ପୁରୁଷ ଡାକ୍ତର ଙ୍କୁ ଖୁସି କରାଇବାକୁ ଯାଇ ସୈତାନ୍ ସାଜିଲା ସ୍ୱାମୀ ପ୍ରତିଦିନ ରଖିବାକୁ କହୁଥିଲା ଅଶ୍ଳୀଳ….ଦେଖନ୍ତୁ ଭିଡ଼ିଓ

0

ସୈତାନ୍ ସାଜିଲା ସ୍ବାମୀ। ନିଜ ସ୍ତ୍ରୀ କୁ ପର ପୁରୁଷ ସହ ସମ୍ପର୍କ ରଖିବାକୁ କରିଲା ବାଧ୍ୟ। ସ୍ବାମୀ ସ୍ତ୍ରୀ ର ସମ୍ପର୍କ କୁ ଏହିଭଳି ଭାବରେ ସମ୍ମାନ ଦେଲା ସ୍ବାମୀ। ଡାକ୍ତର ଙ୍କୁ ଖୁସି କରାଇବାକୁ ଯାଇ ସୈତାନ୍ ସାଜିଲା ସ୍ବାମୀ। ଆଉ ଏଥିରେ ପତ୍ନୀ ରାଜି ହୋଇ ନଥିଲେ। ଫଳରେ ସ୍ୱାମୀର ଡାକ୍ତର ସାର୍ ପତ୍ନୀଙ୍କୁ ବଳାତ୍କାର ଉଦ୍ୟମ ବି କରିଥିଲେ। ସ୍ତ୍ରୀ ର ଏଭଳି ଅରାଜି ଭିତରେ ସ୍ତ୍ରୀ କୁ ସହିବାକୁ ପଡିଛି ଅତ୍ୟାଚାର। କାରଣ ଉଦ୍ଧତ ସ୍ବାମୀ ଜଣଙ୍କ ସ୍ତ୍ରୀ ମନା କରିବାରୁ ତାଙ୍କୁ ପିଟି ପିଟି ଦୁଇଥର ତାଙ୍କର ଗର୍ଭ ନଷ୍ଟ କରି ଦେଇଛନ୍ତି।

ଆଉ ଶେଷରେ ସଙ୍ଗୀନ ଅବସ୍ଥାରେ ସ୍ତ୍ରୀ କୁ ଏଭଳି ଅବସ୍ଥା କରି ତାକୁ ତାର ବାପ ଘରେ ଛାଡ଼ି ଆଉ ଜଣଙ୍କୁ ବିବାହ ଯୋଜନା କରୁଛି ସ୍ବାମୀ। ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି ଘଟଣା ଟି ଘଟିଛି ପୁରୀ ଜିଲ୍ଲାର ତାଳ ବଣିଆ ଥାନା ଅନ୍ତର୍ଗତ ବାଲିଘଟା ଅଞ୍ଚଳର ସୁଭଦ୍ରା ନଗରର ଅଜିତ ମହାନ୍ତି ଏବଂ ତାଙ୍କର ଡାକ୍ତର ସାର୍ ଙ୍କ ନାମରେ ତାଳ ବଣିଆ ଥାନାରେ ଏନେଇ ଏତଲା ବି ହୋଇଥିଲା।ଆଉ ଏତଲା ଦେବା ପରେ ପୋଲିସ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଦଫା କୋହଳ କରି ଅଭିଯୁକ୍ତ ଙ୍କୁ ସୁରକ୍ଷା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି।

ଆଉ ସେପଟେ ଅଭିଯୁକ୍ତ ସ୍ୱାମୀଙ୍କୁ ମଧ୍ୟ ଜେଲ୍ ରୁ ବେଲ୍ ମିଳିଗଲା।ତେବେ ସ୍ତ୍ରୀ ର ଅନିଚ୍ଛା ସତ୍ତ୍ୱେ ବାରମ୍ବାର ସ୍ତ୍ରୀ କୁ ଅତ୍ୟାଚାର କରିବା, ଗର୍ଭ ନଷ୍ଟ କରାଇବା ଏବଂ ଗର୍ଭପାତ ପାଇଁ ବାଧ୍ୟ କରିବା ନେଇ ଏଫ୍ ଆଇ ଆର୍ ରେ ଉଲ୍ଲେଖ ରହିଛି। ହେଲେ ଏହି ଅନୁସାରେ ପୋଲିସ୍ ଅଭିଯୁକ୍ତ ଙ୍କ ଉପରେ ଦଫା ଲଗାଇ ନଥିବା କୁହା ଯାଉଛି। ସବୁଠାରୁ ବଡ଼ କଥା ହେଉଛି ପୋଲିସ୍ ପୀଡ଼ିତା ଙ୍କୁ ଧମକାଇ ଡାକ୍ତର ଙ୍କ ବିରୋଧରେ ଏଭଳି ଅଭିଯୋଗ ନକରିବାକୁ କହିଛନ୍ତି। ଆଉ ଏଥିପାଇଁ ଏସ୍ ପି ଙ୍କ ପାଖରେ ମହିଳା ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ତାଙ୍କୁ କିଛି ସୁଫଳ ମିଳିନାହିଁ।

ପୀଡ଼ିତା ଦେଇଥିବା ଏଫ୍ ଆଇ ଆର୍ କୁ ଚିରି ଦିଆଗଲା ଏବଂ ସେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁ ନଥିବା କହିଛନ୍ତି ସେ। କିନ୍ତୁ ଅଭିଯୁକ୍ତ ଆରାମ ରେ ଘରେ ରହିଛନ୍ତି ଏବଂ ତାଂକ ଉପରେ କୌଣସି ଆଇନ ଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନାହିଁ। ମହିଳା ଜଣଙ୍କ କହିଛନ୍ତି ତାଙ୍କୁ ନ୍ୟାୟ ମିଳିଲା ନାହିଁ ଏବଂ ସେ ତାଙ୍କ ପାଇଁ ଘରେ ମଧ୍ୟ ରହି ପାରିଲେ ନାହିଁ ବୋଲି କହିଛନ୍ତି। ଦୀର୍ଘ ୯ ମାସ ହେବ ସେ ନ୍ୟାୟ ପାଇଁ ଦୌଡ଼ୁଥିବା ବେଳେ କିନ୍ତୁ ତାଙ୍କୁ ଏଯାବତ୍ ନ୍ୟାୟ ମିଳି ପାରି ନାହିଁ ବୋଲି ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।