସ୍କ ବ୍ୟକ୍ତିଙ୍କୁ ଜୋର ରେ ଧୋକା ମାରି ଜୋରରେ ବାଇକ ନେଇ ଚାଲି ଯାଇଥିଲେ |
ତାପରେ ବ୍ୟକ୍ତି ଜଣଙ୍କ ତାଙ୍କ ପଛରେ ଯାଇଥିଲେ ମଧ୍ୟ କିଛି ଲାଭ ହେଇନଥିଲା | ତେବେ ଏହି ଘଟଣା ସେଠାରେ ଉପସ୍ଥିତ ଥିବା କିଛି ଛୋଟ ପିଲାଙ୍କ ସାମ୍ନା ରେ ଘଟିଥିଲା | ଏହା ସହିତ ବ୍ୟକ୍ତି ଜଣଙ୍କ ଜଣେ ସରକାରୀ କର୍ମଚାରୀ ବୋଲି ଜଣା ପୋଡିବାର ରୁ ପୋଲିସ ଏହାର ତଦନ୍ତ ଆରମ୍ଭ କରି ସେମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ବାଇକ ଓ କିଛି ମୋବଇଲ ମଧ୍ୟ ଜବତ କରିଛି | ତେବେ ସେହି ତିନି ଜଣଙ୍କ ମଧ୍ୟରୁ ଜଣେ ନାବାଳକ ହେଇଥିବା ବେଳେ ଆଉ ଜଣେ ଫେରାର ଅଛି ବୋଲି ଜଣା ପଡିଛି | ଯାହା ଏବେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।