ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କରିବାକୁ ମଧ୍ୟ ପଛାଉ ନାହାନ୍ତି ଓ ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯାଉଛନ୍ତି ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ACFଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ତେବେ ଘଟଣାଟି ହେଉଛି, ACF ସୌମ୍ୟରଞ୍ଜନଙ୍କ ମୃତ୍ୟ ଘଟଣାକୁ ନେଇ ଡାକ୍ତରଙ୍କୁ ପଚରାଉଚରା ଚାଲିଛି, ଡାକ୍ତର ଯେଉଁ କଥା କହିଛନ୍ତି ଆପଣ ମାନଙ୍କ ସନ୍ଦେହ ଆହୁରି ବଢ଼ିବ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସାରା ଓଡ଼ିଶାବାସୀ ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ବିଷୟରେ ଜାଣିବା ପାଇଁ ତାଙ୍କୁ ନ୍ୟାୟ ଅପେକ୍ଷାରେ ରହିଛନ୍ତି। କାରଣ ରହସ୍ୟ ଜନକ ମୃତ୍ୟୁ ଘଟଣାକୁ ତଦନ୍ତ କରାଯାଉଛି। ହଠାତ ନିଆଁରେ ପୋଡି ହୋଇଯିବା ଲୋକେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଏଥିରେ ବଡ଼ ବଡ଼ ହାତ ରହିଛି, ପୋଲିସ ସଠିକ ଭାବରେ ତଦନ୍ତ କରିନାହାଁନ୍ତି। ମୁଖ୍ୟ ଅଭିଯୁକ୍ତ DFO ସବୁ ପ୍ରମାଣ ନଷ୍ଟ କରିଦେଇଥିବା ଲୋକେ ସଂଦେହ କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ସବୁବେଳେ ବଡ଼ ପ୍ରଶ୍ନ ଯେ, ACF ନିଆଁ ରେ ୯୦ ପ୍ରତିଶତ ପୋଡି ହୋଇଯାଇଥିଲେ। ସେ ଯେତେବେଳେ ହସ୍ପିଟାଲରେ ପହଞ୍ଚିଥିଲେ ତାଙ୍କର ହୋସ ନଥିଲା। ଇଂଜେକସନ ମାଧ୍ୟମରେ ତାଙ୍କୁ ହୋସକୁ ଆଣାଯାଇଥିଲା।
ସେହି ସମୟରେ ତାଙ୍କର ମୃତ୍ୟୁ ଜମାନବନ୍ଦୀ ନିଆଯାଇଛି, ସେ ବୋଧ ହୁଏ ସେହି ସମୟରେ ସବୁ ସତ କଥା କହିଥିଲେ। କିନ୍ତୁ ଡାକ୍ତରଙ୍କ କହିବା କଥା ସେ କୌଣସି ବିଡ଼ିଓ ରେକର୍ଡ କରିନଥିଲେ। ତେବେ ସେହି ସମୟରେ ଡାକ୍ତର କହିବା କଥା ଯେ DFO ସେଠାରେ ଉପସ୍ଥିତ ନଥିଲେ। କିନ୍ତୁ ଭିଡ଼ିଓରେ ସେ ସ୍ପଷ୍ଟ ଭାବରେ ବସି ଥିବାର ଦେଖା ଯାଉଛନ୍ତି। DFO ସେଠାରେ ବସି ଷ୍ଟେଟମେଣ୍ଟ ବଦଳୁଥିଲେ କି ? ଏହା କଣ ପାଇଁ ବିଦ୍ୟାଭାରତିଙ୍କୁ ପୋଲିସ ଗିରଫ କରି ପଚରା ଉଚରା କରୁନାହାନ୍ତି। ବର୍ତ୍ତମାନ ଜଣକ ପରେ ଜଣକୁ କ୍ରାଇମବ୍ରାଞ୍ଚ ପଚରା ଉଚରା ଜାରି ରଖିଛନ୍ତି। କେବଳ ଯେ ACFଙ୍କ ପରିବାରକୁ ନ୍ୟାୟ ମିଳିବ ତାହା ନୁହେଁ ବରଂ ସାରା ଓଡ଼ିଶାବାସୀଙ୍କୁ ନ୍ୟାୟ ମିଳିବ। ଦେଖିବାର ବିଷୟ ଆଉ କଣ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।