ଡାକ୍ତର ସୁମିତ ଭିତରୁ ଭିତରୁ କାନ୍ଦୁଛନ୍ତି, ପୁରୁଷକୁ ବି କଷ୍ଟ ହୁଏ ତାଙ୍କ କାନ୍ଦ କେହି ଦେଖି ପାରୁନାହାନ୍ତି… ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନର ଆଧୁନିକ ସମାଜରେ ଯୁବକ ଯୁବତୀ ସମସ୍ତେ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି। ପୂର୍ଵ କାଳରୁ ଯୁବକ ଯୁବତୀ ମାନେ ଘର ଲୋକଙ୍କ କଥାରେ ବିବାହ କରୁଥିଲେ। ଏପରି କି ଉଭୟ ଉଭୟଙ୍କୁ ନଦେଖି ପୁଅ ଝିଅ ବିବାହ କରିବା ପାଇଁ ରାଜି ହୋଇଯାଉଥିଲେ। ହେଲେ ବର୍ତ୍ତମାନ ସମୟରେ ପ୍ରଥମ ଦେଖାରେ ପୁଅ ଝିଅ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇ ଯାଉଛି। ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଯାହାକି ଆମ ସମାଜ ବିରୋଧୀ ହୋଇଥାଏ। ଉଭୟ ପୁଅ ଝିଅ ଭଲ ପାଇଁ ଘର ଲୋକଙ୍କ କଥା ନମାନି ନିଜ ଇଚ୍ଛା ଅନୁସାରେ ବିବାହ କରୁଛନ୍ତି।

ଵିଵାହ ସିନା ହୋଇଯାଉଛି ଏହାପରେ ଆରମ୍ଭ ହୋଇଯାଉଛି ସଂପର୍କର ଫାଟ, ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଯେ ମହିଳା ମାନେ ଅଧିକ ନିର୍ଯାତନାର ଶିକାର ହୋଇଥାନ୍ତି। ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏଭଳି ଅନେକ ଘଟଣା ଆମ ସମାଜରେ ଦେଖିବା ପାଇଁ ମିଳିଥାଏ। ଯଦି ଦେଖିବା ଆମ ଓଡିଶାରେ ତପସ୍ୱିନୀ ଏବଂ ସୁମିତଙ୍କ ଘଟଣା ସମସ୍ତେ ଜାଣିଛନ୍ତି। ତପସ୍ୱିନୀ ନିଜ ଶ୍ୱଶୁର ଘୋର ସାମ୍ନାରେ ଧାରଣା ଦେଇଥିଲେ ଯେ ତାଙ୍କ ପାଖରେ ରହିବା ପାଇଁ ଏହାପରେ କୋର୍ଟରେ ବିଚାର ହୋଇଥିଲା ସୁମିତ ପାଖରେ ତପସ୍ୱିନୀ ରହିବେ।

ହେଲେ କେହି କାହାରିକୁ ଜୋର ଜବରଦସ୍ତି କରିପାରିବେ ନାହିଁ। ଏହାପରେ କୋର୍ଟ ନିୟମ ଅନୁସାରେ ସୁମିତଙ୍କୁ ପ୍ରତି ମାସ ୧୭ ହଜାର ଟଙ୍କା ଦେବାର ନିୟମ ହେଲା। ଏହାପରେ ସୁମିତ ମଧ୍ୟ ଆଇନର ନିୟମ ପାଳନ କରିଥିଲେ। ହେଲେ ତାଙ୍କ ମନ ମଧ୍ୟରେ ଦୁଖଃ ଥିଲା ଯେ ତଳ କୋର୍ଟର ନିଷ୍ପତ୍ତି ଭଲ ନେଇନଥିଲେ। ଏହାପରେ ସେ ହାଇକୋର୍ଟ ରେ ଅପିଲ କରିଥିଲେ। ଏପଟେ ସୁମିତର ବାପା ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଘୋର ଭିତରକୁ ଜବରଦସ୍ତି ଫସିଥିଲେ। ସୁମିତଙ୍କ ଓକିଲଙ୍କ କହିବା କଥା ଯେ ପୁରୁଷଙ୍କ ଦୁଃଖ କେହି ଦେଖନ୍ତି ନାହିଁ। ଆଜିକାଲି ସବୁବେଳେ ନାରୀ ଉପରେ ଗୁରୁତ୍ୱ ଦେଉଛନ୍ତି। ଅନେକ ପୁରୁଷ ଅଛନ୍ତି ଯେଉଁମାନେ ନିର୍ଯାତିତ ହେଉଛନ୍ତି।

ହେଲେ ସେମାନଙ୍କ ଦୁଃଖ କେହି ବୁଝି ପାରନ୍ତି ନାହିଁ। ପୁରୁଷ କଣ ବାଲି ସିମେଣ୍ଟ ର ଦେହ ତାଙ୍କ ଦେହକୁ କଷ୍ଟ ହୁଏନି। କେବଳ ଜଣେ ନାରୀକୁ କଷ୍ଟ ହୁଏ ତାଙ୍କ କହିବା କଥା ସୁମିତଙ୍କ ଘର ଭିତରକୁ ଜୋର ଜବରଦସ୍ତ ମହିଳା ମାନେ ପଶିଗଲେ ଏପରି କି ଘର ବାହାରେ ଢେଲା ମଧ୍ୟ ମାରିଥିଲେ। ଏପରି କରିବା ଦ୍ୱାରା ତାଙ୍କର ଅନେକ ଜିନିଷ କ୍ଷତି ମଧ୍ୟ ହୋଇଥିଲା। ହେଲେ ଏହି ଘଟଣା ଯଦି ଜଣେ ମହିଳା ସହିତ ଘଟିଥାନ୍ତା ନିଶ୍ଚିତ ଭାବରେ କେତେ କେସ ହୋଇ ଯାଆନ୍ତା। ତେବେ ବର୍ତ୍ତମାନ ସମୟରେ ହାଇକୋର୍ଟର ବିଚାରକୁ ଅପେକ୍ଷା କରିଛନ୍ତି। ତେବେ ଆଗକୁ ଦେଖିବାର ବିଷୟ ରହିଲା ଯେ ହାଇକୋର୍ଟ କଣ ନିଷ୍ପତ୍ତି ନେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।