ଆଜି ଆମେ ଜାଣିବା ବର୍ଷ ୨୦୨୩ ର ଦ୍ୱିତୀୟ ମାସ ଫେବୃୟାରୀ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କିପରି ରହିବ। ଗ୍ରହ ମାନଙ୍କ ଗୋଚର ଆପଣଙ୍କୁ କିପରି ଫଳ ପ୍ରଦାନ କରିବ। କିଛି ଗ୍ରହ ଆପଣଙ୍କୁ ଶୁଭ ଫଳ ଦେଉଥିବା ବେଳେ ଆଉ କିଛି ଗ୍ରହ ଆପଣଙ୍କ ଠାରୁ କିଛି ଛଡାଇ ନେଇ ପାରେ। ତେବେ ଗ୍ରହ ମାନଙ୍କ ଗୋଚର କୁ ନେଇ ଆମେ ଜାଣିବା ବ୍ୟକ୍ତିର ଶିକ୍ଷା, ସ୍ଵାସ୍ଥ୍ୟ ,ବୈବାହିକ ଜୀବନ, ପ୍ରେମ ଜୀବନ, ବ୍ୟାପାର ବାଣିଜ୍ୟ, ଚାକିରୀ ଜୀବନ ବାବଦରେ।
ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଫେବୃୟାରୀ ମାସରେ ଗ୍ରହ ମାନଙ୍କ ଗଚୋର କିପରି ରହିବ:-
ଆପଣଙ୍କ ତୃତୀୟ ଘରେ ବିରାଜିତ ଅଛନ୍ତି କେତୁ ଗ୍ରହ। ଆପଣଙ୍କ ପଞ୍ଚମ ଭାବ ରେ ବିରାଜିତ ଅଛନ୍ତି ବୁଧ ଗ୍ରହ।ଆପଣଙ୍କ ଷଷ୍ଠ ଭାବ ରେ ବିରାଜିତ ଅଛନ୍ତି ସୂର୍ଯ୍ୟ ଗ୍ରହ। ଆପଣଙ୍କ ସପ୍ତମ ଭାବରେ ଅଛନ୍ତି ଶନି ଙ୍କ ସହିତ ଶୁକ୍ର।ଆପଣଙ୍କ ଅଷ୍ଟମ ଭାବ ରେ ବିରାଜିତ ଅଛନ୍ତି ଦେବଗୁରୁ ବୃହସ୍ପତି। ଆପଣଙ୍କ ନବମ ଭାବ ରେ ବିରାଜିତ ଅଛନ୍ତି ରାହୁ ଗ୍ରହ। ଏବଂ ଆପଣଙ୍କ ଦଶମ ଭାବ ରେ ବିରାଜିତ ଅଛନ୍ତି ମଙ୍ଗଳ ଗ୍ରହ।
ସ୍ୱାସ୍ଥ୍ୟ:-୧୩ ଫେବୃୟାରୀ ପୂର୍ବରୁ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବନ ହୁଅନ୍ତୁ। ଖାଇବା ପିଇବା ରେ ଧ୍ୟାନ ଦିଅନ୍ତୁ। ବିପି ବଢ଼ି ଯିବାର ସମ୍ଭାବନା ରହିଛି।୧୩ ଫେବୃୟାରୀ ପରେ ଧିରେ ଧିରେ ସ୍ଵାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖା ଯିବ।
ଶିକ୍ଷା:- ପାଠ ପଢ଼ା କୁ ନେଇ ଆପଣ ବହୁତ୍ ସିରିୟସ ରହିବେ। କିଛି ନୂଆ ଜିନିଷ ରିସର୍ଚ୍ଚ କରିବେ। ତେବେ ଆଳସ୍ୟ ମଧ୍ୟ ଦେଖା ଯାଇପାରେ। ଯଦି ଆପଣ ଆଳସ୍ୟ କୁ ମାତ ଦେଇ ପାଠରେ ଧ୍ୟାନ ଦେବେ ବହୁ ଆଗକୁ ଯିବେ।
ପ୍ରେମ ଜୀବନ:- ଆପଣଙ୍କ ତାଳମେଳରେ କମି ଦେଖିବାକୁ ମିଳିବ। ୧୫ ଫେବୃୟାରୀ ପରେ ଭୁଲ ବୁଝାମଣା ହୋଇ ପାରେ। ସେଥିପାଇଁ ବିଶେଷ ଧ୍ୟାନ ରଖିବେ ଏବଂ ନିଜ ଜିଦି ଓ କ୍ରୋଧ କୁ ନିୟନ୍ତ୍ରଣ କରନ୍ତୁ ସମ୍ପର୍କ ମଜବୁତ୍ ହେବ।
ବୈବାହିକ ଜୀବନ:- ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିବାହ କରିବାକୁ ଯାଉଥିବା ବ୍ୟକ୍ତି ମାନଙ୍କ ପାଇଁ ମଧ୍ୟ ସମୟ ଖୁବ୍ ଭଲ ରହିଛି।
ବ୍ୟାପାର ବାଣିଜ୍ୟ ଓ କ୍ୟାରିୟର:- ଭାଗ୍ୟଦେବୀ ଆପଣଙ୍କ ଉପରେ ପ୍ରସନ୍ନ ରହିଛନ୍ତି। ଆପଣ ଯେଉଁ କାର୍ଯ୍ୟ ହାତକୁ ନେବେ କି କରିବାକୁ ଚାହୁଁଛନ୍ତି ସେଥିରେ ସଫଳ ହେବେ।୧୫ ଫେବୃୟାରୀ ପୂର୍ବରୁ ଆପଣଙ୍କ କ୍ୟାରିୟର ବହୁତ୍ ହିଁ ଭଲ ରହିବ।
ପ୍ରତିକାର:- ସୂର୍ଯ୍ୟ ଦେବଙ୍କୁ ପ୍ରତିଦିନ ଅର୍ଘ୍ୟ ଦିଅନ୍ତୁ। ଏବଂ ସୂର୍ଯ୍ୟ ଦେବଙ୍କ ବିଜୟ ମନ୍ତ୍ର କୁ ପ୍ରତିଦିନ ଜପ କରନ୍ତୁ। ଓମ୍ ହ୍ରାଂ ହ୍ରିଂ ହ୍ରଂ ସହ ସୂର୍ଯ୍ୟଃ ନମ୍ଃ ଜପ କରନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।