2023 ରୁ 2028 ମସିହା ପର୍ଯ୍ୟନ୍ତ ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି – Jyotisha Shastra

ତେବେ ଆମେ ମାନେ ଜାଣିଛୁ କି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ଗୁରୁତ୍ୱ ଦେଇଥାଉ | ତେବେ ଆମେ ଜାଣିଛୁ କି କେତେକ ଏଭଳି ରାଶି ରହିଛି ଯେଉଁ ମାନଙ୍କର ଭାଗ୍ୟ ବହୁତ ଶକ୍ତି ଶାଳୀ ହୋଇଥାଏ | ଆଉ ସେହି ରାଶି ଥିବା ବ୍ୟକ୍ତି ମାନଙ୍କ ଜୀବନରେ ସବୁବେଳେ କିଛି ନା କିଛି ଶୁଭ ଫଳ ମିଳିଥାଏ | ସବୁ କ୍ଷେତ୍ରରେ ସେମାନଙ୍କୁ ଆଶାତୀତ ସଫଳତା ମଧ୍ୟ ମିଳିଥାଏ | ତାହେଲେ ସେହିଭଳି ଆଜି ମୁଁ କହିବାକୁ ସେହି 6 ଟି ଶକ୍ତିଶାଳୀ ରାଶି ମାନଙ୍କ ବିଷୟରେ | ଆଉ ଯେଉଁ ରାଶି ମାନଙ୍କୁ ଭାଗ୍ୟଶାଳୀ ଓ ଶକ୍ତିଶାଳୀ ବୋଲି ମଧ୍ୟ କୁହାଯାଉଛି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ଦୁନିଆର ସବୁଠାରୁ ଶକ୍ତିଶାଳୀ 6 ଟି ରାଶି ର ବ୍ୟକ୍ତି ମାନଙ୍କ ବିଷୟରେ |

(1) ବୃଷ ରାଶି
(2) ମେଷ ରାଶି
(3) ସିଂହ ରାଶି
(4) ବିଛା ରାଶି
(5)ଧନୁ ରାଶି
(6) କୁମ୍ଭ ରାଶି

(1) ବୃଷ ରାଶି :-ଏହି ରାଶି ବ୍ୟକ୍ତି ମାନେ ସବୁବେଳେ ଦେବ ଦେବ ମହାଦେବ ଙ୍କ ଶରଣ ରେ ରୁହନ୍ତୁ ଅନେକ ଶୁଭ ଫଳ ପାଇବେ |ଆପଣଙ୍କ ଜୀବନ ରେ ଆସୁଥିବା ସମସ୍ୟା ଧୀରେ ଧୀରେ ଦୂର ହେବ | କିନ୍ତୁ ଅଧର୍ଯ୍ୟ ପାଇଁ ଆପଣ ବହୁତ ସମୟରେ ଦୁଃଖ ପାଇବେ |ତେବେ ବୃଷ ରାଶି ଏମିତି ଏକ ରାଶି ଯେଉଁ ରାଶିରେ ପରାଜୟ ସ୍ୱୀକାର ନାହିଁ | କେବଳ ଅଧର୍ଯ୍ୟ ପାଇଁ ଆପଣ ବହୁତ ସମୟରେ ଦୁଃଖ ପାଇବେ | ଘରର ଗୁରୁଜନ ଙ୍କ ଆଶୀର୍ବାଦ ନିୟନ୍ତୁ ଭବିଷ୍ୟତ ରେ ଆପଣଙ୍କୁ କେହି ହରାଇ ପାରିବେନି |

