ସାବଧାନ ! ରୂପ ବଦଳାଇ ଆସୁଛନ୍ତି IPS ମ୍ୟାଡ଼ାମ… ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଦେଖନ୍ତୁ Video

ବନ୍ଧୁଗଣ ସୋସିଆଲ ମିଡିଆରେ ଆପଣ ଅନେକ ଖବର ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ, ହେଲେ ମୁଁ ଆଜି ଆପଣକୁ ଯଉଁ ଖବର ବିଷୟରେ କହିବି ତାହା ଶୁଣିଲେ ଆପଣ ବହୁତ ଖୁସି ହେବେ |ଯଦି ସବୁ ବ୍ୟକ୍ତିମାନେ ଏହିପରି ହୁଅନ୍ତି ତେବେ ଆମ ଦେଶରେ ଅନ୍ୟାୟ ଅତ୍ୟାଚାର ବହୁତ ମାତ୍ରାରେ କମି ଯାଇଥାନ୍ତା |ଜଣେ ଲେଡି IPS ସେ ତାଙ୍କର ପୋଲିସ ଡିପାର୍ଟମେଣ୍ଟରେ କିପରି କାମକୁ ଇମ୍ପୋଟାଣ୍ଟସ ଦିଉଛନ୍ତି ଏବଂ କଉଁ ପୋଲିସ ଅଫିସର ମାନେ ଡିଉଟିରେ ରହି ଠକୁଛନ୍ତି ସେ ବିଷୟରେ ସେ କଡା ନଜର ରଖିଛନ୍ତି |ଯଦି କେହି ପୋଲିସ ଅଫିସର କାର୍ଯ୍ୟରେ ଢିଲା କରେ ତେବେ ସେ ସଙ୍ଗେ ସଙ୍ଗେ ଚାକିରିରୁ ବାହାର କରି ଦେଉଛନ୍ତି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |

ଜଣେ କର୍ମ ତତ୍ପର ପୋଲିସ ଅଫିସରଙ୍କ ପରି କିଛି ବ୍ୟକ୍ତି ଏହି ଓଡିଶା ରୁହନ୍ତି ତେବେ ଅନ୍ୟାୟ ଅତ୍ୟାଚାର କମିଯିବା ସହିତ ଲୋକମାନେ ଆଉ ଏମିତି ଗୁଣ୍ଡା ଗର୍ଦି କରନ୍ତେ ନାହିଁ |ଜଣେ ଲେଡି IPS ସେ ପ୍ରତ୍ୟେକ ଦିନ ନିଜର ବେଶ ବଦଳାଇ ସାଧାରଣ ଲୋକଙ୍କ ପରି ବୁଲୁଛନ୍ତି ଏବଂ ବିଭିନ୍ନ ଥାନାକୁ ଫୋନ କରି ପ୍ରତ୍ୟେକ ପୋଲିସ ଅଫିସର ମାନଙ୍କୁ ଟେଷ୍ଟ କରିବାରେ ଲାଗିଛନ୍ତି |କଥାଟି ଆପଣଙ୍କୁ ଅଜବ ଲାଗିଲେ ମଧ୍ୟ ସତ ଅଟେ,ମୁହଁରେ ମାସ୍କ ଲଗାଇ ଆଖିରେ କଳା ଚଷମା ଲଗାଇ ବୁଲୁଛନ୍ତି |ଆପଣ ଯଦି ତାଙ୍କୁ ଦେଖନ୍ତି ତେବେ ଆପଣ ମଧ୍ୟ ଧକା ଖାଇଯିବେ, କାରଣ ସାଧାରଣ ବ୍ୟକ୍ତିଙ୍କ ପରି ସେ ରାସ୍ତାରେ ଏଣେ ତେଣେ ବୁଲୁଛନ୍ତି,କେହିବି ଜାଣି ପାରିବେନି ଯେ ସେ ଜଣେ IPS ଅଫିସର |କିନ୍ତୁ ଏହି ବୁଲିବା ପଛରେ ତାଙ୍କର ଏକ ବଡ଼ ରହସ୍ୟ ରହିଛି |

ଏହି ଲେଡି ଅଫିସର ପ୍ରତ୍ୟେକ ଦିନ ସକାଳ ବେଶ ବଦଳାଇ ବାହାରି ଯାଆନ୍ତି ଓ ବିଭିନ୍ନ ଥାନାକୁ ଫୋନ କରି ପୋଲିସ କର୍ମୀଙ୍କ କର୍ମ ତତ୍ପରତା ପରଖନ୍ତି |ଯିଏ ତାଙ୍କ ଫୋନ ପାଇ ଘଟଣା ସ୍ଥଳରେ ପହଂଚି ଯାଏ ତ ଭଲ ମାତ୍ର ଯେ ପହଞ୍ଚନ୍ତି ନାହିଁ ତେବେ ତାଙ୍କର ଶନି ଯଶା, ଅର୍ଥାତ ଫୋନ ଶୁଣି ରେସ୍ପନ ନକଲେ ଚାକିରିରୁ ତଡା ଖାଇବା ସୁନିଶ୍ଚିତ |ଗୁରୁବାର ଦିନ କାକର ମୁଖ୍ୟାଳୟ ନିକଟ ପ୍ଲାଷ୍ଟିକ ସିଟି ନିକଟରୁ ସେ ଲୁଟ ହୋଇଥିବା କଥା କହି ସେ ଥାନାକୁ ଫୋନ କରିଥିଲେ |ବାଇକରେ ଯାଉଥିବା ସମୟରେ ତାଙ୍କ ଟଙ୍କା ସୁନାଗହଣା କେହି ଜଣେ ଲୁଟ କରି ନେଇଛି ବୋଲି ସେ ଅଭିଯୋଗ କରିଥିଲେ |

ଏହି ଖବର ପାଇ ତୁରନ୍ତ ପୋଲିସ ଅଧିକାରୀ ଦଳବଳ ଧରି ଘଟଣା ସ୍ଥଳରେ ପହଂଚି ଥିଲେ,ଗୋଟିଏ ଫୋନ କଲରେ ଘଟଣା ସ୍ଥଳରେ ପୋଲିସ ପହଂଚି ଯିବା ଦେଖି ଖୁସି ହୋଇଯାଇଥିଲେ IPS ମାଡାମ |ହେଲେ ଏସବୁ ଭିତରେ ପୋଲିସ ଅଧିକାରୀ IPS ମାଡାମଙ୍କୁ ଜାଣିପାରନ୍ତି ନାହିଁ ତେଣୁ IPS ମାଡାମ ନିଜର ପରିଚୟ ଦିଅନ୍ତି |ବର୍ତମାନ ଏମିତି ଜଣେ IPS ମାଡାମଙ୍କ ଭିଡିଓ ଅରିଅର ଏସପି ଚାରୁ ନିଗମ କିଛି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି |IPS ମାଡାମଙ୍କ ଏହି କାର୍ଯ୍ୟ ମଧ୍ୟ ବେଶ ମନଛୁଆଁ, ତାଙ୍କର ଏହି ରେସ୍ପନସିବିଲିଟି ଦେଖି ତାଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment