ପରୀକ୍ଷା ସରିଲା, DJ ଲଗାଇ ଧୂଳିଉଡା ଡ୍ୟାନ୍ସ କଲେ ପିଲା… ଲୋକେ ଦେଖି ହେଲେ ଅବାକ… ଦେଖନ୍ତୁ Video

0

ନିକଟରେ ଅର୍ଥାତ୍ ଗତକାଲି ସରିଛି ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା। ଆଉ ପିଲାମାନଙ୍କ ଖୁସି କହିଲେ ନସରେ। ପୂର୍ବ ବର୍ଷ ବୋର୍ଡ ପରୀକ୍ଷା ହୋଇ ନଥିବା ବେଳେ କିନ୍ତୁ ଏବର୍ଷ ସୁନ୍ଦର୍ ଭାବରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ଜୀବନର ପରୀକ୍ଷାର ଏକ ବଡ଼ ପରୀକ୍ଷା ଏବଂ ପ୍ରଥମ ସୋପାନ କୁହା ଯାଉଥିବା ଦଶମ ଶ୍ରେଣୀ ପରୀକ୍ଷା ସରିବା ପରେ ସାଧାରଣତଃ ପିଲାଙ୍କ ମନରେ ଅନେକ ଖୁସି ରହିଥାଏ। ସେ ଏଭଳି ଖୁସି ଯାହା କହିଲେ ନସରେ। ତେବେ ପରୀକ୍ଷା ତ ସରିଛି, ଆଉ ପରୀକ୍ଷା ସରିବା ପରେ ପିଲା ମାନେ ଅନେକ ସ୍ଥାନରେ ପରସ୍ପର ସାଙ୍ଗ ସାଥିଙ୍କୁ ରଙ୍ଗ ବୋଳି ଖୁସି ବାଣ୍ଟି ଛନ୍ତି ଏବଂ ଖୁସି ସେୟାର କରିଛନ୍ତି।

ଆଉ କିଛି ସ୍ଥାନରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି ଛାତ୍ର ଛାତ୍ରୀ ମାନଙ୍କର। ଯେଉଁଠି ପରୀକ୍ଷା ସରିବା ପରେ ଏହି ଖୁସିରେ ପିଲାମାନେ ସାଉଣ୍ଡ ଲଗାଇ ଡାନ୍ସ କରିଛନ୍ତି।ଏହା ପୁଣି ଡିଯେ ଲଗାଇ। ମନ ଖୁସିରେ ଡ଼ିଯେ ଲଗାଇ ଧୂଳି ଉଡ଼ାଇ ସେମାନେ ଯେଉଁଭଳି ଭାବରେ ଡାନ୍ସ କରୁଛନ୍ତି ତାକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ। ସେମାନଙ୍କ ପାଇଁ ଏହି ଖୁସି କୌଣସି ବଡ ସଫଳତା ଠାରୁ କମ୍ ନୁହେଁ। ତାହା ଆପଣ ଏହି ଭିଡିଓ ଦେଖି ଅନୁମାନ କରି ପାରୁଥିବେ। ତେବେ ଏହି ଦୃଶ୍ୟ ହେଉଛି ଦିଗପହଣ୍ଡି ବ୍ଲକ୍ ବୋମକାଇ ଅଞ୍ଚଳର। ଏଠାରେ ଥିବା ଶିବାନନ୍ଦ ହାଇସ୍କୁଲ ର ଏମାନେ ହେଉଛନ୍ତି ଛାତ୍ର।

ପରୀକ୍ଷା ସରିବା ଖୁସିରେ ସେମାନେ ଯେଉଁଭଳି ଭାବରେ ଧୂଳି ଉଡା ଡାନ୍ସ କରୁଛନ୍ତି ତାହା ତ ଆପଣ ଦେଖି ପାରୁଥିବେ। ଏଭଳି ଜବରଦସ୍ତ ଡାନ୍ସ କୁ ଦେଖି ଉପସ୍ଥିତ ସ୍ଥାନୀୟ ଲୋକମାନେ ମଧ୍ୟ ଚକିତ ହୋଇ ପଡୁଛନ୍ତି। ପରୀକ୍ଷା ଫଳ ଯାହା ବି ହେଉ, ଖୁସି ମନେଇବାରେ ଆମ ପିଲାମାନେ କୌଣସି ପ୍ରକାରର କଞ୍ଜୁସି କରନ୍ତି ନାହିଁ। ତେବେ ଏହି ପିଲାମାନଙ୍କର ଏପରି ଡାନ୍ସ ର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଲୋକେ ପିଲା ମାନଙ୍କ ର ଏପରି ଡାନ୍ସ କୁ ଦେଖି ଚକିତ ହୋଇ ପଡୁଛନ୍ତି ଆଉ କିଏ କିଏ କହୁଛନ୍ତି ବାପ୍ ରେ କି ଡାନ୍ସ।

ତେବେ ବାସ୍ତବରେ ପିଲା ମାନଂକର ଏଖୁସି ଏହା ବୟାନ କରୁଛି ଯେ ତାଙ୍କ ପାଇଁ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା କେତେ ଗୁରୁତ୍ବ ବହନ କରିଥାଏ ଏବଂ ଏହା ପାଇଁ ସେମାନେ କିପରି ଭାବରେ ଚାପରେ ରହିଥାନ୍ତି ଯେ କିପରି ପରୀକ୍ଷା ସମାପ୍ତ ହେବ ଏବଂ ଆମେ ଆମ ଜୀବନର ଏକ ପରବର୍ତ୍ତୀ ସୋପାନ କୁ ଯିବା। ତେଣୁ ସେମାନଙ୍କ ଖୁସି ଏଠାରେ ଅନେକାଂଶରେ ବଢି ଯାଇଥାଏ। ଏହିଭଳି ଅନେକ ସ୍ଥାନରେ ପିଲା ମାନଙ୍କର ଏପରି ଖୁସିର ମୁହୁର୍ତ୍ତ ପାଳନର ଭିଡିଓ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।