ଧିକ ତୋ ପୁଅ ପଣିଆ ! ଧର୍ମ ବଦଳାଇଲା ପରେ ଛୁଆଁଲାନି ମା’ର ଶବ, ପୁରା ଘଟଣା ଜାଣିଲେ ଆଖିରୁ ଲୁହ ଆସିଯିବ…

0

ପୁଅ ପାଇଁ ପର ହୋଇଗଲା ମାଆ। ମାଆ ର ସ୍ନେହକୁ ଭୁଲିଗଲା ଅନ୍ୟ ଧର୍ମକୁ ଯାଇଥିବା ପୁଅ। ପୁଅ ପାଇଁ ବଦଳି ଗଲା ମାର ସ୍ନେହ ମମତାର ପରିଭାଷା। ଜହ୍ନ ମାମୁଁ କୁ ଦେଖାଇ ପୁଅକୁ କ୍ଷୀର ଭାତ ଖୁଆଉ ଥିବା ମାଆ କୁ ଶେଷ ସମୟରେ ଟିକେ ଦେଖିବାକୁ ବି ଆସିଲା ନାହିଁ। ଧର୍ମ ପରିବର୍ତନ କରି ଥିବାରୁ ମାଆ ର ମୃତ୍ୟୁ ପରେ ମୁଖାଗ୍ନି ଦେବାକୁ ମନା କରିଦେଲା ପୁଅ। ମଧ୍ୟପ୍ରଦେଶ ର ଗ୍ୱାଲିଆର୍ ରୁ ଏଭଳି ଏକ ଦୁଃଖଦ ଖବର ଆସିଛି। ଯାହା ଶୁଣିଲେ ଦୁଃଖରେ କୋହରେ ନିଜକୁ ସମ୍ଭାଳି ହେବ ନାହିଁ। ଏପରି ଏକ ପୁଅକୁ ଜନ୍ମ ଦେଇ ମାଆ କେବେ ବି ଆଶା କରି ନଥିବ ଯେ ଦିନେ ତା ମୁହଁରେ ନିଆଁ ଦେବାକୁ ତା ପୁଅ ପଛ ଘୁଞ୍ଚା ଦେବ।

ଦୁଇଦିନ ତଳେ ମାଆ ସରୋଜ ଦେବୀ ଙ୍କ ଦେହାନ୍ତ ହୋଇଥିଲା। ଆଉ ପୁଅ ମୁଖାଗ୍ନୀ ଦେବାକୁ ମନା କରିବା ପରେ ୧୧ ଶହ କିଲୋ ମିଟର ଦୂରରୁ ନାତୁଣୀ ଅର୍ଥାତ୍ ଝିଅର ଝିଅ ଆସି ତାଙ୍କର ଅନ୍ତିମ ସତ୍କାର କରିବା ସହ ସମସ୍ତ ରୀତି ନୀତି କୁ ସମ୍ପନ୍ନ କରିଛି। ଧର୍ମ ବଡ଼ ନା ମାଆ ବଡ଼, ଭଗବାନ ବଡ଼ ନା ମାଆ ବଡ଼। କୁହା ଯାଇଥାଏ ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି’। ମାଆ ସବୁଠାରୁ ଉର୍ଦ୍ଧ୍ବରେ।କ୍ଷୀର ଖୁଆଇବା ବେଳେ କେବେ କେହି ସନ୍ତାନ କୁ ପାତର ଅନ୍ତର କରିନି ମାଆ। କିନ୍ତୁ ଆଜି ଧର୍ମ ଆଗରେ ମାଆ ହୋଇଗଲା ପର। ସରୋଜ ଦେବୀ ଙ୍କ ପୁଅ ପ୍ରତାପ ସିଂ।

ଧର୍ମ ପରିବର୍ତନ କରି ପ୍ରତାପ ସିଂ ରୁ ଡେଭିଡ ବନି ଯାଇଥିଲେ ପ୍ରତାପ। ଜୁନ ଦୁଇରେ ମୃତ୍ୟୁ ବରଣ କରିଥିଲେ ମାଆ ସରୋଜ ଦେବୀ। ମାଆ ର ମୃତ୍ୟୁ ପରେ ମାଆ ର ଶବକୁ କବର ଦେବାକୁ ଚାହୁଁଥିଲେ ଡେଭିଡ। କିନ୍ତୁ ଏହାକୁ ବିରୋଧ କରିଥିଲେ ସରୋଜ ଦେବୀଙ୍କ ନାତୁଣୀ ଶ୍ୱେତା। ଅନ୍ୟ ପଟେ ଡେଭିଡ ହିନ୍ଦୁ ରୀତି ନୀତି ଅନୁସାରେ ମାଆ ର ଶେଷ କୃତ୍ୟ କରିବା ପାଇଁ ରାଜି ହୋଇ ନଥିଲେ। ଫଳରେ ୧୧ ଶହ କିଲୋ ମିଟର ଦୂର ଝାଡ଼ଖଣ୍ଡ ରୁ ଆସି ନିଜ ଆଈ ର ଅନ୍ତିମ ସତ୍କାର କରିଥିଲେ ନାତୁଣୀ ଶ୍ୱେତା। ନିଜର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଧର୍ମ ପରିବର୍ତନ କରି ନଥିଲେ ମାଆ ସରୋଜ ଦେବୀ।

ତେଣୁ ତାଙ୍କର ଶେଷ ସତ୍କାର ମଧ୍ୟ ସେହି ହିନ୍ଦୁ ଧର୍ମର ରୀତି ନୀତି ଅନୁସାରେ ହେବ ବୋଲି କହିଥିଲେ ଶ୍ୱେତା। ଧର୍ମ ପରିବର୍ତ୍ତନ ପରେ ନିଜ ଆଈ ସହ କଥା କରାଇ ଦେଉ ନଥିଲେ ଡେଭିଡ, ଯାହାର ଅଭିଯୋଗ କରିଛନ୍ତି ନାତୁଣୀ ଶ୍ୱେତା। ବଞ୍ଚିଥିବା ବେଳେ ଆଈ ଙ୍କ ସହ କ୍ଵଚିତ କଥା ହେବାର ସୁଯୋଗ ପାଉଥିଲେ ଶ୍ୱେତା। ଏପରିକି କଥା ହେବା ସମୟରେ ମଧ୍ୟ ମୋବାଇଲ୍ ଛଡ଼ାଇ ନେଉଥିଲେ ଡେଭିଡ। ଏଭଳି ଅଭିଯୋଗ ଆସିବା ପରେ ପୋଲିସ ଏ ଘଟଣାର ଛାନ୍ ଭିନ୍ କରୁଛି। ତେବେ ଧର୍ମ ପରିବର୍ତନ କରିବାର କାରଣ କଣ ତାହା ଜଣା ପଡିନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।