ଆଜି ଆମେ ଜାଣିବା ଇଂରାଜୀ ମାସ ନବବର୍ଷ ୨୦୨୩ ମସିହା ଧନୁ ରାଶି ରୁ ମୀନ ରାଶିର ଥିବା ବ୍ୟକ୍ତି ବିଶେଷଙ୍କ ଉପରେ କି ପ୍ରଭାବ ପକାଇବ। ତେବେ ଆସନ୍ତୁ ଜାଣିନେବା ଧନୁ ରାଶି ରୁ ମୀନ ରାଶିର ଥିବା ବ୍ୟକ୍ତି ବିଶେଷଙ୍କ ବାର୍ଷିକ ରାଶିଫଳ ବାବଦରେ।
ଧନୁରାଶି:-

ଧନୁ ରାଶିର ବ୍ୟକ୍ତି ବିଶେଷ ବିଗତ ଦିନ ଗୁଡିକରେ ବହୁ କଷ୍ଟରେ ଦିନ କାଟି ଆସୁଥିଲେ। କିନ୍ତୁ ନବ ବର୍ଷ ଜାନୁଆରୀ ୧୭ ତାରିଖ ପରେ ଆପଣଙ୍କ ଦିନ ଖୁବ୍ ଭଲରେ କଟିବା ପାଇଁ ଯାଉଛି। ଏହି ନବବର୍ଷ ଆପଣଙ୍କ ପାଇଁ ବରଦାନ ହେବ। ଅତ୍ୟନ୍ତ ଶୁଭ ଫଳ ଆପଣଙ୍କୁ ପ୍ରାପ୍ତ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣ ମାଲାମାଲ ହେବା ପାଇଁ ଯାଉଛନ୍ତି। ଆପଣ ଯେତିକି ପରିଶ୍ରମ କରିବେ ତା ଠାରୁ ଅଧିକ ବହୁତ୍ କିଛି ପ୍ରାପ୍ତ ହେବ। ଆପଣଙ୍କ ସମୟ ଖୁବ୍ ଭଲ ରହିଛି। ତେବେ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ।
ମକର ରାଶି:-

ମକର ରାଶିରେ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଖୁବ୍ ଭଲ ରହିଛି। ଆପଣ ପରିଶ୍ରମ ଅନୁଯାୟୀ ତିନି ଗୁଣା ଫଳ ପାଇବେ। ତେବେ ଆପଣ ଯଦି ଟଙ୍କା ନିବେଶ କରୁଛନ୍ତି ତ ଠିକ୍ ଜାଗାରେ ଭାବି ଚିନ୍ତି ଟଙ୍କା ନିବେଶ କରାନ୍ତୁ ଏହା ଆପଣଙ୍କ ପାଇଁ ଭଲ ରହିବ। ନିଜ ମନର କଥା ମନ ଭିତରେ ନ ରଖି ଅନ୍ୟ ମାନଙ୍କ ସହିତ ସେୟାର କରନ୍ତୁ ଏବଂ ଉଚିତ୍ ମିତ୍ର ସହିତ ଆପଣଙ୍କ କଥା ସେୟାର କରିବେ।
କୁମ୍ଭ ରାଶି:-

କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ନବବର୍ଷ ଶୁଭ ରହିବ। ମୋଟାମୋଟି ଭାବେ ଦେଖିବାକୁ ଗଲେ ଆପଣଙ୍କର ୭୦ ପ୍ରତିଶତ ଭଲ ରହିବ ଆଉ ୩୦ ପ୍ରତିଶତ ଛୋଟ ବଡ ସମସ୍ୟା ଦେଖା ଯାଇ ପାରେ। ଯଦି ଆପଣ କିଛି ନୂଆ କାମ କରିବା ପାଇଁ ଚାହୁଁ ଛନ୍ତି ଯେମିତିକି ଗୃହ ନିର୍ମାଣ, ଗୃହ ପ୍ରତିଷ୍ଠା ,ଗୃହ ପ୍ରବେଶ, ଜମି କ୍ରୟ ,ଭୂମି କ୍ରୟ , ବିବାହ , ବ୍ରତଘର ଏବଂ ପରିବାରର କିଛି ମାଙ୍ଗଳିକ କାର୍ଯ୍ୟକ୍ରମ ଇତ୍ୟାଦି ତାହାଲେ ୨୨ ଏପ୍ରିଲ ପରେ ସୁନିଶ୍ଚିତ ପ୍ରାପ୍ତି କରିବେ। ଏପରି କି ନୂତନ କର୍ମ ମଧ୍ୟ ୨୨ ଏପ୍ରିଲ ପରେ ଆପଣ କରି ପାରନ୍ତି। ତେଣୁ ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।
ମୀନ ରାଶି:-

ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପୂର୍ବରୁ ଶାରିରୀକ ସମସ୍ୟା ରହି ଥିଲା ତେବେ ନବ ବର୍ଷରେ ଆପଣ ଆପଣଙ୍କର ରହିଥିବା ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ରକ୍ଷା ପାଇ ପାରିବେ। ପୂର୍ବରୁ ମାନସିକ ଅସ୍ଥିରତା ରହିଥିଲା ତାହା ମଧ୍ୟ ଦୂରେଇ ଯିବ।୨୨ ଏପ୍ରିଲ ଠାରୁ ୨୦୨୩ ସରିବା ପର୍ଯ୍ୟନ୍ତ ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ଥିତି ଖୁବ୍ ମଜବୁତ୍ ରହିବ। କିଛି ଅସୁବିଧା ନାହିଁ କି କିଛି ସମସ୍ୟା ମଧ୍ୟ ଦେଖାଯିବ ନାହିଁ। ତେବେ ଆପଣ ନିଜେ ଜଗି ରଖି ଚାଲନ୍ତୁ। ଆଉ ନିଜ ଉପରେ ଧ୍ୟାନ ଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।