ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ମୁଣ୍ଡରେ ଚନ୍ଦନ ଆଉ ଦେହରେ ପଞ୍ଜାବୀ ଆଉ ଅନୁଭବ ସାଜିଛନ୍ତି ବର ବେଶ୍। ବର ବେଶରେ କୁଆଡେ଼ ଅନୁଭବ ବିବାହ କରି ସାରିଛନ୍ତି। ଏମିତି ଏକ ଖବର ଏବେ ଚର୍ଚ୍ଚା ପରିସର ମଧ୍ୟକୁ ଆସିଛି। ଅନୁଭବ ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ବର୍ତ୍ତମାନ ସୁଦ୍ଧା କୋର୍ଟ ରେ ବିଚାରଧୀନ ହୋଇ ରହିଛି।
ଠିକ ଏତିକି ବେଳେ କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ହାତକୁ ଦି ହାତ ହୋଇଛନ୍ତି। ଯାହାର ଫୋଟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଆଉ ଏ ସମ୍ପର୍କରେ ଅନୁଭବ ମହାନ୍ତି କିଛି ବି ନିଜ ପକ୍ଷରୁ ପ୍ରତିକ୍ରିୟା ରଖି ନଥିବାର ସୂଚନା ମିଳିଛି କି ତାଙ୍କ ସହିତ ଏ ବାବଦରେ ଗଣ ମାଧ୍ୟମ କିଛି ଯୋଗ ଯୋଗ କରି ପାରି ନଥିବାର ଜଣା ପଡିଛି
ଭାଇରାଲ ଭିଡିଓ ମରେ ଦେଖିବାକୁ ମିଳୁଛି ଅନୁଭବ ମହାନ୍ତି ବର ବେଶରେ ଛିଡା ହେଇଛନ୍ତି ଆଉ ପାଖରେ ମଧ୍ୟ ନବବଧୂ ବେଶରେ ଛିଡା ହେଇଛନ୍ତି ତାଙ୍କର ଧର୍ମ ପତ୍ନୀ। ଆଉ ସେପଟେ ତାଙ୍କର କିଛି ପ୍ରଶଂସକ ମାନେ ମଧ୍ୟ ଫୋଟ ଉଠାଉ ଛନ୍ତି। ଆଉ ଅନ୍ୟ ଏକ ଦୃଶ୍ୟ ମଧ୍ୟ ଏହି ଭିଡିଓ ରେ ଦେଖିବା ପାଇଁ ମିଳିଛି କି ଅନୁଭବ ଭୋଜି ସରିବା ପରେ ବନ୍ଧୁ ବାନ୍ଧବ ମାନଙ୍କୁ ବିଦାୟ ଦେଉଛନ୍ତି। ଆଉ ତା ସହିତ ଷ୍ଟେଜ ଉପରେ ଲାଲି ଚନ୍ଦନ ମାରି ବାର୍ ବେଶରେ ଛିଡା ହୋଇଛନ୍ତି ଅଭିନେତା ଅନୁଭବ ମହାନ୍ତି। ଆଉ ଏ ଫୋଟ କୁ ଦେଖି ସାରିବା ପରେ ସମସ୍ତଂକ ମୁହଁରେ ସେଇ ଗୋଟିଏ ଚର୍ଚ୍ଚା ଯେ ଅଭିନେତା ଅନୁଭବ ମହାନ୍ତି ଦ୍ୱିତୀୟ ବିବାହ କରି ସାରିଛନ୍ତି।
ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ପଛର ସତ୍ୟତା କିଛି ସ୍ପଷ୍ଟ ହୋଇ ନାହିଁ। ହୁଏତ ଏ ସବୁ ସିନେମାର କୌଣସି ଏକ ଦୃଶ୍ୟ ହୋଇପାରେ ତାର ମଧ୍ୟ କିଛି ସ୍ପଷ୍ଟତା ମିଳିପାରି ନାହିଁ। ଆଉ ଏପଟେ କୁହା ଯାଉଛି ସେ ତାଙ୍କର ଦିଲ୍ଲୀ ବାନ୍ଧବୀ ଜାଗୃତି ଶୁକ୍ଲାଙ୍କୁ ହିଁ ବିବାହ କରିଛନ୍ତି। ଏମିତି ଏକ ଚର୍ଚ୍ଚା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ଆଉ କୁହା ଯାଉଛି କି ଭାଇରାଲ ହେଉଥିବା ଏହି ଫୋଟରେ ଯିଏ ରହିଛନ୍ତି ସିଏ ଅଭିନେତା ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ ଜାଗୃତି ଶୁକ୍ଲା ଙ୍କ ପରି ଦେଖା ଯାଉଛନ୍ତି ବୋଲି ଅନେକ ନେଟିଜିମ ମତ ଦେଉଛନ୍ତି।ତେବେ ଦେଖିବା ପାଇଁ ବାକି ରହିଲା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଥିବା ଅନୁଭବଙ୍କ ଏହି ବିବାହ ଖବର କେତେ ମିଛ ଆଉ କେତେ ରହିଛି ବାସ୍ତବତା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।