ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ବେ ବେଳେ କିଛି ଏଭଳି ଭିଡ଼ିଓ ସାମ୍ନା କୁ ଆସିଥାଏ ଯେଉଁଥିରୁ ଆମକୁ ଅନେକ କଥା ଶିଖିବାକୁ ମଧ୍ୟ ମିଳିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି IAS ଅଫିସର ସୃଷ୍ଟି ଦେଶମୁଖ ଙ୍କ ବିଷୟରେ କିଛି କଥା | ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ପିଲା ଜଣଙ୍କ ସୁନ୍ଦର ଭାବରେ ମୋଟିଭେସନ କୁ ନେଇକି କଥା ହେବାକୁ ଲାଗିଛନ୍ତି ସୃଷ୍ଟି ଦେଖ ମୁଖ ଙ୍କ ସହିତ, ଆଉ ପିଲାଟିକୁ ସୁନ୍ଦର ଭାବରେ ବୁଝେଇ ଦେଇଛନ୍ତି ତାହା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ଆପଣ ମାନେ ସମସ୍ତେ IAS ଅଫିସର ସୃଷ୍ଟି ଦେଶମୁଖ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଯିଏ କି ନିଜର ଚେଷ୍ଟା ଆଉ ଆଗ୍ରହ ବଳରେ ଏତେ ବଡ଼ ପୋଷ୍ଟ ରେ ପହଞ୍ଚି ପାରିଥିଲେ | ଆଉ ତାହା ସହିତ ଦେଶ ପାଇଁ କାମ କରିବା ଓ ଦେଶ ର ସେବା କରିବା ପାଇଁ ତାଙ୍କର ସବୁବେଳେ ଇଚ୍ଛା ରହିଥାଏ | ଅନେକ ସମୟରେ ସୃଷ୍ଟି ଙ୍କୁ ଦେଖିବାକୁ ମିଳିଥାଏ କି ଗରିବ ଲୋକ ମାନଙ୍କର ସାହାଯ୍ୟ କରୁଥିବାର ଓ ତାହା ସହିତ ଅନେକ ସମୟରେ ସେ ପିଲା ମାନଙ୍କର ସ୍କୁଲ କୁ ମଧ୍ୟ ଯାଇଥାନ୍ତି ଆଉ ସେଠାରେ ଲୋକ ମାନଙ୍କର ଅସୁବିଧା କୁ ସମାଧାନ କରିଥାନ୍ତି |
ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାକୁ ଲାଗିଛି ସେଥିରେ ଦେଖିବାକୁ ମିଳିଥିଲା କି IAS ଅଫିସର ସୃଷ୍ଟି ଦେଶମୁଖ କଥା ହେଉଛନ୍ତି ଜଣେ ସ୍କୁଲ ପିଲା ଙ୍କ ସହିତ | ଆଉ ତାହା ସହିତ ଦେଖିବାକୁ ମିଳିଥିଲା କି ପିଲା ଜଣଙ୍କ ମୋଟି ଭେସନ କୁ ନେଇକି କିଛି ପ୍ରଶ୍ନ ପଚାରିବାକୁ ଲାଗିଥିଲେ ସୃଷ୍ଟି ଙ୍କୁ | ତାଙ୍କର କହିବା ଅନୁସାରେ ପିଲା ଟି କହିଥିଲା କି କେତେକ ପିଲା ଅଛନ୍ତି ଯେଉଁ ମାନଙ୍କୁ ଶିକ୍ଷକ ମାନେ କହିଥାନ୍ତି କି ସେମାନେ ଭଲ ନମ୍ବର ରଖିଛନ୍ତି ଆଉ ପରୀକ୍ଷା ରେ ମଧ୍ୟ ଭଲ କରିବେ ଆଉ ସେମାନେ ଚେଷ୍ଟା କରିଥାନ୍ତି |
ଆଉ କେତେ ଜଣ ପିଲା ଥାଆନ୍ତି ସେମାନଙ୍କୁ ଶିକ୍ଷକ ମୋଟିଭେଟ କରନ୍ତି ନାହିଁ ସେ କ୍ଷେତ୍ରରେ ପିଲା ମାନେ କଣ କରିବେ ବୋଲି ପଚାରିଥିଲେ | ଆଉ ଯେଉଁ କଥା ଟିର ସୁନ୍ଦର ଭାବରେ ଉତ୍ତର ଦେଇଥିଲେ IAS ଅଫିସର ସୃଷ୍ଟି ଦେଶମୁଖ | ତାଙ୍କର କହିବା ଅନୁସାରେ ସେ ଯଦି ଚାହିଁବେ କି ଗୋଟିଏ ଦିନରେ ଦେଶ କୁ ବଦଳାଇ ଦେବା ପାଇଁ ତାହେଲେ ସେ ପାରିବେ ନାହିଁ | କିନ୍ତୁ ଯଦି ଚେଷ୍ଟା ଜାରି ରଖିବେ ଆଉ ଜଣ ଜଣଙ୍କୁ ଚେଷ୍ଟା କରିବେ ବଦଳାଇବା ପାଇଁ ତାହେଲେ ସେ ପାରିବେ ବୋଲି କହିଛନ୍ତି |
ଆଉ ଏହି ଭଳି ଭାବରେ ପିଲା ଙ୍କୁ ମୋଟୀଭେଟ କରୁଥିବାର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।