DFO ଙ୍କୁ କାହିଁକି ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ସମସ୍ତେ। ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ…ଦେଖନ୍ତୁ Viral ଭିଡ଼ିଓ

0

ବନ୍ଧୁଗଣ ଏବେ ଓଡ଼ିଶାରେ ବହୁ ଚର୍ଚ୍ଚିତ ଖବର ଭାବରେ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ଙ୍କ ମୃତ୍ୟୁ ଘଟଣା ସାମ୍ନାରେ ରହିଛି। ପୁଅକୁ ହରାଇ ମାଆ ବାପା ଏକ ପ୍ରକାରର ଭାଙ୍ଗି ପଡିଛନ୍ତି। ସୌମ୍ୟ ଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଚାଲିଛି ଗଭୀର ତଦନ୍ତ। ସେଦିନ ରାତିରେ ପୋଡ଼ି ହୋଇ ପ୍ରାଣ ହରାଇବା ଘଟଣାର ରହସ୍ୟ ଭେଦ କରିବାରେ ପାରଳାଖେମୁଣ୍ଡି ପୁଲିସ ବିଫଳ ହେବା ପରେ ଏହି ଘଟଣାର ସତ୍ୟତା ଜାଣିବାକୁ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବାଞ୍ଚକୁ ଦିଆ ଯାଇଛି। ଫଳରେ କ୍ରାଇମବ୍ରାଞ୍ଚ ପୁଣିଥରେ ମୂଳରୁ ଉକ୍ତ ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି ଏଵଂ ପର୍ଯ୍ୟାୟକ୍ରମେ ଜଣ ଜଣଙ୍କୁ ଡାକି ପଚରାଉଚରା ମଧ୍ଯ କରୁଛି।

ତେବେ ଏହାରି ଭିତରେ ଏହି ଘଟଣା ଧିରେ ଧିରେ ରହସ୍ୟ ପୂର୍ଣ୍ଣ ହେବା ସହିତ ରୋଚକ ହେବାରେ ଲାଗିଛି।ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ଏବେ ଏକ ଗୁଢ଼ ରହସ୍ୟକୁ ଧରିଛି। ଆସନ୍ତୁ ଜାଣିବା ତାହା କଣ? ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ସୌମ୍ୟ ଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ଲେଖା ହେଉଥିବା ସମୟ ର ମୁହୂର୍ତ୍ତ ଦେଖିବାକୁ ମିଳୁଛି। ଏଠାରେ ଉପସ୍ଥିତ ଅଛନ୍ତି ଡାକ୍ତର ଅଭିଳାଷ ପଣ୍ଡା ଏବଂ ଡାକ୍ତର କିଶୋର ଚନ୍ଦ୍ର ବେହେରା। ଏହାଛଡ଼ା ସେଠାରେ ରହିଛନ୍ତି ପାରଳାଖେମୁଣ୍ଡି ର ତହସିଲଦାର ଅଚ୍ୟୁତାନନ୍ଦ ଜାନି ଏବଂ ଡି ଏଫ୍ ଓ ସଂଗ୍ରାମ କେଶରୀ ବେହେରା।

କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ସେଦିନ ସେଠାରେ ନଥିଲେ ଡି ଏଫ୍ ଓ। କିନ୍ତୁ ଏ ଦୃଶ୍ୟ ବୟାନ କରୁଛି ଯେ ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ସମୟରେ ସେଠାରେ ନିଜେ ଡିଏଫଓ ଉପସ୍ଥିତ ଥିଲେ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି
ଡିଏଫଓ ଙ୍କୁ କାହିଁକି ଘଣ୍ଟ ଘୋଡାଇବାକୁ ଚାହୁଁଛନ୍ତି ସମସ୍ତେ। ସମସ୍ତେ ଏତେ ମିଛ କହୁଛନ୍ତି କଣ ପାଇଁ ତାହା କହାକୁ ବୁଝା ପଡୁନି। ଜମାନବନ୍ଦୀ ସମୟ ରେ ଉପସ୍ଥିତ ଦୁଇଜଣ ଡାକ୍ତର ଅଭିଳାଷ ପଣ୍ଡା ଏବଂ ଡାକ୍ତର କିଶୋର ଚନ୍ଦ୍ର ବେହେରା ଏବଂ ତହସିଲଦାର ଅଚ୍ୟୁତାନନ୍ଦ ଜାନି ଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରି ସାରିଛି।

ତେବେ ପୋଲିସ ର ତଦନ୍ତକୁ ନେଇ ବାରମ୍ଵାର ପ୍ରଶ୍ନ ଉଠାଉ ଥିବା ମାନବାଧିକାର ପରିଷଦ କିନ୍ତୁ କ୍ରାଇମବ୍ରାଞ୍ଚ ର ତଦନ୍ତକୁ ନେଇ ସନ୍ତୋଷ ପ୍ରକାଶ କରିଛି।ତେବେ କ୍ରାଇମବ୍ରାଞ୍ଚ ତଦନ୍ତକୁ ୭ ଦିନ ପୂରି ସାରିଥିବା ବେଳେ ଏହାରି ଭିତରେ ୧୨ ଜଣଙ୍କୁ ଜେରା କରି ସାରିଛି କ୍ରାଇମବ୍ରାଞ୍ଚ୍। ତେବେ ୩୨ ଦିନ ଭିତରେ ଯାହା ପୋଲିସ୍ କରି ପାରି ନଥିଲା ମାତ୍ର ୬ ଦିନରେ ତାହା କରି ଦେଖାଇଛି କ୍ରାଇମବ୍ରାଞ୍ଚ୍। ଆଉ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ଯ ହାସଲ କରିଛି। ହେଲେ ଘଟଣା ଉପରୁ କେବେ ପରଦା ଉଠୁଛି ତାହା ଦେଖିବାକୁ ସମସ୍ତଂକ ନଜର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।