ସୂର୍ଯ୍ୟ ପରାଗ 2022 (25 October) ହାଣ୍ଡିଛାଡ ସଠିକ ସମୟ | 4ଟି ରାଶି ସାବଧାନ, ଜଣାନ୍ତୁ କେତେବେଳେ ପାକ ନିଷେଧ – Vastu Shastra

ତେବେ ବନ୍ଧୁଗଣ ଆମେ ଜାଣିଛି କି ଏହି ବର୍ଷ ଅକ୍ଟୋବର ମାସ 25 ତାରିଖରେ ଲାଗିବାକୁ ଯାଉଛି ସୂର୍ଯ୍ୟପରାଗ | ଆଉ ଯାହାର ପ୍ରଭାବ ପକାଇଥାଏ ଆମର ମାନବ ସମାଜ ଉପରେ | ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟପରାଗ ସମୟରେ ଆମକୁ ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡିଥାଏ | ନହେଲେ ତାହା ଆମର ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ | ତେବେ ଆଜି ଆମେ ଆଲୋଚନା କରିବା କି ଏହି ସୂର୍ଯ୍ୟପରାଗ ଦିନ ଗର୍ଭବତୀ ନାରୀ ମାନେ ବିଶେଷ କରିକି କଣ କରିବା ଆବଶ୍ୟକ ହୋଇଥାଏ ଓ କେଉଁ କେଉଁ ରାଶି ଉପରେ ଏହା ପ୍ରଭାବ ପକାଇଥାଏ ଆସନ୍ତୁ ଜାଣିବା |

ସୂର୍ଯ୍ୟପରାଗ ରେ କଣ ସବୁ କରିବା ଆବଶ୍ୟକ ହୋଇଥାଏ :-

ସୂର୍ଯ୍ୟପରାଗ ଅକ୍ଟୋବର 25 ରେ ପଡୁଥିବାରୁ କୁହାଯାଏ କି ସେହି ଦିନ 12 ଘଣ୍ଟା ପୂର୍ବରୁ ପାକ ନିଷେଧ କରିବା ଆବଶ୍ୟକ ହୋଇଥାଏ | ତେଣୁ 24 ଅକ୍ଟୋବର ଦିନ ସୋମବାର ରାତି 9:25 ମିନିଟ ରୁ ମଙ୍ଗଳବାର ଦିନ 2:31 ମିନିଟ ପର୍ଯ୍ୟନ୍ତ ପାକ ବା ହାଣ୍ଡିଶାଳ କୁ ନିଷେଧ କରିବା ଆବଶ୍ୟକ ହୋଇଥାଏ ବୋଲି କୁହାଯାଇଥାଏ | ତେବେ ଯାହା କୁହାଯାଉଛି କି 25 ଅକ୍ଟୋବର ଦିନ 12:11 ରେ ସୂର୍ଯ୍ୟପରାଗ ଆରମ୍ଭ ହେବ ଓ 2:31 ରେ ତାହା ଶେଷ ହେବ ବୋଲି କୁହାଯାଉଛି |

ଗର୍ଭବତୀ ମହିଳା ମାନେ ଏହି ଦିନରେ କଣ କରିବେ ନାହିଁ :-

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗର୍ଭବତୀ ମହିଳା ମାନେ ଏହି ସୂର୍ଯ୍ୟପରାଗ ଲାଗିଥିବା ସମୟରେ ଭୋଜନ କରିବା ଉଚିତ ନୁହଁ | ତାହା ଛଡା କୌଣସି ଜିନିଷ କଟା କୋଟି କରିବା ସହିତ ଲୁଗା ସିଲେଇ କରିବା ମଧ୍ୟ ଅନୁଚିତ ହୋଇଥାଏ |ଏହି ଦିନରେ କଳା ରଙ୍ଗ ର ପୋଷାକ ପିନ୍ଧନ୍ତୁ ନାହିଁ କି ବାହାରକୁ ମଧ୍ୟ ବାହାରନ୍ତୁ ନାହିଁ |

