ବହୁ ମହାପୁରୁଷ ମାନେ କହିଛନ୍ତି କି,ଯଦି ଆପଣଙ୍କ ର ଲକ୍ଷ ବଡ଼ ହୋଇଥାଏ ଏବଂ ଆପଣ ଯଦି ନିଜ ଲକ୍ଷ ବା ଉଦେଶ୍ୟ କୁ ପୂରଣ କରିବା ପାଇଁ କାର୍ଯ୍ୟ କରିଥାନ୍ତି ତେବେ ଆପଣଙ୍କୁ କେହି ବି ଅଟକି ପାରିବେ। ବୟସ , ପରିବାର , ଟଙ୍କା ପଇସା କେଵଳ ଗୋଟିଏ ଗୋଟିଏ ବାହାନା ହୋଇଥାଏ। ତେବେ ଏହାକୁ ସତ୍ୟ ରେ ପ୍ରକାଶ କରି ଦେଖାଇଛନ୍ତି ବିହାର ର ପ୍ରଫେସର କିଶୋର କୁମାର।ଦିନେ ସେ ଏକ କଲେଜ ରେ ସିକ୍ୟୁରୀଟି ଗାର୍ଡ ଭାବରେ କାମ କରୁଥିଲେ ଆଉ ବଡ଼ ବାବୁ ମାନଙ୍କ ଠାରୁ କେତେ ନିନ୍ଦା ଅପମାନ ସବୁ ଥିଲେ ମାତ୍ର ଆଜି ସେହି କଲେଜ ର ପ୍ରଫେସର ଅଛନ୍ତି ସେ। ତେବେ ଆସନ୍ତୁ ଜାଣିବା ତାଙ୍କର ସଂଘର୍ଷ ମୟ ଜୀବନ ବିଷୟ ରେ।
ବନ୍ଧୁଗଣ କିଶୋର କୁମାର ବିହାର ର ଏକ ଗରିବ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ଆଉ ତାଙ୍କର ବାପା ଙ୍କ ପାଖରେ ସେତିକି ଟଙ୍କା ନଥିଲା ଘର ର ଗୁଜୁରାଣ କୁ ପୁରା କରିବା ପାଇଁ। ତେଣୁ କିଶୋର ତାଙ୍କର ଗ୍ରାଜୁଏସନ ସରିବା ପରେ ଏକ ୟୁନିଭରସିଟି ରେ ସିକ୍ୟୁରୀଟି ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ। ତେବେ ଏହି ସିକ୍ୟୁରୀଟି ଗାର୍ଡ ର ଚାକିରୀ କରିବା ସମୟ ରେ ମଧ୍ୟ ସେ ପାଠ ପଢୁ ଥିଲେ।
ତେବେ ନିଜ ଡିୟୁଟି ସମୟ ରେ ଯଦି ଟିକେ ଫାଙ୍କା ପାଇଥାନ୍ତି ତେବେ ସେ ଯାଇ ବହି ଧରି ବସି ଯାଉଥିଲେ ପାଠ ପଢିବା ପାଇଁ। ମାତ୍ର ଏହି ସମୟ ରେ ତାଙ୍କୁ ଅନେକ ବଡ଼ ବଡ଼ ବାବୁ ମାନେ ଅନେକ କଥା କହୁଥିଲେ , ଏପରି କି ତାଙ୍କ କାମ ରେ କିଛି ତ୍ରୁଟି ହେଲେ ତାଙ୍କୁ ଚାକିରୀ ରୁ ବାହାର କରିବାର ଧମକ ମଧ୍ୟ ମିଳୁ ଥିଲା ।ତେବେ କିନ୍ତୁ ସେ ଏହାକୁ ଖାତିରି ନକରି ପାଠ ପଢା ରେ ଧ୍ୟାନ ଦେଉଥିଲେ ଆଉ ସେହିପରି ତାଙ୍କର ପୋଷ୍ଟ ଗ୍ରାଜୁଏସନ ସମାପ୍ତ କରି ନେଟ ପରୀକ୍ଷା ରେ ଉତିଣ୍ଣ ହେଲେ। ଆଉ ଅପେକ୍ଷା କରି ରହିଲେ କେବେ ପ୍ରଫେସର ଚାକିରୀ ବାହାରିଲେ ତାହାକୁ କରିବେ ବୋଲି।
ତେବେ ସେହିପରି ନିଜ ସିକ୍ୟୁରୀଟି ଗାର୍ଡ ର ଚାକିରୀ ସହ ପାଠ ପଢା ରେ ଧ୍ୟାନ ଦେଲେ ଆଉ ଫୋର୍ମ ବାହାରିବା ପରେ ସେ ଚାକିରୀ ରେ ଯୋଗ ଦେଲେ ସେହି ୟୁନିଭରସିଟି ରେ ଯେଉଁ ଠାରେ ସେ ଦିନେ ସିକ୍ୟୁରୀଟି ଗାର୍ଡ ଭାବରେ ଚାକିରୀ କରିଥିଲେ। ତେବେ ଯେଉଁ ବାବୁ ଜଣଙ୍କ ତାଙ୍କୁ ଦିନେ ଅପମାନ ଦେଇଥିଲେ ,ସେ ତାଙ୍କୁ ପ୍ରଫେସର ଭାବରେ ଦେଖିବା ପରେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ। ଆଉ ସେ ତାଙ୍କର ଭୁଲ ବୁଝି ପାରିଲେ ଏବଂ ତାଙ୍କୁ କ୍ଷମା ପ୍ରାର୍ଥନା କଲେ। ତେବେ ସତରେ ଯଦି ଆପଣ ଙ୍କ ର ଲକ୍ଷ ସ୍ଥିର ରହିଛି ତେବେ ନିଶ୍ଚିତ ଭାବରେ ଆପଣ ଜୀବନ ରେ ସଫଳତା ହାସଲ କରିବେ ଯାହାର ଉଦାହରଣ ହେଉଛନ୍ତି ପ୍ରଫେସର କିଶୋର କୁମାର।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।