ଧଳା ଓଢଣୀ ତଳେ ଆଜି ବହୁତ କାନ୍ଦିଲେ ବିଦ୍ୟାଭାରତୀ, କହିଲେ – ”ସୌମ୍ୟ ମୋର ଭୁଲ ହୋଇଗଲା”…ଦେଖନ୍ତୁ ଭିଡ଼ିଓ

0

ସମ୍ୟଙ୍କ କଥା ମନେ ପକାଇ କାନ୍ଦିଲେ ଏବଂ ପାଣି ପିଇଲେ , ପ୍ରଶ୍ନର ଉତ୍ତର ରଖିଲେ । ମୁହଁ ଘୋଡେଇ ଯାଇଥିଲେ , ମୁହଁ ପୋତି ଫେରିଲେ , ସରିଛି ଏସସିଓ ସମ୍ୟରଞ୍ଜନଙ୍କ ବିଧବା ପତ୍ନୀ । ବିଦ୍ୟାଭାରତୀଙ୍କ ଲାଇଭ ଡିଟେନସନ ଟେଷ୍ଟ , ପାଳରାଳାଖେମୁଣ୍ଡି ଏସସିଓ ସମ୍ୟରଞ୍ଜନ ଙ୍କ ମୃତ୍ୟୁ ମାମଲାରେ ଆସିପାରେ ନୂଆ ଟୁଇଷ୍ଟ । ଲାଇଭ ଡିଡେକସନ ଟେଷ୍ଟ ଶେଷ ହେବା ପରେ ଆଶାର ଆଲୋକ ମିଳିପାରେ କ୍ରାଇମବ୍ରାଞ୍ଚକୁ । ପୂର୍ବରୁ ଡିଏଫୋ ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଇଭ ଡିଟେକସନ ସରିଥିଲା ଏବଂ ଏସଏସ ଏସଏଲ ରେ । ଷ୍ଟେଫ ଫରେନ୍ସି ସାଇନ୍ସ ଲେବ୍ରଟୋରୀ ଆଜି ୱେଲକମ କରିଥିଲା ବିଦ୍ୟାଭାରତୀ ପଣ୍ଡାକୁ ।

ଆଉ ଏହା ସହିତ 4 ଘଣ୍ଟାରେ 400 ପ୍ରଶ୍ନ ମିଶେଇ ପଚାରା ଯାଇଥିଲା , ଛୋଟ ବଡ ସବୁକିଛି ଗୁଡେଇ ତୋଡେଇ ପ୍ରଶ୍ନ ପଚାରିଥିଲା କ୍ରାଇମବ୍ରାଞ୍ଚ । ପାଣି ଗ୍ଲାସ ଜଗ୍ ସହିତ ଥୁଆ ହୋଇଥିଲା , କପ୍ତିପଦାର ଇନକ୍ୱାରୀ ବେଳେ ପାଣି ପିଇ ଦେଇଥିଲେ ବିଦ୍ୟାବାରତୀ ପଣ୍ଡା । ତେବେ ଆଗରୁ ହିଁ ପ୍ରସ୍ତୁତ ଥିଲା କ୍ରାଇମବ୍ରାଞ୍ଚ , ବିଶେଷ କରି ଘଟଣା ଦିନ କଣ ଘଟିଥିଲା ସେ ନେଇ 161 ରେ ରେକର୍ଡ ହୋଇଥିବା ବୟାନ ସତ ନା ମିଛ ଜାଣିବାକୁ ପ୍ରୟାସ କରିଥିଲା କ୍ରାଇମବ୍ରାଞ୍ଚ । ମିଳିଥିବା ସୂଚନା ଅନୁଯାୟୀ ସମ୍ୟରଞ୍ଜନଙ୍କ ବାବଦରେ ପଚାରିବାରୁ ବିଦ୍ୟାଭାରତୀ ଭାବବିହ୍ୱଳ ହୋଇଥିଲେ ।

ଆଖି ଓଦା ହୋଇଯାଇଥିଲା , ଜକେଇ ଆସିଥିଲା ଲୁହ ଆଖିରେ , ଆଉ ଘଟଣା ବେଳର ସବୁକଥା କହିବା ବେଳେ କଇଁକଇଁ ହୋଇ କାନ୍ଦି ପକାଇଥିଲେ । 4 ଘଣ୍ଟାର ବିଦ୍ୟାଭାରତୀଙ୍କ ଲାଇଭ ଡିଟେକସନ ଟେଷ୍ଟ ପରେ ନୂଆ ତଥ୍ୟ ମିଳିଥିବ ବୋଲି ଯାହା ଆଶା କରାଯାଇ ପାରେ । ଅନ୍ୟପଟେ ସମ୍ୟଙ୍କ ମା ଏବଂ ସମ୍ୟଙ୍କ ଭାଇ ଖୁସୀ ନାହାନ୍ତି ବିଦ୍ୟାଭାରତୀଙ୍କ ଲାଇଭ ଡିଟେକସନ୍ ଟେଷ୍ଟରେ । ତେବେ ଏହାପରେ ପ୍ରତି ବ୍ୟକ୍ତିର ଷ୍ଟେଟମେଣ୍ଟକୁ ଆଉ ଏକ ବ୍ୟକ୍ତିର ଷ୍ଟେଟମେଣ୍ଟ ସହିତ ମିଶେଇବ କ୍ରାଇମବ୍ରାଞ୍ଚ । ଏହା ସହିତ କିଛି ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆସିପାରେ ।

ତେବେ ପ୍ରଶ୍ନ ଉଠୁଛି ଛୋଟ ବଡ ଅନେକ ସାରା ପ୍ରଶ୍ନ ପଚାରାଯାଇଛି ବିଦ୍ୟାଭାରତୀଙ୍କୁ , ସେଥିରେ ବିଦ୍ୟାଭାରତୀ କେତେ ମାର୍କ ରଖିଛନ୍ତି ଏହି ଲାଇଭ୍ ଡିଟେକସନ୍ ଟେଷ୍ଟ ରେ । ଏହାର ରେଜଲ୍ଟ କେବେ କ୍ରାଇମବ୍ରାଞ୍ଚ କହିବ ଜନସାଧାରଣଙ୍କୁ ଏବଂ କେବେ ସମ୍ୟଙ୍କ ମୃତ୍ୟୁର ରହସ୍ୟରୁ ପରଦା ଉଠି ପାରିବ । ସମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଲାଇଭ ଡିଟେକସନ ଟେଷ୍ଟ ଗୋଟିଏ ମାଇଲ ଖୁଣ୍ଟ ପ୍ରମାଣିତ ହୋଇପାରେ । ତେବେ ଏହାର ରେଜଲ୍ଟ କେବେ ସାମ୍ନାକୁ ଆସୁଛି କେବେ କ୍ରାଇମବ୍ରାଞ୍ଚର ମୁଖ୍ୟ ଏନେଇ ବିସ୍ଫୋରକ ଖୋଲାସା କରୁଛନ୍ତି । ସମ୍ୟଙ୍କ ମୃତ୍ୟୁରେ ତାଙ୍କ ସ୍ତ୍ରୀଙ୍କ ଷ୍ଟେଟମେଣ୍ଟ କେତେ ସତ କେତେ ମିଛ ଅଛି ଏହି ସବୁ ମେସିନର ରେଜଲ୍ଟ ହିଁ କହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।