କଣ କରିବା ଉଚିତ ନୁହଁ ସୁଯ୍ୟପରାଗ ସମୟରେ :-

ଏହି ସମୟରେ ଖାଦ୍ୟ ରାନ୍ଧନ୍ତୁ ନାହିଁ କି ଖାଇବା ମଧ୍ୟ ଉଚିତ ନୁହଁ | ଏହି ସମୟରେ ଆପଣ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ | ଏହି ସମୟରେ ଠାକୁର ପୂଜା ମଧ୍ୟ କରନ୍ତୁ ନାହିଁ |ଏହି ସମୟରେ ଗଛ କୁ ଛୁଇଁବେ ନାହିଁ | ଅର୍ଣ୍ଣଦାନ କରିବା ଆବଶ୍ୟକ ହୋଇଥାଏ | ତାହା ଛଡା ସୂର୍ଯ୍ୟପରାଗ ରେ ପିନ୍ଧିଥିବା ବସ୍ତ୍ର କୁ ତାହା ପରେ କାଢି ଦେବା ଓ ଗାଧୋଇବା ଆବଶ୍ୟକ ହୋଇଥାଏ |ଏହି ସମୟରେ କାହା ସହିତ କଥା କୁହନ୍ତୁ ନାହିଁ, ଘରର ଝରକା ଓ କବାଟ ବନ୍ଦ ରଖନ୍ତୁ ତାହା ଛଡା ପୁରୁଷ ଓ ମହିଳା ମାନେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ଏହି ସମୟରେ |

ତେବେ ଯାହା କୁହାଯାଉଛି କି ଏହା ର ପ୍ରଭାବ 4 ଟି ରାଶି ଉପରେ ପଡିବ ତାହା ହେଉଛି :-

1-ମିଥୁନ ରାଶି :-

ଏହି ରାଶିର ବ୍ୟକ୍ତି ମାନଙ୍କର ଜୀବନରେ ଏକ ଶୁଭ ମୁହୁର୍ତ ଆସିବାକୁ ଯାଉଛି, ଟଙ୍କା ପଇସା ସବୁଥିରେ ଶୁଭ ଫଳ ମିଳିବ | ସମସ୍ତ ପ୍ରକାରର ସମସ୍ୟା ଦୂରେଇଯିବା |

2-କର୍କଟ ରାଶି :-

ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ଧନ ଜନିତ ଶଙ୍କର ସବୁଦିନ ପାଇଁ ଦୂରେଇଯିବ | ଘରେ ବାହାରେ ସବୁ ସ୍ଥାନରୁ ପ୍ରସଂଶା ପାଇବେ ଏହି ରାଶିର ବ୍ୟକ୍ତି ମାନେ ଏହି ସୂର୍ଯ୍ୟ ପରାଗ ପାଖରୁ |

3-କନ୍ୟା ରାଶି :-

ଏହି ରାଶିର ବ୍ୟକ୍ତି ମାନଙ୍କ ଘରକୁ ଧନ ଆସିବାର ଶୁଭ ସୂଚନା ମିଳିବାକୁ ଯାଉଛି, ସବୁ କାର୍ଯ୍ୟରେ କନ୍ୟା ରାଶିର ବ୍ୟକ୍ତି ମାନେ ଆଗୁଆ ରହିବେ ବୋଲି କୁହାଯାଉଛି |

4-କୁମ୍ଭ ରାଶି :-

ସୂର୍ଯ୍ୟପରାଗ ରେ ଏହି କୁମ୍ଭ ରାଶିର ବ୍ୟକ୍ତି ଙ୍କ ଜୀବନରେ ଆଣିଦେବ ଏକ ନୂଆ ଜାଗରଣ ଓ ଧନ ସମ୍ପତ୍ତି ସବୁଥିରେ ଶୁଭ ଫଳ ମିଳିବ |

ତେବେ ଏହା ଥିଲା ଅକ୍ଟୋବର 25 ସୂର୍ଯ୍ୟପରାଗ ରେ କଣ କଣ ଘଟିବାକୁ ଯାଉଛି ସେ ବିଷୟରେ ସମସ୍ତ କଥା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment