ଦେଖନ୍ତୁ ଭିଡ଼ିଓ – ଦେଶୀ ଡଙ୍ଗାରେ ପାରହେଉଥିବା ସମୟରେ ପ୍ରସବ ଯନ୍ତ୍ରଣା ସହ୍ୟ ନକରିପାରି ଜନ୍ମ ଦେଲେ ଏକ ଶିଶୁ ପୁତ୍ର ,ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

0

ଆଜିର ସମାଜରେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଘଟୁଥିବାର ଦେଖିବାକୁ ମିଳିଥାଏ । ସେହି ଘଟଣା ଗୁଡିକ ମଧ୍ୟରୁ ଏମିତି କିଛି ଘଟଣା ନବରଙ୍ଗପୁର ଦେଖିବାକୁ ମିଳୁଛି । ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାଶ୍ୱରେ ରହୁଥିବା ଲୋକମାନଙ୍କ ନିମନ୍ତେ ସରକାର ବୁଟ ଆମ୍ୱୁଲେନ୍ସ ସୁବିଧା କରି ଥିବାର ଜଣା ଯାଇଛି । କିନ୍ତୁ ଗୁରୁବାର ଦିନ ଜଳ ଭଣ୍ଡାର ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଯାହାକି ଇନ୍ଦ୍ରାବତୀ ଜଳଭଣ୍ଡାର ଅପରପାଶ୍ୱରେ ଥିବା କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର ବ୍ଲକ ଏନପଡେରପଦ ପଞ୍ଚାୟତ ଅନ୍ତର୍ଗତ ଲିଟିମସ୍କା ଗ୍ରାମ ପଞ୍ଚାୟତର ଭାଗୀରଥି ମାଝିଙ୍କର ପତ୍ନୀ ସରଜିନୀ ମାଝିଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକମାନେ ଜଳଭଣ୍ଡାର ମଧ୍ୟରେ ରୋଗୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବୁଟ ଆମ୍ୱୁଲେନ୍ସକୁ ଖବର ଦେଇଥିଲେ ।

କିନ୍ତୁ ବୁଟ ଆମ୍ୱୁଲେନ୍ସର ଯାନ୍ତ୍ରିକ ତ୍ରୁଟି ଥିବାରୁ ବୁଟି ପ୍ରସୂତି ମହିଳାଙ୍କୁ ନେବା ପାଇଁ ଆସି ପାରି ନଥିଲା । ଫଳରେ ପରିବାର ଲୋକେ ଏକ ଦେଶୀ ଡଙ୍ଗା ସାହାର୍ଯ୍ୟରେ ଉକ୍ତ ଗର୍ଭବତୀ ମହିଳାକୁ ଜଳଭଣ୍ଡାର ପାରକରି ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଜଳ ଭଣ୍ଡାର ମଧ୍ୟରେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଅଧିକ ହୋଇଥିଲା ତେଣୁ ତାଙ୍କୁ ଅନ୍ୟ କିଛି ମହିଳା ଦେଶୀ ଡଙ୍ଗାରୁ ଉହ୍ଲାଇବା ମାତ୍ରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ହେଇଥିଲେ ।

ପେର ସେ ବହୁ କଷ୍ଟରେ ଜଳ ଭଣ୍ଡାର ଅତିକ୍ରମ କରି 108 ଆମ୍ୱୁଲେନ୍ସ ଯୋଗେ ତାଙ୍କୁ ତେନ୍ତୁଳିଖୁଣ୍ଡି ଡାକ୍ତାରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମା ଓ ଶିଶୁ ଉଭୟ ସୁରକ୍ଷିତ ଥିବାର ଜଣା ପଡିଛି ସେପଟେ ପ୍ରଶାସନ ପକ୍ଷରୁ ଇଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ରୋଗୀ ସେବାକୁ ତ୍ୱାରାନିତ କରିବା ପାଇଁ ବୁଟ ଆମ୍ୱୁଲେନ୍ସ ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ନିମନ୍ତେସାଧାରଣରେ ଦାବି କରା ଯାଉଛି ।

ପ୍ରସାଶନ ଏଥି ନିମନ୍ତେ ତୁରନ୍ତ ପଦକ୍ଷେପ ନେବା ଉଚିତ କାରଣ ଏପରି ପରିସ୍ଥିତିରେ ସେହି ମହିଳା ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ସେଥିପାଇଁ ପ୍ରଶାସନ ଏଥି ନିମନ୍ତେ ତୁରନ୍ତ କୌଣସି ପଦକ୍ଷେପ ନେବା ଉଚିତ । କାରଣ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଗୋଟିଏ ବୁଟର ସୁବିଧା କରାଯାଇଛି କିନ୍ତୁ ସେହି ବୁଟଟି ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟି ରହୁଛି । ଯାହାଫଳରେ ଗର୍ଭବତୀ ମହିଳା ବା ଯେ କୌଣସି ରୋଗାକ୍ରାନ୍ତ ବ୍ୟକ୍ତିମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହାର ତୁରନ୍ତ ପଦକ୍ଷେପ ପ୍ରଶାସନ ନେବା ଉଚିତ , ତେବେ ଯାଇ ଏପରି ଅଭାବନୀୟ ଘଟଣାକୁ କିଛି ମାତ୍ରାରେ ରୋକା ଯାଇ ପାରିବ । ଇନ୍ଦାବତୀ ଜଳ ଭଣ୍ଡାରରେ କିଛି ପଦକ୍ଷେପ ତୁରନ୍ତ ନେବା ଉଚିତ ନଚେତ କେତେକ ନିରୀହ ଲୋକମାନଙ୍କର ଜୀବନ ମଧ୍ୟ ଯାଇପାର । ସେଥିପାଇଁ ଏହାର ତୁରନ୍ତ କିଛି ସମାଧାନ କରାଯାଉ ଏବଂ ଲୋକମାନେ ଏହାର ସୁବିଧା ପାଇ ପାରନ୍ତୁ । ଏଥିପ୍ରତି ସରାକର ତୁରନ୍ତ କିଛି ପଦକ୍ଷେପ ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।