ଡାକ୍ତର Sumit ଙ୍କୁ ଝାଡ଼ିଦେଲେ Sangita ଖୋଲିଦେଲେ ସୁମିତଙ୍କ ଭାଇରାଲ ଭିଡିଓ ଗୁମର….ଦେଖନ୍ତୁ ଭିଡ଼ିଓ

0

ସମୟ ଅତିବାହିତ ହେବା ସହିତ ଚର୍ଚ୍ଚା ମଧ୍ୟ ବଢ଼ିବାରେ ଲାଗିଛି। ସୁମିତ ଏବଂ ତପସ୍ଵିନୀ ଙ୍କ ବିବାଦ, ଯାହାକୁ ନେଇ ଅନେକାଂଶରେ ବିବାଦ ଏବଂ ଚର୍ଚ୍ଚା ବଢ଼ିବାରେ ଲାଗିଛି। ତେବେ ବାରମ୍ବାର ସ୍ତ୍ରୀ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ରେ ନୂଆ ନୂଆ ମୋଡ଼ ଆସିବାରେ ଲାଗୁଛି। ପ୍ରତିଦିନ ଏହି ବିବାଦ ଆଲୋଚନାର ବିଷୟ ପାଲଟିବାରେ ଲାଗିଛି। କିନ୍ତୁ ବାହାରି ପାରୁନାହିଁ କୌଣସି ସମାଧାନର ବାଟ।ସମ୍ପୂର୍ଣ୍ଣ ବ୍ରହ୍ମପୁର ବାସୀ ଏକ ଘଟଣାକୁ ନେଇ ଏହାକୁ ଦେଖି ଦେଖି ଅତିଷ୍ଟ ହୋଇ ପଡ଼ିବା ସହିତ ଅଧର୍ୟ୍ଯ ହୋଇ ପଡିଥିବା ବେଳେ କିନ୍ତୁ ଗୋଟିଏ ବୋହୂକୁ ନ୍ୟାୟ ଦେବା ପାଇଁ କିନ୍ତୁ ଶଶୁର ଘରର ଲୋକଙ୍କର ଟିକିଏ ବି ମନ ପରିବର୍ତ୍ତନ ହେଉ ନାହିଁ।

ଯାହାକୁ ନେଇ ତପସ୍ଵିନୀ ଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଛନ୍ତି ଅନେକ ସ୍ଥାନୀୟ ମହିଳା।ତେବେ ଦୀର୍ଘଦିନ ଧରି ଜଣେ ମହିଳା ତାର ନ୍ୟାୟ ପାଇଁ ଯେଉଁଭଳି ଭାବରେ ଲଢେଇ କରୁଛି ତାହା ତ ଆପଣ ମାନେ ଜାଣିଛନ୍ତି। ତେବେ ପ୍ରକାଶ ଥାଉ କି ଗତ ୨୦ ତାରିଖ ରେ ବ୍ରହ୍ମପୁର ଏସଡିଜେଏମ କୋର୍ଟ ରାୟ ଶୁଣାଇଲା ପରେ ଶହ ଶହ ମହିଳା ତପସ୍ବିନୀଙ୍କ ସପକ୍ଷରେ ବାହାରିଥିଲେ। ଏହାପରେ ମହିଳା ମାନେ ସୁମିତ୍‌ଙ୍କ ଘରର ପ୍ରଥମ କବାଟ ଭାଙ୍ଗି ଦେଇଥିଲେ। ଆଉ ଏହାପରେ ତପସ୍ବିନୀ ବର୍ତ୍ତମାନ ସୁମିତ୍‌ଙ୍କ ଘରର ପ୍ରଥମ ଗେଟ୍‌ ଭିତରେ ରହିଛନ୍ତି।

ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏଭଳି ଲଢେଇ ଜାରି ରହିବ ବୋଲି ତପସ୍ଵିନୀ କହିଛନ୍ତି। କିନ୍ତୁ ଏବେ ଦିନକୁ ଦିନ କିଛି ଫଟୋ, ଭିଡିଓ, ଅଡିଓ ସାମ୍ନାକୁ ଆସିବାରେ ଲାଗିଛି। ସୁମିତ ଜାରି କରିଥିବା ଏହିସବୁ ଫଟୋ, ଭିଡିଓ କୁ ନେଇ ଜଣେ ଯୁବତୀ ଯାହାଙ୍କ ନାମ ସଙ୍ଗୀତା ସେ ଏବେ ମୁହଁ ଖୋଲିବା ସହିତ ସୁମିତ ଙ୍କୁ ଝାଡି ଦେଇଛନ୍ତି।ସେ କହିଛନ୍ତି ଜଣେ ଡ଼ାକ୍ତର ହୋଇ ଏଭଳି କାମ କରୁଛ ଟିକେ ଖରାପ୍ ଲାଗୁନି। ନିଜ ସ୍ତ୍ରୀ କୁ ଏତେ ଦିନ ଧରି ଘର ବାହାରେ ବସାଇ କଣ ଭଲ ଲାଗୁଛି। ଯଦି ଆପଣଙ୍କର ସେନ୍ସ ଅଫ୍ ଥିଙ୍କିଙ୍ଗ ଏତେ ଅଧିକ, ପରିବାର କଥା ଏତେ ଚିନ୍ତା ହେଉଛି ତେବେ ରେଜିଷ୍ଟ୍ରେସନ୍ କରି ବିବାହ କରିବା ସମୟରେ କଣ କିଛି ଜାଣି ପାରୁ ନଥିଲ।

ବିବାହ ସମୟରେ କଣ କିଛି ନଜାଣି ବିବାହ କରିଥିଲ।ସେହି ଝିଅ ଆଜିବି ଆପଣଙ୍କ ଘର ସାମ୍ନାରେ ବସିଛି। ସାଙ୍ଗରେ ଭଲରେ ଥିବା ସମୟରେ ତ ସେ ଅଭିଯୋଗ ଆଣି ନଥିଲେ। ଏବେ କାହିଁକି ସେ ତାଙ୍କର ସ୍ତ୍ରୀ ଏବଂ ବୋହୂ ହେବାର ହକ ମାଗୁଛନ୍ତି ତାହା କଣ ଡାକ୍ତର ସୁମିତ ଜାଣି ପାରୁ ନାହାଁନ୍ତି। ସୁମିତ ଙ୍କ ଅଡିଓ, ଭିଡିଓ ର ଜବାବ୍ ରେ ସେ ଏହିପରି ସବୁ କଥାକୁ କହିଛନ୍ତି।ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି ସଙ୍ଗୀତା କହିଛନ୍ତି। ତେବେ ତାଙ୍କର ଏହି ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।