Sadhu Bani – ଧନତେରସ ଦିନ ଘରକୁ କେଉଁ ଜିନିଷ ଆଣିଲେ ଶୁଭ ଏବଂ କେଉଁ ଜିନିଷ ଆଣିଲେ ଅଶୁଭ ହୋଇଥାଏ, ନିଶ୍ଚୟ ଜାଣି ରଖନ୍ତୁ ନଚେତ ଘଟିପାରେ ଅଘଟଣ

0

୨୦୨୧ ମସିହା ନଭେମ୍ବର ୩ ତାରିଖରେ ଧନତେରଶ ପର୍ବ ପଡୁଅଛି। ଦୀପାବଳି ଦିନ ଘରକୁ ଖୁସି ଆଣିବା ପାଇଁ ଲକ୍ଷ୍ମୀ ପୂଜା କରା ଯାଇଥାଏ। ଦୀପାବଳୀର ଦୁଇ ଦିନ ପୂର୍ବରୁ ଧନତେରଶ ପଡିଥାଏ। ସେହି ଦିନ ଠାରୁ ହିଁ ଦୀପାବଳି ଆରମ୍ଭ ହୋଇଥାଏ। କୁହା ଯାଇଥାଏ ଯେ, ଧନତେରଶ ଦିନ କିଛି ଜିନିଷ କିଣିଲେ ଶୁଭ ହୋଇଥାଏ। ଦୀପାବଳିର ସବୁ ଜିନିଷ ମଧ୍ୟ ସେହି ଦିନ କିଣା ଯାଇଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବା ପାଇଁ ଯାଉଛୁ ଯେ, ଯାହାକୁ ସେହି ଦିନ କିଣିଲେ ଆପଣଙ୍କ ଘରକୁ ସୁଖ ଶାନ୍ତି ଆସିବା ସହିତ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଘର ଉପରେ ରହିବ। ତେବେ ଆସନ୍ତୁ ଜାଣିବା ଧନତେରଶ ଦିନ କେଉଁ ଜିନିଷ କିଣିବ ଉଚିତ ନୁହେଁ ଓ ଆଉ ଜିନିଷ କିଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ।

(୧) ପିତଳ ପାତ୍ର :- ଧନତେରଶ ଦିନ ପିତଳ ପାତ୍ର କିଣିବା ଅତ୍ୟନ୍ତ ଭାବରେ ଶୁଭ ହୋଇଥାଏ।

(୨) ଲୁଣ :- ଧନତେରଶ ଦିନ ଯଦି ଘରକୁ ଏକ ଲୁଣ ପ୍ୟାକେଟ ଆଣିବେ, ତା’ହେଲେ ଧନରେ ଘର ପୁରି ଉଠିବ। କାରଣ ଲୁଣର ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଥାଏ।

(୩) ହଳଦୀ :- ଧନତେରଶ ଦିନ ଯଦି ଖଣ୍ଡେ ହଳଦୀ ଘରକୁ ଆଣିବେ, ତା’ହେଲେ ବହୁତ ଶୁଭ ହୋଇଥାଏ। ଏଥି ସହିତ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହୋଇଯିବ।

(୪) ଧଣିଆ :- ଧନତେରଶ ଦିନ ଧଣିଆ ମଞ୍ଜି କିଣି, ଏହାକୁ ଦୀପାବଳି ଦିନ ରୋପଣ କରିଲେ ଧନ ହାନି ହୋଇ ନଥାଏ।

(୫) ଗୋମତି ଚକ୍ର :- ଧନତେରଶ ଦିନ ଯଦି ଗୋମତୀ ଚକ୍ର ଘରକୁ ଆଣିବେ, ତା’ହେଲେ ଧନ ଧାନ୍ୟରେ ବୃଦ୍ଧି ହୋଇଥା

(୬) ଶ୍ରୀ ଯନ୍ତ୍ର ବା କୁବେର ଯନ୍ତ୍ର :- ଧନତେରଶ ଦିନ ଯଦି ଏହି ଯନ୍ତ୍ର ଘରକୁ ଆଣି ନିଜର ଧନ ରଖିବା ସ୍ଥାନରେ ରଖିବେ,ତା’ହେଲେ ଧନରେ ବୃଦ୍ଧି ହୋଇଥାଏ।

(୭) ରୂପାରେ ତିଆରି ଠାକୁର :- ଧନତେରଶ ଦିନ ଯଦି ରୂପାରେ ତିଆରି ହୋଇଥିବା ମା’ ଲକ୍ଷ୍ମୀ ବା ଗଣେଶଙ୍କ ମୂର୍ତ୍ତି ଆଣି ଘରେ ସ୍ଥାପନ କରନ୍ତୁ, ଏହା କରିବା ଦ୍ୱାରା ଧନର କେବେ ହେଲେ ଅଭାବ ଦେଖା ଯାଇ ନଥାଏ ଆଉ ଘରେ ଶୁଭ ହୋଇଥାଏ।

(୮) ଚରଣ ପାଦୁକା :- ଧନତେରଶ ବା ଦୀପାବଳି ଦିନ ରୂପାର ମା’ ଲକ୍ଷ୍ମୀଙ୍କର ଚରଣ ପାଦୁକାକୁ ସ୍ଥାପିତ କରିଲେ ଏବଂ ପ୍ରତିଦିନ ତାହାର ପୂଜା କରନ୍ତୁ। ଏଭଳି କରିଲେ ମା’ ଲକ୍ଷ୍ମୀଙ୍କ କୃପା ହୋଇଥାଏ।

(୯) କଉଡ଼ି :- ଧନତେରଶ ବା ଦୀପାବଳି ଦିନ କଉଡିକୁ ପୂଜା ଘରେ ବା ସିନ୍ଦୁକରେ ସ୍ଥାପିତ କରିଦେବେ, ଘର ଧନ ଧାନ୍ୟରେ ଭରି ଯିବ।

(୧୦) ମୋତି ଶଙ୍ଖ :-ଧନତେରଶ ଦିନ ଏହାକୁ ପୂଜା ଘରେ ସ୍ଥାପିତ କରିବେ, ତା’ହେଲେ ସବୁ ମନସ୍କାମନା ପୂରଣ ହୋଇଥାଏ।

ଆସନ୍ତୁ କେଉଁ ଜିନିଷ କିଣିବ ଉଚିତ ନୁହେଁ।

(୧) କାଚ ଜିନିଷ :- ଧନତେରଶ ଦିନ କାଚର ଜିନିଷ କିଣିବା ଉଚିତ ନୁହେଁ, କାରଣ ଏହାର ସମ୍ବନ୍ଧ ରାହୁ ସହିତ ହୋଇଥାଏ।

(୨) ଧାରୁଆ ଜିନିଷ :- ଧନତେରଶ ଦିନ ଧାରୁଆ ଜିନିଷ କିଣନ୍ତୁ ନାହିଁ, ଏହା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।