ଆପଣ ମାନେ ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣି ଥିବେ। ତେବେ ଫ୍ୟାନସ୍ ନିଜ ନିଜ ପ୍ରିୟ କଳାକାର ମାନଙ୍କ ଅଭିନୟ ଜୀବନ ବ୍ୟକ୍ତିଗତ ଜୀବନ ବାବଦରେ ଜାଣିବା ପାଇଁ ମଧ୍ୟ ଦର୍ଶକ ମାନେ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। କେହି କେହି ନିଜ ପ୍ରିୟ ଅଭିନେତା ଅଭିନେତ୍ରୀ ମାନଙ୍କ ଜୀବନଶୈଳୀକୁ ଅନୁସରଣ କରିଥାନ୍ତି।ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି।
ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଅଭିନେତ୍ରୀ ସ୍ମିତା ମହାନ୍ତି ଙ୍କ ବିଷୟରେ। ସ୍ମିତା ମହାନ୍ତି ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ସ୍ମିତା ମହାନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଏବଂ ଧାରାବାହିକରେ ଅଭିନୟ କରନ୍ତି। ଏହା ସହିତ ବିଭିନ୍ନ ଶୋ ରେ ବିଚାରିକା ଭାବେ ମଧ୍ୟ ନଜର ଆସିଛନ୍ତି ଅଭିନେତ୍ରୀ ସ୍ମିତା ମହାନ୍ତି। ତେବେ ଆସନ୍ତୁ ଜାଣିବା ଅଭିନେତ୍ରୀ ସ୍ମିତା ମହାନ୍ତି ଙ୍କ ଜୀବନୀ ବାବଦରେ।
ଅଭିନେତ୍ରୀ ସ୍ମିତା ମହାନ୍ତି ୧୯୮୨ ମସିହା ସେପ୍ଟେମ୍ବର ୨୫ ତାରିଖରେ ଓଡିଶାର ପୁରୀ ଜିଲ୍ଲା ରେ ଜନ୍ମଗ୍ରହଣ କରିଥିଲେ।ଅଭିନେତ୍ରୀ ସ୍ମିତା ମହାନ୍ତି ନିଜ ପରିବାର ସହ ପୁରୀ ରେ ହିଁ ରହୁଛନ୍ତି । ସ୍ମିତା ପୁରୀ ର ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂ ଶାସିତ ମହା ବିଦ୍ୟାଳୟରେ ଇଂରାଜୀ ରେ ପିଜି କରିଛନ୍ତି।ସେ ତାଙ୍କର ସ୍କୁଲ ପାଠ ବ୍ରେଷ୍ଟ ସାକ୍ରାମେକ ସ୍କୁଲରେ ଶେଷ କରିଛନ୍ତି ।
ତେବେ ସ୍ମିତା ମହାନ୍ତି ଓଡ଼ିଆ କଥାଚିତ୍ର ରେ ଅଭିନୟ କରିବା ସହ ଓଡିଆ ଧାରାବାହିକ ରେ ମଧ୍ୟ ଅଭିନୟ କରିଛନ୍ତି।୧୯୯୬ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ଅଭିନେତ୍ରୀ ସ୍ମିତା ମହାନ୍ତି। ତାଙ୍କର ପ୍ରଥମ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଯଶୋଦା। ଏହାପରେ ଅନେକ ଓଡିଆ କଥାଚିତ୍ର ରେ ନଜର ଆସିଛନ୍ତି ଅଭିନେତ୍ରୀ ସ୍ମିତା ମହାନ୍ତି।
ତାଙ୍କ ଅଭିନୀତ ସିନେମା ମଧ୍ୟରେ ରହିଛି ବାପା, ଜୀବନ ସାଥୀ, ପବିତ୍ର ବନ୍ଧନ, କଳ୍କୀ ଅବତାର, କୃଷ୍ଣା କାବେରୀ,ବନ୍ଦେ ଉତ୍କଳ ଜନନୀ, ତୁମେ ହିଁ ସାଥୀ ମୋରେ, ଆମ ଭିତରେ କିଛି ଅଛି, ଆସିବୁ କବେ ସାଜି ମୋ ରାଣୀ, କିଏ ସେ ଡାକୁଛି କୋଉଠି ମତେ, ଲଭ୍ ମାଷ୍ଟର, ଆଖିରେ ଆଖିରେ, ତୁ ମୋ ଗାର୍ଲଫ୍ରେଣ୍ଡ, ତୁ ମୋ ଦେହର ଛାଇ,ମିଠା ମିଠା, ଯୋଗୀ ଆଦି ସିନେମାରେ ଅଭିନୟ କରିଛନ୍ତି ସ୍ମିତା ମହାନ୍ତି। ଏହା ସହିତ ଇ ଟିଭି ଓଡ଼ିଆରେ ତାଙ୍କ ଅଭିନୀତ ଓଡ଼ିଆ ଧାରାବାହିକ ମାଉସୀ ସେ ସମୟରେ ବହୁତ ଲୋକପ୍ରିୟ ହୋଇଥିଲା। ଏବେ ସ୍ମିତା ଙ୍କୁ ବିଭିନ୍ନ ଶୋ ରେ ବିଚାରିକା ଭାବେ ନଜର ଆସୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।