ଦୀର୍ଘ 12 ଦିନ ପରେ ପୁଅ ଆରୟାନ ଖାନଙ୍କୁ ଦେଖିଲେ ମାଆ ଗୌରୀ, ଆଉ ତା’ପରେ ଏମିତି କିଛି କହିଲେ ଦେଖିଲେ କାନ୍ଦି ପକାଇବେ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲି ଦୁନିଆରେ ବହୁ ଅପରାଧିକ କାର୍ଯ୍ୟ ବଢି ବଢି ଚାଲିଛି। ବିଶେଷ କରି ବଡ଼ ବଡ଼ ସମ୍ଭ୍ରାନ୍ତ ଲୋକ ମାନଙ୍କ ନିକଟରେ ନିଶା ଦ୍ରବ୍ୟ ଭଳି ଜିନିଷ ଦେଖିବା ପାଇଁ ମିଳୁଛି। ବେଳେ ବେଳେ ସେଲିବ୍ରେଟି ମାନେ ମଧ୍ୟ ଏଥିରେ ସାମିଲ ରହି ଥାଆନ୍ତି। ଯେତେ ବଡ଼ ବ୍ୟକ୍ତି ହୋଇ ଥାଉ ନା କାହିଁକି ଆଇନ ଆଗରେ ସମସ୍ତେ ସମାନ ଅଟନ୍ତି। ଯେଉଁ ମାନେ ଯେମିତି କାର୍ଯ୍ୟ କରିବେ ସେମିତି ତାଙ୍କ କୁକର୍ମର ଫଳ ନିଶ୍ଚିନ୍ତ ଭାବରେ ଭୋଗିବାକୁ ପଡ଼ିବ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ବଡ଼ ଖବର ସମ୍ନାକୁ ଆସିଛି ଯେ, ଆରିୟାନ ଖାଁ ଗିରଫ ହେବାର ୧୨ ଦିନ ପରେ ସେ ତାଙ୍କ ପରିବାର ଲୋକ ମାନଙ୍କୁ ଦେଖିଲେ। ତେବେ ଆସନ୍ତୁ ସେ ତାଙ୍କ ପରିବାର ଲୋକ ମାନଙ୍କୁ ଦେଖିବା ପରେ ପରିସ୍ଥିତି କେଉଁ ଭଳି ରହିଥିଲା ଜାଣିବା;

ସୂଚନା ଅନୁସାରେ, ଆପଣ ମାନେ ଜାଣିଥିବେ ବଲ୍ଲୀଉଡ଼ ଅଭିନେତାଙ୍କ ଶାହରୁକ ଖାଁ ଙ୍କ ପୁଅ ଆରିୟାନ ଖାଁ ଡ୍ରଗ୍ସ ମାମଲାରେ ବର୍ତ୍ତମାନ ସେ ମୁମ୍ବାଇର ଆର୍ଥରୋଡ଼ ଜେଲରେ ରହୁଛନ୍ତି ଓ ତାଙ୍କର ବିଚାରଧୀନ ୯୫୬ କଏଦୀ ନମ୍ବର ରହିଛି। ଜେଲର ନିୟମ ଅନୁସାରେ କଏଦୀ ମାନେ ତାଙ୍କ ପରିବାର ଲୋକ ମାନଙ୍କ ସହିତ ବା ଓକିଲ ମାନଙ୍କ ସହ ମାସକୁ ମାତ୍ର ଥରେ କଥା ହୋଇ ପାରିବେ। ସେଥିପାଇଁ ଜେଲର କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକ ମାନଙ୍କ ସହିତ କଥା ହେବା ପାଇଁ ସୁଯୋଗ ଦେଇଥିଲେ। କରୋନା କଟକଣା ଯୋଗୁ ଭିଡ଼ିଓ କଲ ଦ୍ୱାରା କଥା ହେବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା।

ଆରିୟାନ ଖାଁ ଗିରଫ ହେବାର ୧୨ ଦିନ ପରେ ପ୍ରଥମ ଥର ପାଇଁ ତାଙ୍କ ବାପା ଓ ମାଆଙ୍କ ସହିତ ଭିଡ଼ିଓ କଲରେ ଦେଖିଥିଲେ ଓ କଥା ମଧ୍ୟ ହୋଇଥିଲେ। ଯେତେବେଳେ ସେ ତାଙ୍କ ମାଆଙ୍କୁ ଦେଖି ଦେଲେ ସେ ବହୁତ ଜୋରରେ କାନ୍ଦି ପକାଇ ଥିଲେ ଓ ତାଙ୍କ ମାଆ ପୁଅର କାନ୍ଦ ଦେଖି ଧର୍ଯ୍ୟ ହରା ହୋଇ ଯାଇଥିଲେ ଓ ତାଙ୍କ ବାପାଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସିଥିଲା। ସେ ମାତ୍ର ୧୦ ମିନିଟ ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ।

ସେ ବର୍ତ୍ତମାନ ଅର୍ଥରୋଡ଼ର କ୍ୱାରେନଣ୍ଟାଇନ ସେଲରୁ ଜେନରାଲ ସେଲରେ ରହୁଛନ୍ତି। ଜେଲର ନିୟମ ଅନୁସାରେ ତିନି ଦିନ ପୂର୍ବରୁ ତାଙ୍କ ପରିବାର ଲୋକ ମାନେ ତାଙ୍କ ଖାଇବା ବାବଦକୁ ଜେଲର କର୍ତ୍ତୃପକ୍ଷଙ୍କ ନିକଟକୁ ୪୫୦୦ ଟଙ୍କାର ମନିଅର୍ଡର କରିଥିଲେ। ସେହି ଜେଲ ଭିତରେ ହିଁ ସେ ଦଶହରା କଟାଇଛନ୍ତି। ତାଙ୍କ ବେଲ ପାଇଁ କୋର୍ଟରେ ଦୁଇ ଦିନ ଧରି ଧରି ଆବେଦନ ଶୁଣାଣି ଚାଲିଥିଲା କିନ୍ତୁ ଏହାକୁ ଏନିସିବି ବିରୋଧ କରିଥିଲେ। ଏଥି ସହିତ ଆସନ୍ତା ବୁଧବାର ପର୍ଯ୍ୟନ୍ତ ତାଙ୍କ ବେଲକୁ ଶୁଣାଣୀକୁ ଘୁଞ୍ଚାଇ ଦିଆ ଯାଇଛି। ସେଦିନ ତାଙ୍କୁ ବେଲ ମିଳିବ ନା ସେ ପୁଣି ଥରେ ଜେଲ ଯିବେ ଜଣାଯିବ।