ମେଷ ରାଶି ( MESHA RASHI ) ବାର୍ଷିକ ରାଶିଫଳ 2023 ଉଭୟ ପୁରୁଷ ଏବଂ ମହିଳା ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆପଣ ଜାଣିଥିବେ ଯେ ଆମର ରାଶି ଚକ୍ରର ବାର ଗୋଟି ରାଶି ସହିତ ପ୍ରାୟ ସମସ୍ତେ ଜଡିତ, କିନ୍ତୁ କେଉଁ ରାଶି ଉପରେ ଗ୍ରହ ଓ ନକ୍ଷତ୍ରର ପ୍ରଭାବ କେତେବେଳେ କେଉଁ ପ୍ରକାର ପଡିଥାଏ ତାହା ଜଣା ପଡ଼ିନଥାଏ |କିନ୍ତୁ ଏହା ସତ୍ୟ ଯେ ସବୁ ରାଶିର ବ୍ୟକ୍ତିମାନେ ସମସ୍ତେ ସମସ୍ତଙ୍କ ପଖାରୁ ସମ୍ପୂର୍ଣ ଅଲଗା ହୋଇଥାନ୍ତି, ମୁଁ ଆଜି ଆପଣକୁ ଆପଣଙ୍କ ରାଶି ଚକ୍ରର ପ୍ରଥମ ରାଶି ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ବିଷୟରେ କହିବି |ଏହି ବ୍ୟକ୍ତିମାନେ କେଉଁ ସ୍ଵଭାବର ଏବଂ ଏମାନଙ୍କ ଜୀବନରେ କଣ ସବୁ ପରିବର୍ତନ ହେବାକୁ ଯାଉଛି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ମେଷ ରାଶିର ବ୍ୟକ୍ତିମାନଙ୍କ ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଏହି ରାଶିର ବ୍ୟକ୍ତିମାନେ ଦେବଗଣ ପ୍ରକୃତିର ହୋଇଥିବାରୁ ଏମାନେ ସର୍ବଦା ଧାର୍ମିକ ପରାୟଣ ହୋଇଥାନ୍ତି, ଏମାନେ ସର୍ବଦା ଠାକୁର ପୂଜା କରିବା ଏବଂ ସବୁ ନିୟମ ନୀତି ମାନି ସମସ୍ତ କାର୍ଯ୍ୟ କରିଥାନ୍ତି |କିନ୍ତୁ ଏହି ବ୍ୟକ୍ତିମାନଙ୍କ ଏକ ଖରାପ ଗୁଣ ହେଉଛି ଏମାନେ ଜୀବନରେ କେବେ କୌଣସି ପରିସ୍ଥିତିରେ ନିଜକୁ ଖାପ ଖୁଆଇ ଚାଲିପାରନ୍ତି ନାହିଁ |ଏମାନେ ସର୍ବଦା ନିଜ ମନମୁତାବକ କାର୍ଯ୍ୟ କରିଥାନ୍ତି କେବେ କାହା କଥାରେ ଏମାନେ ଗୁରୁତ୍ୱ ଦିଅନ୍ତି ନାହିଁ |ନିଜର ଚଲା ପଥ ଏମାନେ ନିଜର ମନ ବଳ ସହକାରେ ଚାଲିଥାନ୍ତି |

ଏହି ରାଶିର ବ୍ୟକ୍ତିମାନେ ସର୍ବଦା ଥଣ୍ଡା କାଶ ଜ୍ୱରରେ ପୀଡିତ ରୁହନ୍ତି, ଏମାନେ ଉଦାର ପ୍ରକୃତିର ବ୍ୟକ୍ତି ଅଟନ୍ତି |ଏମାନେ ନିଜର କାର୍ଯ୍ୟ ପଥରେ ସର୍ବଦା ଆଗେଇ ଚଳନ୍ତି ଏବଂ ଏମାନଙ୍କ ପଛରେ ଏକ ଅଦୃଶ୍ୟ ହାତ ଏମାନଂକୁ ସପୋର୍ଟ କଲା ପରି ଏମାନେ ଜାଣିପାରନ୍ତି |ଏହି ବ୍ୟକ୍ତି ସର୍ବଦା ଭଗବାନଙ୍କ ଉପାସନା କରୁଥିବାରୁ ଏମାନେ ଭଗବାନ କୃପାରୁ ଜୀବନରେ କେବେ କଷ୍ଟ ପାଆନ୍ତି ନାହିଁ |ଯେଉଁ କାର୍ଯ୍ୟରେ ହାତ ମାରନ୍ତି ସେଥିରେ ଆଗେଇ ଯିବା ସହିତ ଜୀବନରେ ଅନେକ ସଫଳତା ପାଇଥାନ୍ତି |ଆପଣ ଜୀବନରେ ନିଜ ପରିବାର ସହିତ ସୁଖ ଶାନ୍ତିରେ ଦିନ ଗୁଡିକ ଅତିବାହିତ କରିବେ ଏବଂ ସର୍ବଦା ଖୁସିରେ ରହିବେ |

କର୍କଟ, ବିଛା ଓ ମୀନ ରାଶିର ବ୍ୟକ୍ତି ମାନଙ୍କ ସହିତ ଆପଣଙ୍କ ସମ୍ପର୍କ ଖରାପ ହୋଇପାରେ,କଳା ରଙ୍ଗର ବସ୍ତ୍ର ଓ କଳା ରଙ୍ଗର ପଦାର୍ଥ ଆପଣଙ୍କ ପାଇଁ ସର୍ବଦା ଅଶୁଭ ହୋଇଥାଏ |ଆପଣ ଆପଣଙ୍କ ଜୀବନରେ ଅନେକ ବିପଦ ଓ ଝଡ ଝଞ୍ଜା ଦେଇ ଗତି କରିଥାନ୍ତି, ଆପଣ ଜୀବନରେ ଯେଉଁ ବଡ଼ ବ୍ୟବସାୟ କରିଥାନ୍ତି ସେଥିରେ ଉନ୍ନତି କରିବା ସହିତ ଆପଣଙ୍କ ଆପଣଙ୍କ ବିପଦ ସମୟରେ କୌଣସି ଏକ ଭଲ ବ୍ୟକ୍ତି ଆପଣକୁ ସାହାଯ୍ୟ କରିଥାନ୍ତି |

ଏହି ସମୟରେ ଆପଣ ଶତ୍ରୁ ମାନଙ୍କ ପଖାରୁ ଆପଣ ସର୍ବଦା ଦୂରେଇ ରୁହନ୍ତୁ କାରଣ ଆପଣ ଶତ୍ରୁ ମାନଙ୍କ ଦ୍ଵାରା ଅଧିକାଂଶ ସମୟ ଦ୍ବନ୍ଦରେ ପଡ଼ି ପାରନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment