ଦୁଇ ନାରୀଙ୍କ ଦୁଇଟି ଚିତ୍ର ଜଣେ ତପସ୍ୱିନୀ ଆଉ ଜଣେ ବର୍ଷା ପ୍ରିୟଦର୍ଶିନୀ ! ଜଣେ ସ୍ୱାମୀଙ୍କ_ଘର ଭିତରେ ଆଉ ଜଣେ ଦାଣ୍ଡ ଦୁଆରେ…ଦେଖନ୍ତୁ ଭିଡ଼ିଓ

0

ବାରମ୍ବାର ସ୍ତ୍ରୀ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ରେ ନୂଆ ନୂଆ ମୋଡ଼ ଆସିବାରେ ଲାଗୁଛି। ପ୍ରତିଦିନ ଏହି ବିବାଦ ଆଲୋଚନାର ବିଷୟ ପାଲଟିବାରେ ଲାଗିଛି। କିନ୍ତୁ ବାହାରି ପାରୁନାହିଁ କୌଣସି ସମାଧାନର ବାଟ। ତେବେ ଆଜିର ଏହି ଲେଖାରେ ଆମେ କହିବାକୁ ଯାଉଛୁ ଦୁଇଟି ନାରୀଙ୍କ ଭିନ୍ନ ଚିତ୍ର। ଜଣେ ତପସ୍ଵିନୀ ଏବଂ ଆଉ ଜଣେ ବର୍ଷା ପ୍ରିୟଦର୍ଶିନୀ। ଜଣେ ଘରେ ଭିତରେ ତ ଆଉ ଜଣେ ଦାଣ୍ଡ ଦୁଆରେ। ତେବେ ଏହା କଣ ସୂଚାଉଛି। ପୋଲିସ୍ ର ଅମାନବିକ ଆଚରଣ ନା ସାମାଜିକ ଉଦାସୀନତା ର ଜ୍ୱଳନ୍ତ ଉଦାହରଣ। ଏହା କଣ ମିଶନ୍ ଶକ୍ତିର ଗାଥା କୁ ସୂଚାଉଛି କି?

ତେବେ ଏପରି କାହିଁକି ହେଉଛି ନାରୀ ମାନଙ୍କ ପ୍ରତି। ତେବେ କହିବାକୁ ଗଲେ ମୂଖ୍ୟମନ୍ତ୍ରୀ ଏବଂ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଜିଲ୍ଲାରେ ଏପରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ମିଶନ ଶକ୍ତିର ଦ୍ୱାହି ଦେଇ ଯେଉଁ ପ୍ରମିଳା ବିଶୋଇ ଙ୍କୁ ଲୋକସଭା କୁ ପଠା ଯାଇଛି,ସେହି ସରକାରରେ ନାରୀ ଅତ୍ୟାଚାର ର ଅକଥନୀୟ ଦୃଶ୍ୟ ଦେଖିବାକୁ ମିଳୁଛି। ତେବେ ଏବେ ବ୍ରହ୍ମପୁର ଜିଲ୍ଲାରେ ଘଟିଛି ଏଭଳି ଏକ ଦୃଶ୍ୟ ଯାହା ଏହାର ସ୍ପଷ୍ଟ ପ୍ରମାଣ ଦେଉଛି। ହାଡ଼ଭଙ୍ଗା ଶୀତରେ ସାରା ରାଜ୍ୟ ଥରୁଥିବା ବେଳେ ଜଣେ ମହିଳା, ତପସ୍ଵିନୀ ବାହାରେ ନ୍ୟାୟ ପାଇଁ ଜାଡ ଶୀତରେ ବସି ରହିଛନ୍ତି।

ତେବେ ଯଦିଓ ଏନେଇ କୋର୍ଟ ରେ କେଶ୍ ଚାଲିଛି। କିନ୍ତୁ କେହି କେହି ଏହାକୁ ଦୁର୍ବଳ ନ୍ୟାୟିକ ବ୍ୟବସ୍ଥା ର ପବ୍ଲିକ ପ୍ରଦର୍ଶନୀ ବୋଲି ମଧ୍ୟ କହୁଛନ୍ତି। କଣ ସତରେ ମିଶନ ଶକ୍ତିର ଉଦାହରଣ କୁ ପ୍ରମାଣ କରୁଛନ୍ତି କି ତପସ୍ଵିନୀ। ଏହିପରି କଣ ନାରୀ ମାନଙ୍କୁ ସମ୍ମାନ ଜଣା ଯାଉଛି। ସେହିପରି ଆଉ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ସାଂସଦ ଅନୁଭଵ ମହାନ୍ତି ଙ୍କ ପତ୍ନି ବର୍ଷା ପ୍ରିୟଦର୍ଶିନୀ। ଉଭୟ ବର୍ଷା ଏବଂ ଅନୁଭବଙ୍କ ଭିତରେ ଛାଡ଼ପତ୍ର ମାମଲା କୋର୍ଟରେ ଚାଲିଥିବା ବେଳେ ବର୍ଷା କିନ୍ତୁ ଅନୁଭବଙ୍କ ଘରେ ରହୁଛନ୍ତି, ଖାଉଛନ୍ତି। କିନ୍ତୁ ତାଙ୍କ ଘରେ କେହି ତାଙ୍କ ସହ କଥା ହେଉ ନାହାନ୍ତି।

ବର୍ଷାଙ୍କ ଦାୟିତ୍ଵ ପୋଲିସ୍ ନେଇଥିବା ବେଳେ ଟିକିଏ ଫୋନ୍ କଲେ ପୁରୀଘାଟ ପୋଲିସ୍ ତାଙ୍କ ପାଖରେ ହାଜର ହୋଇ ଯାଉଛି।ତେବେ ସରକାରଙ୍କ ଏଭଳି ଦୋମୁହାଁ ନୀତି ସ୍ପଷ୍ଟ ଭାବରେ ବୁଝା ପଡୁନି। କେଉଁଠି ପୋଲିସ୍ ଚାପ ପ୍ରୟୋଗ କରୁଛି ତ ପୁଣି କେଉଁଠି ମାମଲାକୁ ଚାପି ଦେଉଛି ପୋଲିସ୍। ଆଉ ଏହିସବୁ ଭିତରେ ଆମ ଲୋକ ମାନଙ୍କର ସାମାଜିକ ସମ୍ବେଦନ ଶିଲତା କୁଆଡେ ଛୁ ମାରି ଦେଇଛି। ତେବେ ଯାହାବି ହେଉ ଏମାନଙ୍କ ପାଇଁ ନ୍ୟାୟ କିପରି ଓ କେବେ ମିଳୁଛି ତାହା ଦେଖିବାକୁ ବାକି ରହିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।