ହଁ ଦର୍ଶକ ବନ୍ଧୁ ଆପଣମାନେ ସବୁ ପ୍ରକାର ର ଦୁଃଖ ଦେଖିଥିବେ ହେଲେ ଏମିତି ଦୁଃଖ ଦେଖିଲେ ଆପଣଙ୍କ ଛାତି ଥରୀ ଉଠିବ |ହଁ ଆଜ୍ଞା 14 ବର୍ଷ ଝିଅ ଟି ମନ ରେ ତାଙ୍କର ଅନେକ ଆଶା ସ୍କୁଲ ଯିବା ପାଇଁ, ସାଙ୍ଗ ସାଥି ଙ୍କ ସହିତ ଖେଳିବା ପାଇଁ | ହେଲେ ତାର ଭାଗ୍ୟକୁ ଆଦରି ଘରର ଚାରିକାନ୍ଥ ଭିତରେ ନିଜର ସବୁ ଦୁଃଖ କୁ ଚାପି ରଖି ସେ ନିରବ ହେଇ ରହିଛନ୍ତି | ଯାହା ଦ୍ୱାରା ସେ ସମସ୍ତ ଆଶା କୁ ମନରେ ରଖି ବହୁତ କଷ୍ଟ ରେ ରହିଛି ବୋଲି ଜଣା ପଡିଛି | ଆଉ କାନ୍ଦି କାନ୍ଦି ନିଜର ଦୁଃଖ କଥାକୁ ଜଣାଉଛନ୍ତି କୁନି ଝିଅଟି |ତାହାଲେ ଆସନ୍ତୁ ଆମେ ଜାଣିବା ସେହି କୁନି ଝିଅ ଟି ଓ ତାର ପରିବାର ବିଷୟରେ |
ତେବେ କଣ ଏମିତି ହେଇଛି ଝିଅ ଟି ର ଯାହା ପାଇଁ ସେ ତାର ମନ ର ଆଶା କୁ ମନ ଭିତରେ ଚାପିରଖିଛି ପ୍ରକାଶ କରି କହିଲେ ବି ତାର ସେଇ ଆଶା ପୂରଣ ହେଇପାରୁନି ଯାହା ପାଇଁ ତାର ପରିବାର ଲୋକ ଗଣ ମାଧ୍ୟମ ଆଗରେ ସାହାଯ୍ୟ ର ଭିକ୍ଷା ମାଗିଛନ୍ତି | ତେବେ ମିଳିଥିବା ସୂଚନା ଅନୁଯାୟୀ 5 ବର୍ଷ ତଳେ ହଠାତ ଝିଅ ଟି ର ଦେହ ଖରାପ ହେଇଯାଇଥିଲା ତାପରେ କେଜାଣି କେଉଁ ଅଜଣା ରୋଗ ଝିଅ ଟି କୁ ହେଇଛି ତାହା ଜାଣିହଉନି | ଝିଅ ଟି ହାତ, ପେଟ ଫୁଲିଯାଉଛି, ଝାଡା ପରିସ୍ରା ବି ଠିକ ଠିକ ହେଉନାହିଁ | ବାପା ମା ଙ୍କ ଦୁଃଖ କହିଲେ ନ ସରେ ଯେତେ ଡାକ୍ତର ଙ୍କ ଦେଖେଇ ଲେ ତାର ଏ ରୋଗ ଡାକ୍ତର ବି ଧରିପାରୁନାହଁ |
ତେବେ ଝିଅଟିର ଏ ଦୁଃଖ ମା ଦୁଃଖରେ ଥାଇ ବି ଝିଅ ଆଗରେ ହସି ପକାଉଛି ଆଖି ର ଲୁହ କୁ ନିଜର କାନିରେ ପୋଛି ପକାଉଛନ୍ତି | ଆଉ ଝିଅର ମନକୁ ଶାନ୍ତନା ମଧ୍ୟ ଦେଇ କହୁଛି ସେ ଭଲ ହେଇଯିବ ବୋଲି | ଖାଲି ଏତିକି ନୁହେଁ ପରିବାର ଦୁଃଖ କହିଲେ ନ ସରେ ବାପା ରବୀନ୍ଦ୍ର ମୁଦୁଲି ଜଣେ ମାନସିକ ରୋଗୀ ମାନସିକ ଅବସ୍ଥା ଭଲ ରହିଲେ ସେ ଦିନ ମଜୁରୀ ଯାଇ ପରିବାର ପୋଷନ୍ତି | ମା ଜଣେ ଗୃହିଣୀ ପରିବାର 7 ଜଣ ଲୋକଙ୍କୁ ପୋଷିବା କେତେ ଯେ କଷ୍ଟ ସେ କଥା ସେଇ ହିଁ ଜାଣନ୍ତି | ସାଇ ପଡିଶା ରୁ ଧାର କରଜ କରି ଝିଅ କୁ ଭଲ କରିବା ପାଇଁ ବହୁତ ଚେଷ୍ଟା କରିଲେ ମଧ୍ୟ ଝିଅ ର ରୋଗ ଭଲ ହେଉନାହିଁ |
ଡାକ୍ତର କହିଛନ୍ତି ଝିଅ ର ଚିକିତ୍ସା ପାଇଁ ବାହାର ରାଜ୍ୟ ଯିବାକୁ ହେବ ହେଲେ ପଇସା ଅଭାବ ପାଇଁ ସେମାନେ ଆଜି ସାହାଯ୍ୟ ର ଭିକ୍ଷା ମାଗୁଛନ୍ତି | ତେବେ ଏମିତି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି ବସୁଦେବପୁର ଅଢୁଆ ପଞ୍ଚାୟତ ର ନନ୍ଦପୁର ଗ୍ରାମ ର ଏହି ଦୃଶ୍ୟ ଦେଖି ଗ୍ରାମ ଲୋକ ବି ଯିଏ ଯାହା ସମ୍ଭବ ସାହାଯ୍ୟ କରୁଛନ୍ତି |ତାହାଲେ ଏହା ଥିଲା ସେ ଘଟଣା ଯାହା ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ଓ ଲୋକ ମାନେ ଏହା ଦେଖି ସାହାଯ୍ୟ କରିବା ପାଇଁ ମଧ୍ୟ ମତ ଦେଇଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।