ଦୀପାବଳିରେ ଲିଭିଗଲା କୂଳର ଦୀପ, ମା’ ସହିତ ଗାଧୋଇବା ବେଳେ…ଦେଖନ୍ତୁ ଭିଡ଼ିଓ

ଜନ୍ମ ଅଛି ତୋ ମୃତ୍ୟୁ ଅଛି, କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ, କେତେବେଳେ କେଉଁଆଡ଼େ ଗଡ଼ିଯିବ ତାହା କହିହେବ ନାହିଁ। ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ କେତେବେଳେ କଣ ଘଟିବ ତାହା କେହି କହିପାରିବେ ନାହିଁ। ଯଦି ଆମ ଆମ ଗହଣରୁ ନିଜ ଲୋକ କେହି ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ। କାରଣ ନିଜ ଲୋକଙ୍କ ମୃତ୍ୟୁ ସହିବା ଭାରି କଷ୍ଟ ଦେଇଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ଦୀପାବଳୀ ସମୟରେ ଏଭଳି ଏକ ଦୁଃଖଦ ଘଟଣା ଘୋଟିଯାଇଛି। ଆପଣ ମାନେ ପୁରା ଖବର ଜାଣିବା ପରେ ନିଶ୍ଚିତ ଭାବରେ ଦୁଖଃ ପ୍ରକାଶ କରିବେ।ଘଟଣାଟି ହେଉଛି, ମାଆ ସହିତ ପୁଅ ନଦୀକୁ ଗାଧେଇବାକୁ ଯାଇ ପାଣିରେ ବୁଡ଼ି ପୁଅର ମୃତ୍ୟୁ ଘଟିଛି। ଏହି ଘଟଣା ଟି ଏତେ ହୃଦୟସ୍ପର୍ଶୀ ଯେ ଲୋକେ ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ଦୀପାବଳୀ ଦିନ ଲୋକ ମାନେ ଲୋକମାନେ ଖୁସି ଉଲାସ ଥିବା ବେଳେ। ଅନ୍ୟ ମାନଙ୍କ ପରି ମାଆ ସହିତ ନଦୀକୁ ଗାଧେଇ ଯାଇଥିଲା ପୁଅ। ମାଆ ପୁଅ ଉଭୟ ଗାଧୁଥିବା ସମୟରେ ପୁଅର ଗୋଡ଼ ହଠାତ ଖସି ଯାଇଥିଲା। ନଦୀଟି ଅଧିକ ଗଭୀର ଥିବାରୁ ସେ ଆଉ ଉଠି ପାରିଲା ନାହିଁ। ମାଆ ଅନ୍ୟ ମାନଙ୍କୁ ଡାକିଆଣିଥିଲେ। ଏହାପରେ ନିକଟସ୍ଥ ଅଗ୍ନିସମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ନଦୀ ଭିତରେ ପଶି ଖୋଜା ଖୋଜା ଖୋଜି କରିବା ପରେ ପ୍ରାୟ ୨ ଘଣ୍ଟା ପରେ ତାଙ୍କୁ ମିଳିଥିଲା। ସେତେବେଳକୁ ତାଙ୍କର ଜୀବନ ଆଉ ନଥିଲା, ମୃତ୍ୟୁ ହୋଇସାରିଥିଲା। ତେବେ ମୃତ ନାବାଳକଙ୍କ ୧୨ ବର୍ଷ ବୟସ ହେବ। ଭଗବାନଙ୍କ ଲୀଳା ଦେଖନ୍ତୁ ଦୁନିଆ ଦେଖିବା ଆଗରୁ ତାଙ୍କୁ ଭଗବାନ ଦୁନିଆରୁ ଉଠାଇ ନେଲେ।

ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ଆନନ୍ଦପୁର ଉପଖଣ୍ଡ ପଦ୍ମପୁର ଗାଁରେ ଦେଖିବା ପାଇଁ ମିଳିଛି। ସେହି ଗାଁ ରମେଶ ସାହୁଙ୍କ ଏକ ମାତ୍ର ପୁଅ ରୁଦ୍ର ପ୍ରତାମଙ୍କ ଦୀପାବଳୀ ରେ ମୃତ୍ୟୁ ଘଟିଛି। ତେବେ ଏଭଳି ଖବର ପାଇ ସାରା ଗ୍ରାମବାସୀଙ୍କ ମଧ୍ୟରେ ଏକ ପ୍ରକାର ଶୋକର ଛାୟା ଖେଳି ଯାଇଛି। ତେବେ ବନ୍ଧୁଗଣ ଗଣ ସବୁଠାରୁ ଦୁଃଖର ବିଷୟ ଏହିକି, ଯେ ଦୁନିଆ ଦେଖିବା ପୂର୍ବରୁ ସେ ସମସ୍ତଙ୍କୁ ପରକରି ଚାଲିଗଲା। କୁନି କୁନି ଆଖିରେ ଆନେକ ସ୍ୱପ୍ନ ସେ ଦେଖିଥିଲା। ଏଭଳି ଭାବରେ ସମସ୍ତଙ୍କୁ ଛାଡି ଚାଲିଯିବେ, ତାହା କେହି କେବେବି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଦୀପାବଳି ରେ ମାଆର କୋଳ ଖାଲି କରି ଚାଲିଗଲା ପୁଅ। ବାସ୍ତବରେ ଏହା ଅତ୍ୟନ୍ତ ଦୁଖଃଦ ଖବର ଅଟେ। ଆମର ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ରୁଦ୍ର ଆତ୍ମାକୁ ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment