VIRAL VIDEO –ମହିଳା ଜଣଙ୍କର ଅଜବ ପ୍ରଶ୍ନ ରାସ୍ତାରେ ଟଇଲେଟ ନାହିଁ ମୁଁ ପରିସ୍ରା ଆଉ ଝାଡା ଯିବି କୁଆଡେ |ଏନେଇ ମହିଳା drivers କଣ କହୁଛନ୍ତି ଦେଖନ୍ତୁ ଭିଡ଼ିଓ..

ଗତ ତିନି ଦିନ ଧରି ଓଡ଼ିଶା ଡ୍ରାଇଭର ସଂଘ ଦଶ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି।ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ ହୋଇଛି। ତେବେ ପୂର୍ବରୁ ଆନ୍ଦୋଳନ କାରୀ ମାନେ ସୂଚନା ଦେଇଥିଲେ କି ଶାନ୍ତି ଶୃଙ୍ଖଳାରେ ସହିତ ଆନ୍ଦୋଳନ କରିବେ।

ତେବେ ଏ ଆନ୍ଦୋଳନ କୁ ଓଡିଶା ବସ୍ ମାଲିକ ବେସରକାରୀ ସଂଘ ସମର୍ଥନ କରୁ ନଥିବା ଦେଖିବାକୁ ମିଳିଛି। ଯାତ୍ରୀ ମାନଙ୍କ ପାଇଁ ବସ୍ ଚଳାଚଳ ଜାରି ରହିଛି। କିନ୍ତୁ ଯେଉଁ ଡ୍ରାଇଭର ମାନେ ଆନ୍ଦୋଳନ କରିଛନ୍ତୁ ସେମାନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେଉଁମାନେ ଡ୍ରାଇଭର ମାନେ ବସ ଚଳାଚଳ କରୁଥିଲେ। ସେମାନଙ୍କୁ ଆନ୍ଦୋଳନକାରୀ ମାନେ ଅପମାନ କରିଥିବା ଅଭିଯୋଗ ହୋଇଛି।ପୋଲିସ୍ ଉପସ୍ଥିତି ରେ ସେମାନଙ୍କୁ ଅପମାନ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ତେବେ ଏଠାରେ ପୋଲିସ୍ ର ନିଷ୍କ୍ରିୟତା କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଓଡ଼ିଶା ବେସରକାରୀ ବସ୍ ମାଲିକ ସଂଘ। କିନ୍ତୁ ଏପଟେ ଯଦି ଦେଖିବା ବିଭିନ୍ନ ଦାବୀ କୁ ନେଇ ରାଜ ରାସ୍ତା କୁ ଓହ୍ଲାଇ ଥିବା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ କାରୀ ମାନେ। ସେମାନଙ୍କ କହିବା ଅନୁଯାୟୀ ତାଙ୍କର ଯେଉଁ ଦାବୀ ରହିଛି ସରକାର୍ ସେ ବାବଦରେ ଆଲୋଚନା କରି ସେ ଦାବୀ ସବୁ ପୂରଣ କରନ୍ତୁ। ଆଉ ଯେତେ ଦିନ ପର୍ଯ୍ୟନ୍ତ ସେମାନଙ୍କ ଦାବୀ ପୂରଣ ହୋଇ ନାହିଁ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି।

ତେବେ ଗତକାଲି ଠାରୁ ସାରା ରାଜ୍ୟରେ ଏଭଳି ସ୍ଥିତି ଉପୁଜିଛି। ଲୋକେ ନାହିଁ ନଥିଲା ଅସୁବିଧା ର ସାମ୍ନା କରୁଛନ୍ତି। ସାରା ରାଜ୍ୟରେ ଟ୍ରାଫିକ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏ ସବୁ ଭିତରେ ପ୍ରଭାବିତ ହେଉଛନ୍ତି ସାଧାରଣ ଲୋକ। ଯେଉଁମାନେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବାହାରକୁ ବାହାରି ଛନ୍ତି ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହେବା ସହ ବିଭିନ୍ନ ସାମଗ୍ରୀ ର ଅଭାବ ମଧ୍ୟ ଦେଖିବା ପାଇଁ ମିଳୁଛି। ଡ୍ରାଇଭର ଗୋଷ୍ଠୀ ଯେତେବେଳେ ମୁହାଁ ମୁହିଁ ହୋଇଛନ୍ତି ସେଥିପାଇଁ ରାଜ୍ୟର ପେଟ୍ରୋଲ ର ଅଭାବ ମଧ୍ୟ ଦେଖିବା ପାଇଁ ମିଳିଛି।ଆଳୁ ପିଆଜ ପନିପରିବା ର ଅଭାବ ମଧ୍ୟ ଦେଖିବା ପାଇଁ ମିଳୁଛି।

ତେବେ ପାଖାପାଖି ୪୮ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନକାରୀ ମାନେ ବସି ରହିଛନ୍ତି ଆଉ ସେମାନଙ୍କ ଦାବୀ ରହୁଛି କି ଯେ ପର୍ଯ୍ୟନ୍ତ ସରକାର୍ ସେମାନଙ୍କ ସହ ଆଲୋଚନା ନ କରି ତାଙ୍କ ଦାବୀ ପୂରଣ ନ କରୁଛନ୍ତି ସେମାନେ ସେମିତି ବସି ରହିବେ। ତେବେ ଦେଖିବାକୁ ବାକି ରହିଲା ଘଟଣା ଆଗକୁ କେଉଁ ମୋଡ଼ ନେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment