ଧାର ଟଙ୍କା ଫେରସ୍ତ କରିନପାରିବାରୁ ମହିଳାଙ୍କ ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ…ଦେଖନ୍ତୁ ଭାଇରାଲ ଭିଡ଼ିଓ

0

ଏବେ ସାମ୍ନାକୁ ଆସିଛି ଏକ ଅପ୍ରୀତିକର ଘଟଣା ର ସ୍ପଷ୍ଟ ଚିତ୍ର। ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ଅବାକ୍।ଯୁଗ ଯେତେ ଆଗେଇଲେ ବି କଣ ହେବ, ଏବେବି ଲୋକଙ୍କ ମାନସିକତା ରେ ପରିବର୍ତ୍ତନ ଆସିନାହିଁ। ଲୋକେ କିଛି କଥା ପାଇଁ, କିଛି ହାସଲ୍ କରିବା ପାଇଁ କିଛି ବି କରିବାକୁ ପଛାଉ ନାହାଁନ୍ତି।ଆଜିର ଦୁନିଆ ର ଲୋକ ମାନଙ୍କର ଆଚାର ବ୍ୟବହାର ଅନେକ ମାତ୍ରାରେ ପରିବର୍ତ୍ତନ ହେବାରେ ଲାଗିଛି। ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ସମାଜର କିଛି ଲୋକ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ଖରାପ୍ ବ୍ୟକ୍ତିଗତ ରୁଚି, ସ୍ଵଭାବ ଏବଂ ମନ୍ଦ ଉଦ୍ଦେଶ୍ୟ ରଖି କରୁଥିବା କାର୍ଯ୍ୟ କଲାପ ଦ୍ଵାରା ଅନ୍ୟ ମାନେ ଏଥିରେ ଅନେକ ମାତ୍ରାରେ ପ୍ରଭାବିତ ହେଉଛନ୍ତି।

ଆଉ ଏହାର କୁପ୍ରଭାବ ମଧ୍ଯ ସମାଜ ଉପରେ ଅନେକ ମାତ୍ରାରେ ପଡୁଛି। ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ ପରେ ଅନୁତାପ ବା ଦୁଃଖ ବ୍ୟକ୍ତ କରୁଛନ୍ତି। ହଁ ଆଜ୍ଞା, ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ ଏହା କେଉଁ ପ୍ରକାର ଅଗ୍ରହଣୀୟ କାର୍ଯ୍ୟ କଲାପ ଆମ ସଭ୍ୟ ଶିକ୍ଷିତ ସମାଜର। ବିଜ୍ଞାନ ଯେତେ ଆଗେଇଲେ ବି କିଛି ଲୋକ ଏଭଳି ଅନ୍ଧବିଶ୍ୱାସ ଏବଂ ମନ୍ଦ ପ୍ରବୃତ୍ତି ରଖି ଏବେବି କାମ କରୁଛନ୍ତି।ଆଉ ଏଭଳି ଘଟଣା ଅନେକାଂଶରେ ଲୋକ ଲୋଚନକୁ ମଧ୍ଯ ଆସୁଛି।

ଏବେ ନିକଟରେ ଏକ ଘଟଣା ସୋସିଆଲ ମିଡିଆରେ ପ୍ରବଳ ମାତ୍ରାରେ ପ୍ରସାରିତ ହେଉଛି ଏବଂ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁଥିରେ ଦେଖିବାକୁ ମିଳିଛି ଏକ ଅପ୍ରୀତିକର ଘଟଣା।ଏହି ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ହେଲତଳ ହାଡିସାହି ଅଞ୍ଚଳର ଦୃଶ୍ୟ ବୋଲି ଜଣା ପଡିଛି। ଏଠାରେ ଲୋନ୍‌ ଟଙ୍କା ପାଇଁ ବସିଛି କଙ୍ଗାରୁ କୋର୍ଟ। ଜଣେ ମହିଳା ଲୋନ ନେଇ ଫେରସ୍ତ କରି ପାରି ନଥିବାରୁ ଏଠାରେ ମହିଳାଙ୍କ ଚୁଟି କାଟି, ମୁହଁରେ କାଳି ବୋଳି ଦିଆ ଯାଇଛି। ତେବେ ମିଳିଥିବା ସୂଚନା ଅନୁସାରେ ଏହି ମହିଲା ଜଣକ ଲୋନ କରାଇ ଦେବାକୁ କହି କିଛି ଲୋକଙ୍କ ଠାରୁ ଟଙ୍କା ନେଇଥିଲେ।

କିନ୍ତୁ ଏହା ହୋଇନଥିଲା ଏବଂ ପରବର୍ତ୍ତୀ ସମୟରେ ଲୋନ କରାଇ ନଦେବାରୁ ଲୋକଙ୍କ ଆକ୍ରୋଶର ଶୀକାର ହୋଇଥିଲେ ଏହି ମହିଳା। ଫଳରେ ଲୋକେ ଉତ୍ୟକ୍ତ ହୋଇ ରାସ୍ତା ମଝିରେ ମହିଳାଙ୍କୁ ଲଣ୍ଡା କରିବା ସହ ତାଙ୍କ ମୁହଁରେ କଳା ବୋଳି ଦେଇଥିବା ଦେଖିବାକୁ ମିଳିଛି।ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଅନ୍ୟପଟେ ଏଭଳି ଏକ ଅଭାବନୀୟ କାର୍ଯ୍ୟକୁ ଅନେକ ଦୃଢ଼ ଭାଷାରେ ନିନ୍ଦା କରିବା ସହ ପ୍ରତିକ୍ରିୟା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।