ଦେଖନ୍ତୁ Shocking ଭିଡ଼ିଓ : ଫୋନ ରେ ଗପୁଛି ମାଆ… ଏହି ଯବାନ ଙ୍କ ପାଇଁ ବଞ୍ଚିଗଲା ଛୁଆର ଜୀବନ….

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଘଟଣା ବିଷୟରେ ଆପଣମାନେ ବି ଜାଣିଲେ ବା ଦେଖିଲେ ହେଇଯିବେ ଆଶ୍ଚର୍ଯ୍ୟ | ଫୋନ ଯୋଗୁଁ ପାଗଳ ହେଇଯାଉଛନ୍ତି ଆଜିର ଯୁଗରେ ଥିବା ଯୁବ ପିଢ଼ି ମାନେ, ଆଉ କିଛି ଘଟଣା ପ୍ରତି ଧ୍ୟାନ ଦେଉନାହାନ୍ତି, ସବୁବେଳେ ମୋବଇଲ ଧରି ନିଜର ମନକୁ ଖୁସି କରାଉଛନ୍ତି | କିନ୍ତୁ ପ୍ରକୃତରେ ଫୋନ ବ୍ୟବହାର କରିବା ଯୋଗୁଁ ଆମର ସବୁ ପ୍ରକାରର ସୁବିଧା ମିଳୁଛି ବିଭିନ୍ନ ପ୍ରକାରର କାର୍ଯ୍ୟରେ, କିନ୍ତୁ ଅଧିକ ମୋବଇଲେ ସହିତ ଆଟାଚ ହେବା ଫଳରେ ଆମର ମାନବ ସମାଜରେ ବହୁତ କ୍ଷତି ମଧ୍ୟ ହେଉଛି  ।

ତାହା ସହିତ ଆମେ ମାନେ ଆମର ବାସ୍ତବ ଜୀବନରୁ ମଧ୍ୟ ଦୁରେଇ ଯାଉଛି |ତେବେ ଏହି ମୋବାଇଲ କୁ ନେଇକି ଆଜିର ଗୋଟେ ଘଟଣା ଘଟିଛି ଯାହା ଫଳରେ ମା ଆଗରେ ଜୀବନ ଯିବାରୁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ପିଲା ଜଣଙ୍କ | ତାହେଲେ ଆସନ୍ତୁ ଜାଣିବା ଘଟଣାଟି କଣ ଥିଲା |

ଘଟଣା ଟି ଦେଖିଲା ପରେ ଯାହା ଜଣା ପଡୁଛି କି ମା ସହିତ କୁନି ଝିଅଟି ଆସିଥିଲା ବଜାର କୁ, ଆଉ କାମ ସାରି ରାସ୍ତା ପାଖରେ ଛିଡା ହେଇଥିଲେ ମହିଳା ଜଣଙ୍କ ତାଙ୍କର ଛୋଟ ଛୁଆଙ୍କୁ ନେଇକି | ତେବେ କିଛି ସମୟ ପରେ ମହିଳା ଜଣଙ୍କ ତାଙ୍କର ପର୍ସ ରୁ ମୋବାଇଲକୁ କାଢ଼ିଥିଲେ ଓ କଥା କହିବାକୁ ଲାଗିଥିଲେ ଫୋନ ରେ, ଆଉ ଫୋନ ରେ ଏତେ ବ୍ୟସ୍ତ ହୋଇଯାଇଥିଲେ କି ତାଙ୍କ ସହିତ ଯୋଉ କୁନି ଝିଅଟି ଆସିଥିଲା ତାର କଥାକୁ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ | ଆଉ ସେହି ସମୟରେ କୁନି ଝିଅଟି ମା ଙ୍କ ପାଖରୁ ଚାଲି ଯାଇଥିଲେ ରାସ୍ତା ମଝିକୁ , ଆଉ ସେହି ସମୟରେ ଗୋଟିଏ କାର ଟି ଦ୍ରୁତ ଗତିରେ ଆସୁଥିଲା |କିନ୍ତୁ ମହିଳା ଜଣ ଙ୍କ ଫୋନ ରେ ଏତେ ବ୍ୟସ୍ତ ଥିଲେ କି ଝିଅଟି ରାସ୍ତା ମଝିକୁ ଚାଲିଯାଇଥିଲେ ମଧ୍ୟ ସେ ଜାଣିପାରି ନଥିଲେ |

ଆଉ ସେହି ଘଟଣାକୁ ଜଣେ ଯବାନ ଦେଖୁଥିଲେ ଆଉ ସେ ଦୌଡ଼ି ଆସି ଛୁଆଟିକୁ ରାସ୍ତା ମଝିରୁ ଉଠାଇ ନେଇଥିଲେ ଓ କାରରୁ ଦୁର୍ଘଟଣା ଘଟିବାରୁ କୁନି ଛୁଆଟିକୁ ବଞ୍ଚାଇଥିଲେ |କିନ୍ତୁ ଏହି ସମସ୍ତ ଘଟଣା କୁନି ଝିଅଟି ସହିତ ଘଟିଯାଇଥିଲେ ମଧ୍ୟ ଦୁର୍ଭାଗ୍ୟ ଓ ଅତି ଲଜ୍ୟା ଜନକ କଥା କି ମା ଜଣଙ୍କ ସେହି ଘଟଣା ବିଷୟରେ କିଛି ଜାଣିପାରିନଥିଲେ ଓ ଫୋନ ରେ ଗପିବାକୁ ଲାଗିଥିଲେ |ତେବେ ଯବାନ ଜଣଙ୍କ ପିଲାଟିକୁ ବଞ୍ଚାଇ ତାର ମା ପାଖକୁ ନେଇ ଆସିଥିଲେ ଓ ରାଗି ଯାଇ ମହିଳା ପାଖରୁ ଫୋନ କୁ ଛଡାଇ ତଳେ କଚାଡି ଭାଙ୍ଗି ଦେଇଥିଲେ |ଏହି ସବୁ ଘଟଣା ପାଖରେ ଥିବା CCTV ରେ ଉଠିଯାଇଥିଲା ଓ ଯାହା ଏବେ ସେସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment