ହଠାତ୍ କୁକୁରଟି ଭୟାନକ ଭାବରେ କୁନି ଝିଅଟିକୁ ଆକ୍ରମଣ କଲା, ତାପରେ କଣ ହେଲା…ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ କିପରି ଲୋକେ ଅଚାନକ ଭାବରେ ଆକ୍ରମଣର ଶିକାର ହୋଇଥାନ୍ତି।ଆଉ ଏହି ସମୟରେ ସେମାନେ ବିଚଳିତ ହୋଇ ଯାଇଥାନ୍ତି ପରିସ୍ଥିତି ର ମୁକାବିଲା କରିବା ପାଇଁ। ଏମିତି ଅନେକ ଘଟଣା ସଂସ୍ପର୍ଶରେ ଆପଣ ଆସୁଥିବେ ଯେଉଁ ସବୁ ଘଟଣାରୁ ସେମାନେ କେତେବେଳେ ଅଳ୍ପକେ ବର୍ତ୍ତି ଯାଇଥାନ୍ତି ତ ପୁଣି କେତେବେଳେ ଜୀବନ ଚାଲି ଯାଇଥାଏ। ଏଥିପାଇଁ କେହି ପୁର୍ବରୁ ସଚେତନ ନଥାନ୍ତି କିମ୍ବା ଜାଣି ବି ନଥାନ୍ତି। ତେବେ ଥରେ ଭାବନ୍ତୁ ଯଦି ଏହି ଘଟଣା ଏକ ଛୋଟ ଛୁଆ ସହ ଘଟିବ ତେବେ ସେ ଏହି ପରିସ୍ଥିତି ର ମୁକାବିଲା କେମିତି କରିବ।

ସେହିପରି ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ଛାତି ବି ଡର ରେ ଥରି ଉଠିବ।ଏହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ। ଆମେ ଆପଣଙ୍କୁ କହିବାକୁ ଯାଉଥିବା ଘଟଣା ର ଦୃଶ୍ୟ ସେଠାରେ ଥିବା ସି ସି ଟିଭି କ୍ୟାମେରା ରେ ରେକର୍ଡ ହେବା ପରେ ସାମ୍ନାକୁ ଆସିଛି। ଏଠାରେ ଦେଖିବାକୁ ମିଳୁଛି ଯେ କିପରି ଭାବରେ ଏକ ପୋଷା କୁକୁର ଏକ ଛୋଟ ଝିଅକୁ ହଠାତ୍ ଆକ୍ରମଣ କରୁଛି। ଝିଅଟି ସାଇକେଲ ଚଲାଉ ଥିବା ବେଳେ କୁକୁର ଟି ତା ଆଡକୁ ଦୌଡ଼ି ଆସିଥିଲା। ତାପରେ ସେ ଏକ କାର ପଛରେ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଥିବା ସମୟରେ କୁକୁର ଟି ଝିଅଟିକୁ ଆକ୍ରମଣ କରିବା ଆରମ୍ଭ କରୁଛି।

ଏହି କୁକୁର ଟି କ୍ରମାଗତ ଭାବରେ କୁନି ଝିଅଟି କୁ ଆକ୍ରମଣ କରି ଚାଲିଛି। କୁକୁର ଟି ବାରମ୍ବାର ଏହି ଝିଅକୁ ଆକ୍ରମଣ କରୁଛି। ତାର ଆକ୍ରମଣ ରୁ ଉଦ୍ଧାର ପାଇବା ପାଇଁ କୁନି ଝିଅଟି ଅନେକ ଚେଷ୍ଟା କରି ବିଫଳ ହେଉଛନ୍ତି। ଶେଷରେ ଝିଅଟିକୁ କୁକୁର ଟି ରକ୍ତାକ୍ତ କରି ଦେଉଛି। କିଛି ସମୟ ପରେ ଜଣେ ମହିଳା ଉକ୍ତ ଆକ୍ରମଣର ଶିକାର ହେଉଥିବା ଝିଅଟିକୁ ରକ୍ଷା କରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ କୁକୁର ଟି କିଛି ନମାନି କ୍ରମାଗତ ଭାବରେ ଝିଅଟି କୁ ଆକ୍ରମଣ କରୁଛି। ତେବେ ଏହି ଘଟଣାର ଦୃଶ୍ୟ ଦେଖିଲେ ଆପଣଙ୍କୁ ବି ଡର ଲାଗିବ। ଶେଷରେ ଆଉ କିଛି ଲୋକ ଆସି ବାଡ଼ିରେ କୁକୁର ଟିକୁ ବାଡ଼େଇ ସେହି ପରିସ୍ଥିତି ରୁ ଝିଅଟିକୁ ଉଦ୍ଧାର କରୁଛନ୍ତି।

ଏ ଦୃଶ୍ୟ କିଛି ନୂଆ ନୁହଁ। କାରଣ ଏଭଳି ଘଟଣା ପ୍ରାୟତଃ ଦେଖିବାକୁ ମିଳିଥାଏ। ଏପରି ଘଟଣା ରେ ଆକ୍ରମଣ ର ଶିକାର ହେଉଥିବା ଲୋକ ଭୟଭୀତ ହେବା ନିଶ୍ଚିତ। ତେବେ ରାସ୍ତାରେ ପିଲା ମାନଙ୍କୁ ଏପରି ଏକୁଟିଆ ନଛାଡ଼ି ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଏପରି ବିପତ୍ତି ରୁ ରକ୍ଷା ପାଆନ୍ତୁ। କାରଣ ପିଲାମାନେ ଏ ପରିସ୍ଥିତିରେ ଅଧିକ ବିଚଳିତ ହୋଇ ପଡିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।