(2) ମେଷ ରାଶି :-ଏହି ରାଶି ବ୍ୟକ୍ତି ମାନେ ଏମାନେ ସବୁବେଳେ ସଫଳତା ହାତେଇ ଥାନ୍ତି | ଏମାନେ ବହୁତ ପରିଶ୍ରମୀ, ସ୍ନେହୀ ମଧ୍ୟ, ଲୋକଙ୍କୁ ଭଲ ପାଇବା ଦେବା ଏମାନଙ୍କର ଗୋଟିଏ ଭଲ ଗୁଣ | ତେବେ ଏହି ରାଶି ବ୍ୟକ୍ତି ମାନେ ମା ମଙ୍ଗଳା ଓ ହନୁମାନ ଙ୍କୁ ଧ୍ୟାନ କରନ୍ତୁ ଦେଖିବେ ଆପଣ ସବୁ ପ୍ରକାର ସଫଳତା ପାଇବେ |

(3) ସିଂହ ରାଶି :- ଏହି ରାଶି ର ବ୍ୟକ୍ତି ମାନେ କାହା ସହିତ ଏମାନେ ଲାଗନ୍ତି ନାହିଁ ଯିଏ ଏମାନଙ୍କ ସହିତ ଲାଗି ଥାଏ ତାକୁ କେବେ ଛାଡ଼ନ୍ତି ନାହିଁ | ସମାଜ ସେବାରେ ଏମାନେ ଅଧିକ ସମୟ ଦେଇଥାନ୍ତି ଓ ସରକାରୀ ଚାକିରୀ ରେ ବଡ ପଦବୀ ରେ ଥାନ୍ତି | ଏମାନେ ବାପା ମା ଙ୍କୁ ଅଧିକ ମାନି ଥାନ୍ତି |

(4) ବିଛା ରାଶି :- ଏହି ରାଶି ର ବ୍ୟକ୍ତି ମାନେ ସବୁବେଳେ ଖୁସିରେ ଥାନ୍ତି | ସମସ୍ତ ଙ୍କ ସହିତ ଏମାନେ ବେଶ ଭଲ ଭାବରେ ମିଶି ଥାନ୍ତି | ଏମାନେ ଟିକେ ରାଗି ମିଜାଜ ଲୋକ ଯଦି ଏମାନେ ରାଗି ଯାଇଥାନ୍ତି ତାହାଲେ ଏମାନଙ୍କୁ ବୁଝାଇବା ବହୁତ କଷ୍ଟ | ତେଣୁ ଆପଣ ହନୁମାନ ଓ ଦେବ ଦେବ ମହାଦେବ ଙ୍କ ଶରଣ ନିୟନ୍ତୁ |

(5) ଧନୁ ରାଶି :-ଏହି ରାଶି ର ବ୍ୟକ୍ତି ମାନେ ସବୁବେଳେ ନୂଆ ଜିନିଷ ପ୍ରତି ଲୋଭ କରିଥାନ୍ତି | ନୂଆ ଡ୍ରେସ ପିନ୍ଧିବା, ନୂଆ ଗାଡି ଚଳାଇବା ପ୍ରତି ତାଙ୍କର ମନ ଅଧିକ ରହିଥାଏ | ତେବେ ଏହି ରାଶି ର ବ୍ୟକ୍ତି ମାନଙ୍କ ଉପରେ ମା ତାରିଣୀ କୃପା ରହିଛି | ତେଣୁ ଆପଣ ପ୍ରତି ଦିନ ଜଗନ୍ନାଥ ମନ୍ଦିର ବା ଲଷ୍ମୀନାରାୟଣ ମନ୍ଦିର ଯାଇ ଦର୍ଶନ

କରନ୍ତୁ | ଏହା ଆପଣଙ୍କ ଜୀବନ ରେ ବହୁତ ପରିବର୍ତ୍ତନ ଆଣିବ |

(6) କୁମ୍ଭ ରାଶି :-ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ନିଜର ଓ ନିଜ ପରିବାର ସ୍ନେହ, ଭଲ ପାଇବା ପାଇବେ ଓ ସମାଜ ରେ ଲୋକ ପ୍ରିୟତା ଲୋକପ୍ରିୟତା ଅର୍ଜନ କରିଥାନ୍ତି | ନିଜେ ପରିଶ୍ରମ କରି ଆଗକୁ ବଢି ଥାନ୍ତି | ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳିବ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment